ବିଶ୍ଵ ର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ତଥା ମାଇକ୍ରୋସପ୍ଟର କୋ-ଫାଉଣ୍ଡର ବିଲ୍ ଗେଟସଙ୍କ ପାରିବାରିକ ଜୀବନରେ ଫାଟ।ବିବାହର ୨୭ ବର୍ଷ ପରେ ବିଲ୍ ଗେଟସ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ ଦୁହେଁ ଦୁହିଁଙ୍କ ସହମତି ରେ ଅଲଗା ହେବା ପାଇଁ ସ୍ଥିର କରିଛନ୍ତି ।ଏ ନେଇ ଦୁହେଁ ଟ୍ୱୀଟର୍ ମାଧ୍ୟମ ରେ ଘୋଷଣା କରିଛନ୍ତି । ଏକ ବୟାନରେ ଉଭୟେ କହିଛନ୍ତି କି ‘ଆମକୁ ଲାଗୁ ନାହିଁ କି, ଆଉ ଆମେ ଦମ୍ପତି ଭାବେ ଜୀବନକୁ ଆଗକୁ ବଢାଇ ପାରିବୁ’ । ହେଲେ ଦୁନିଆର ସବୁଠାରୁ ବଡ ଘରୋଇ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ ।
ସୂଚନା ଥାଉ କି, ୧୯୯୪ ମସିହା ରେ ବିଲ୍ ଗେଟସ, ମିଲିଣ୍ଡାଙ୍କୁ ବିବାହ କରିଥିଲେ।ବିଲ ଏବଂ ମିଲିଣ୍ଡା ଉଭୟ ଉଭୟଙ୍କୁ ୧୯୮୭ ମସିହାରେ ମାଇକ୍ରୋସଫ୍ଟ କାର୍ଯ୍ୟାଳୟରେ ଭେଟିଥିଲେ । ମିଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ୧୯୯୪ ମସିହାରେ ହବାଇ ର ଲାନୀ ଦ୍ଵୀପ ରେ ବିବାହ କରିଥିଲେ। । ବିଲଙ୍କୁ ଏବେ ୬୫ ବର୍ଷ ହୋଇଥିବା ବେଳେ ମିଲିଣ୍ଡା ୫୬ ବର୍ଷରେ ପଦାର୍ପଣ କରିଛନ୍ତି ।
ବିଲ ଗେଟସ ସୋଶାଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ତଲାକକୁ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ‘ବହୁ ଆଲୋଚନା ଏବଂ ଆମ ସମ୍ପର୍କକୁ ନେଇ କାମ କରିବା ପରେ ଆମେ ଆମ ବିବାହକୁ ଏଠାରେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷ ମଧ୍ୟରେ ଆମର ତିନି ସନ୍ତାନଙ୍କ ଲାଳନ ପାଳନ କରିଛୁ । ଆମେ ଏକ ଫାଉଣ୍ଡେସନ ବି କରିଛୁ ଯେଉଁ ଫାଉଣ୍ଡେସନ ପୃଥିବୀବାସୀଙ୍କ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନ ପାଇଁ କାମ କରୁଛି ।’
କହିରଖୁ କି ବିଶ୍ୱର ସବୁଠାରୁ ଧନୀ ଦମ୍ପତି ବିଲ୍ ଓ ମିଲିଣ୍ଡାଙ୍କ ମୋଟ ସଂପତିର ପରିମାଣ ୧୩୦ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି ।
ସେମାନଙ୍କ ଦ୍ୱାରା ପରିଚାଳିତ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ମାଧ୍ୟମରେ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କୁହାଯାଉଛି । ସୂଚନାଥାଉ କି, ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସଙ୍କ ବାପା ବିଲ୍ ଗେଟସ୍ ସିନିୟରଙ୍କର ଗତବର୍ଷ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ପରିବାର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ