Breaking News

ଡାକ୍ତରଙ୍କୁ ସୋନୁ ସୁଦଙ୍କ ପ୍ରଶ୍ନ ! କହିଲେ ଜୀବନ ବଞ୍ଚାଇବା ପାଇଁ …

ଦର୍ଶକବନ୍ଧୁ ବଲିଉଡ ଅଭିନେତା ସୋନୁ ସୁଦ ଙ୍କୁ ତ ସମସ୍ତେ ଜାଣିଥିବେ। ଅବଶ୍ୟ ଆପଣ ମାନେ ତାଙ୍କୁ ରିଲ ଲାଇଫ ରେ ଭିଲିଆନ ହିସାବରେ ଦେଖିଥିବେ କିନ୍ତୁ ସେ ନିଜର ରିଅଲ ଲାଇଫରେ ଗୋଟେ ସୁପର ହିରୋ ଠାରୁ କମ ନୁହଁନ୍ତି।ସମଗ୍ର ବିଶ୍ୱରେ ଏବେ କୋରନା ର ଭୟ ।ଏହିପରି ଜଟିଳ ସମୟରେ ସେ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ର ହାତ ବଢ଼ାଇବା ସହ ୟୁଜର୍ସଙ୍କ ସହ ଏହି ମାଧ୍ୟମରେ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ ସକ୍ଷମ ହୋଇ ପାରିଛନ୍ତି ସେ।କାହାକୁ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି ତ କାହାକୁ ଶଯ୍ୟାର ବନ୍ଦୋବସ୍ତ ମଧ୍ୟ କରାଇ ଦେଉଛନ୍ତି।


ଏ ସବୁର ସୂଚନା ସେ ନିଜ ସୋସିଆଲ ଆକାଉଣ୍ଟରୁ ଦେଉଛନ୍ତି । ଵର୍ତମାନ ସେ କରିଥିବା ଏକ ଟୁଇଟ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଚି।ଏହି ଟୁଇଟ ଜରିଆରେ ସେ ଏକ ଇଂଜେକସନ ପ୍ରସଙ୍ଗ ନେଇ ଡାକ୍ତରଙ୍କୁ ପ୍ରଶ୍ନ ଉଠାଇଛନ୍ତି ।
ସୋନୁ ସୁଦ ତାଙ୍କର ଏହି ଟ୍ୱିଟରେ ଡାକ୍ତରଙ୍କୁ ପ୍ରଶ୍ନ କରି ଲେଖିଛନ୍ତି, “ଏକ ସରଳ ପ୍ରଶ୍ନ, ଯେତେବେଳେ ସମସ୍ତେ ଜାଣନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନୁହେଁ, ଡାକ୍ତରମାନେ କାହିଁକି ଏହାକୁ ପ୍ରୟୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି? ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ଜଣେ ସାଧାରଣ ଲୋକ ଏହାକୁ କେଉଁଠୁ ପାଇବେ? ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ କାହିଁକି ଅନ୍ୟ କୌଣସି ଔଷଧ ବ୍ୟବହାର କରିପାରିବୁ ନାହିଁ? ”

ସୋନୁ ସୁଦଙ୍କ ଏହି ଟୁଇଟ୍ ବୋଧହୁଏ ରେମେଡେସିଭିର ଇଞ୍ଜେକ୍ସନ୍ ବିଷୟରେ, ଯାହା ସେ ଡାକ୍ତରମାନଙ୍କୁ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଏହି ଟ୍ୱିଟ ଖୁବ୍ ଭାଇରାଲ ହେଉଚି। ୟୁଜରମାନେ ଟ୍ୱିଟ୍ କରି ତାଙ୍କ ଟ୍ୱିଟର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।ତାଙ୍କର ଏହି ଟୁଇଟ ଅନେକ ଲୋକ ଙ୍କର ଜୀବନ ନେଇ ପ୍ରଶ୍ନ ଉଠାଉଛି।ଡାକ୍ତର ମାନେ ଏହାର ଉତ୍ତରରେ ଏପର୍ଯ୍ୟନ୍ତ କିଛି କହିବାକୁ ନାହାନ୍ତି।ସେ ଯେଉଁ ଇଂଜେକସନ ନେଇ କଥା ଉଠେଇଛନ୍ତି ତାହା ଏବେ ଯାଏଁ ବି ଭାରତରେ ଉପଲବ୍ଧି ହେଇ ନାହିଁ। ତେଣୁ ସେ ଡାକ୍ତର ମାନଙ୍କ ଏହି ପରାମର୍ଶ କୁ ପ୍ରତ୍ୟାଖାନ କରିଛନ୍ତି। ତାଙ୍କ କହିବା କଥା ଯୋଉ ଜିନିଷ ମିଳିବା ଅସମ୍ବବ ବା ମିଳି ବାର କୌଣସି ଆଶା ବି ନାହିଁ ସେ ବିଷୟରେ ଚର୍ଚ୍ଚା କରିବା କଣ ଆବଶ୍ୟକ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *