Breaking News

ଭାଇରାଲ ଭିଡିଓ – ସବୁ ନିୟମ ଭାଙ୍ଗି କର୍ମଚାରୀ ଙ୍କୁ ଭିଡି ନାଚିଲେ B.E.O ଙ୍କ ଡାନ୍ସ , କଠୋର ପଦକ୍ଷେପ ….

ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । କିଛି ସ୍ଥାନରେ ଆଂଶିକ ଲକ୍ ଡାଉନ୍ ଥିବା ସ୍ଥଳେ ରାଜ୍ୟର ସବୁ ଜିଲ୍ଲାରେ ସମସ୍ତ ପ୍ରକାର କରୋନା ପ୍ରୋଟୋକଲ ମାନିବା ବାଧ୍ୟତାମୂଳକ କରାଯାଇଛି। ଏହାର ଦାୟିତ୍ଵ ଭାର ସରକାରୀ ଅଧିକାରୀ ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ବିଶେଷ କରି ମାସ୍କ ପରିଧାନ ସମେତ ସାମାଜିକ ଦୂରତା କୁ ବିଶେଷ ଗୁରୁତ୍ବ ଦିଆଯାଉଛି। ଯେଉଁ ଜନସାଧାର ମାନେ କରୋନା କଟକଣା ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାଇଁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


ହେଲେ ଏଭଳି ପରିସ୍ଥିତିରେ ଅନେକ ସମୟରେ ଖୋଦ ସରକାରୀ କର୍ମଚାରୀ ମାନେ ସରକାରଙ୍କ କରୋନା କଟକଣାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ପୁଣି ଜଣେ ସରକାରୀ ମାଡାମ୍ ଙ୍କ ଡ୍ୟାନ୍ସିଂ ଭିଡିଓ ଭାଇରାଲ୍ ହୋଇଛି । ମାଡାମ୍ ଜଣଙ୍କ ସବୁ କରୋନା ନିୟମକୁ ଫୁ’ କରି ନାଚ ନିଶାରେ ମସଗୁଲ ରହିଥିବା ଦେଖାଯାଉଛି । ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି। ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନସିଂ ଭିଡିଓ ।

କୋଭିଡ କଟକଣାର ଧଜିଆ ଉଡ଼ାଇ ବିନା ମାକ୍ସରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିଛନ୍ତି ବିଡ଼ିଓ ମହୋଦୟା । ସାମାଜିକ ଦୂରତା ତ ଦୂରକଥା, ହାତକୁ ହାତ ଯୋଡ଼ି ସମ୍ବଲପୁରୀ ଗୀତର ତାଳେ ତାଳେ ପାଦକୁ ପାଦ ପକାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେବେ ଭିଡିଓ ଦେଖି ସ୍ପଷ୍ଟ ହେଉଛି ଯେ ତାହା ବାଲିମେଳାରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପର ଅତିଥି ଭବନର । ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି।


ତେବେ ଭିଡିଓ ଭାଇରାଲ ହେବା ପରେ ଜନସାଧାରଣ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମକୁ ଉଲଂଘନ କରୁଛନ୍ତି? କାହିଁକି ଏଥିପ୍ରତି କାହାର ଦୃଷ୍ଟି ନାହିଁ? ତେବେ ଭିଡିଓରେ ସ୍ପଷ୍ଟ ରୂପେ ଜଣାପଡୁଛି ବିଇଓ ମ୍ୟାଡ଼ମ କିଭଳି ନିଜ କର୍ମଚାରୀ ମାନଙ୍କୁ ଭିଡି ନାଚୁଛନ୍ତି । ତେବେ ଏ ସମ୍ପର୍କରେ ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କରୋନା ନିୟମ ଉଲ୍ଲଙ୍ଘନ କରୁଥିବାରୁ ଯେଉଁଠି ଜନସାଧାରଣ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେଠାରେ ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ ସେଭଳି କାର୍ଯ୍ୟାନୁଷ୍ଠନ ନିଆଯାଉ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *