Breaking News

ଭାଇରାଲ୍ ହେବାରେ ଲାଗିଛି କରିନା କପୁର୍ ଙ୍କ ଦ୍ଵିତୀୟ ସନ୍ତାନ ର ଫଟୋ !

ବଲିଉଡ୍ ର ନାମୀଦାମୀ ଅଭିନେତ୍ରୀ କରୀନା କପୁର୍ ଙ୍କୁ କିଏ ବା ନ ଜାଣେ! ସର୍ବଦା ନିଜର ଫ୍ୟାସନ୍ ଲୁକ୍ , ଦାମୀ ପୋଷାକ ତଥା ଅନ୍ୟାନ୍ୟ ଜିନିଷ କୁ ନେଇ ସେ ଖୁବ୍ ଚର୍ଚ୍ଚା ରେ ଥାଆନ୍ତି।ତେବେ ଗତ ଫେବୃଆରି ମାସ ରେ କରିନା ତାଙ୍କର ଦ୍ବିତୀୟ ସନ୍ତାନ କୁ ଜନ୍ମ ଦେଇଥିଲେ ।ତେବେ ଏହା ଥିଲା ଏକ ପୁତ୍ର ସନ୍ତାନ। ଏହି ଖବର ଟି କୁ କରିନା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିବା ପରେ କରିନା ଏବଂ ତାଙ୍କର ସ୍ଵାମୀ ସୈଫ୍ ଅଲି ଖାନ୍ ଙ୍କ ପାଖକୁ ତାଙ୍କର ପ୍ରଶଂସକ ତଥା ବଲିଉଡ ର ଅନ୍ୟ କଳାକାର ମାନଙ୍କ ଶୁଭେଚ୍ଛା ର ସୁଅ ଛୁଟିଥିଲା।

୨ୟ ଥର ପାଇଁ ସେମାନେ ମାଆ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହି ଖବର ଜାଣି ତାଙ୍କର ପ୍ରଶଂସକ ମାନଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଥିଲା। ତେବେ କରୀନା ନିଜର ଶିଶୁପୁତ୍ର ଟି କୁ କ୍ୟାମେରା ସାମ୍ନାରୁ ଦୂରେଇ ରଖୁଥିଲେ।ଜନ୍ମ ପରେ ମଧ୍ୟ ସେ ଶିଶୁପୁତ୍ର ଟି ର କୌଣସି ବି ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରିନଥିଲେ।ତେବେ ଏହାର କାରଣ କଣ ସେଇଟା କେବଳ ସିଏ ହିଁ ଜାଣିଥିବେ।ତେବେ ଏହି କିଛି ଦିନ ପୂର୍ବ ରୁ ଅଜା ରଣଧୀର କପୂର ନିଜର ସାନ ନାତି ର ଫଟୋ ସୋସିଆଲ ମିଡିଆ ରେ ସେୟାର କରିଥିଲେ।ଯାହା କି ଏବେ ପୁରା ଭାଇରାଲ୍ ହେବାରେ ଲାଗିଛି।

ହେଲେ କଣ ହେଲା କେଜାଣି ପୋଷ୍ଟ ଟି ସେୟାର ହେବାର କିଛି ସମୟ ପରେ ସେ ଏହି ଫଟୋ ଟି କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ କାଟି ଦେଇଥିଲେ।କିନ୍ତୁ ଯେଉଁ କିଛି ସମୟ ପାଇଁ ତାହା ପବ୍ଲିକ ହେଇଯାଇଥିଲା ତାହା ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରିବୁଲୁଛି।ଏହି ଫଟୋ ଟି କୁ ସେ ଭୁଲ୍ ରେ ପୋଷ୍ଟ କରିଦେଇଥିବା କହିଛନ୍ତି ।କିନ୍ତୁ ଫଟୋ ଟି କୁ ଦେଖି ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଥିଲା। ଫଟୋ ଟି ଖୁବ୍ କମ୍ ସମୟରେ ଖୁବ୍ ଲାଇକ ପାଇପାରିଥିଲା ।କେହି କେହି ଶିଶୁ ପୁତ୍ର ଟି କରୀନା ଙ୍କ ର ନକଲ ବୋଲି କମେଣ୍ଟ କରିଥିଲେ ।

ତେବେ ସୂଚନା ଥାଉ କି କରିନା ଆଗରୁ ମଧ୍ୟ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ ।ତେବେ କରିନା ଏବେ ପୁଣି ଥରେ ନିଜର କାମରେ ଯିବା ଦେଇଛନ୍ତି।ଅଳ୍ପ କିଛି ଦିନ ପାରେ ତାଙ୍କର ଆଗାମୀ ଫିଲ୍ମ ର ସୁଟିଙ୍ଗ ଆରମ୍ଭ ହେବ । ଯେଉଁ ଥିରେ ସେ ଅମିର୍ ଖାନ୍ ଙ୍କ ସହିତ ଦେଖିବାକୁ ମିଳିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.