Breaking News

ହେ ଭଗବାନ ! ଉଚ୍ଚଶିକ୍ଷିତା ହୋଇ ମଧ୍ୟ ଅଳିଆଗାଡି ଉଠାଉଛନ୍ତି ଏ ଯୁବତୀ || ଦେଖିଲେ ଆଖିରୁ ଲୁହ ଆସିଯିବ

ଦାରିଦ୍ର୍ୟତା ର ସୀମାରେଖା ତଳେ ଏବେ ମଧ୍ୟ ଆମ ରାଜ୍ୟର ଅନେକ ଲୋକ। ଦାରିଦ୍ର୍ୟତା ହେତୁ ପାଠ ପଢିବା ତ ଦୂର ର କଥା ଠିକ୍ ସେ ଦି ଓଳି ଖାଇ ବି ପାରୁନାହାଁନ୍ତି। ରାଜ୍ୟ ରେ ଅନେକ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ଏହି ଭଳି ଅନ୍ୟ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମାଲକାନାଗିରି ଠାରେ ।ଏହି ଘଟଣା ଟି ହେଉଛି ମାଲକାନାଗିରି ଜିଲ୍ଲା ର ଜଣେ ଏକ ଉଚ୍ଚଶିକ୍ଷିତା ଯୁବତୀ ମେରିଅମ୍ ହେମ୍ବ୍ରମ୍ ଙ୍କ ର। ଦିନେ ତାଙ୍କର ଯୋଉ ହାତରେ କଲମ ଥିଲା।ଏବେ ସେହି ହାତ ଅଳିଆ ଗୋଟାଉଛି।ଏହା ପଛରେ ରହିଛି ସେଇ ଅଭାବୀ ଘର ର କାହାଣୀ।

୨୦୧୮ ମସିହା ରେ ନିଜର ଗ୍ରାଜୁଏସନ୍ ଶେଷ କରିବା ପରେ ସେ ମଧ୍ୟ ଗୋଟେ ଭଲ ଚାକିରୀ କରିବାର ସ୍ବପ୍ନ ଦେଖିଥିଲେ ହେଲେ ଘର ର ଅଭାବ ତାଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେଇନଥିଲା।ଘର ର ଦାରିଦ୍ର୍ୟତା ଦାଉ ସାଜିଥିଲା। ଘର ର ଅଭାବ ଦିନ କୁ ଦିନ ବଢିବାର ଦେଖି ମେରୀଅମ ଆଉ ଚୁପ୍ ହୋଇ ବସିପାରିଲେ ନାହିଁ।ମାଲକାନାଗିରି ପୌରାଞ୍ଚଳ ରେ ଚାକିରି ବାହାରିଥିବା ଜାଣି ଏଥିରେ ଯୋଗ ଦେବା ପାଇଁ ସ୍ଥିର କରିଥିଲେ।ଚାକିରି ଥିଲା ପ୍ରତିଦିନ ଘର ଘର ବୁଲି ଅଳିଆ ତଥା ବର୍ଜ୍ୟବସ୍ତୁ ସଂଗ୍ରହ କରିବାର।

ହେଲେ ଏତେ ପାଠ ପଢିବା ପରେ ଏହି କାର୍ଯ୍ୟ କରିବା ପରିବାର ଲୋକ ଙ୍କ ପାଇଁ ଗ୍ରହଣୀୟ ନଥିଲା।ହେଲେ ମାରିଅମ୍ ନିଜ ଗୋଡ ରେ ଛିଡ଼ା ହେବା ଓ ସାନ ଭାଇ କୁ ପଢେଇବାର ଲକ୍ଷ୍ୟ ନେଇ ଏହି କାମ କୁ କିଛି ନବିଚାରି ଗ୍ରହଣ କରିଥିଲେ।ନିଜ ଦୁଃଖଭରା ଦାରିଦ୍ର୍ୟତା ର କାହାଣୀ କହିବା ସମୟରେ ନିଜର କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ ମାରିଅମ୍। ମାରିଆମ୍ ଙ୍କ ର ବାପା ଜଣେ ଚାଷୀ।

ହେଲେ ଚାଷ କାର୍ଯ୍ୟ ଦ୍ଵାରା ଘରର ଭରଣ ପୋଷଣ ଠିକ୍ ସେ ହୋଇ ପାରୁନଥିବା ରୁ ଓ ଭାଇ ଟି କୁ ଉଚ୍ଚଶିକ୍ଷିତ କରିବାର ଲକ୍ଷ୍ୟ ନେଇ ସେ ଘରେ ନ ବସି ଏହି କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ।ସେ କହିଛନ୍ତି କୌଣସି କାମ ଛୋଟ କିମ୍ବା ବଡ଼ ନୁହଁ।କାମ କରି ଟଙ୍କା ଆଣିବା ଦ୍ଵାରା ସେ ନିଜ ଘର ର ଦାୟିତ୍ଵ ତୁଲାଇପାରିବା ରେ ସକ୍ଷମ ହୋଇପାରିଛନ୍ତି। ବସ୍ତବରେ ଏହି ଦୃଶ୍ୟ ଅନେକ ଙ୍କ ପାଇଁ ପ୍ରେରଣାଦାୟୀ ଅଟେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *