Breaking News

vairal ଖବର ! ଟିକା ବାହାନାରେ ଶରୀରରେ ଲାଗୁଛି ମାଇକ୍ରୋଚିପ୍ ? ଶୁଣିଲେ ଆଶ୍ଚର୍ଯ ହେବେ ….

କୋରନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ର ପ୍ରକ୍ରିୟା ଜାରି ରହିଛି। କାରଣ ମହାମାରି କୋରନା କବଳରୁ ରକ୍ଷା ପାଇବା ପାଇଁ ଟୀକାକରଣ ହିଁ ଗୋଟିଏ ମାତ୍ର ରାସ୍ତା। ତେଣୁ ସରକାର ଏହା ଉପରେ ସବୁଠାରୁ ଅଧିକ ଧ୍ୟାନ ଦେଇଛନ୍ତି। ପ୍ରାୟତଃ ୮୦ ପ୍ରତିଶତ ଲୋକ ଟୀକା ର ପ୍ରଥମ ଡୋଜ ନେଇ ସାରିଲେଣି। ଆଉ ବି କିଛି ଦ୍ୱିତୀୟ ଡୋଜ ବି ନେଇ ସାରିଲେଣି। ଏଭଳି ପରିସ୍ଥିତିରେ ସରକାର ଙ୍କର ସବୁଠାରୁ ମୁଖ୍ୟ ଉଦ୍ଧେଶ୍ୟ ହେଉଛି କେମିତି ଦେଶର ସମସ୍ତ ନାଗରିକ ଏହି ଟିକାକରଣ ପ୍ରକ୍ରିୟାରେ ସାମିଲ ହେବେ।

ସେଥିପାଇଁ ଏକ ବଡ଼ ଅଭିଯାନ ବି ଚାଲିଚି। ଅବଶ୍ୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଲା ବେଳେ ଅନେକ ପ୍ରକାର ଅଜବ କଥା ଶୁଣିବାକୁ ମିଳିଥିଲା । ଫଳରେ ଲୋକେ ଟୀକା ନେବା ପାଇଁ ଭୟ କରୁଥିଲେ। କିନ୍ତୁ ଏବେ ଆଉ ସେମିତି କିଛି ସମସ୍ୟା ନାହିଁ।ସମସ୍ତେ ବିନା ଦ୍ୱନ୍ଦ ରେ ଟୀକା ନେଉଛନ୍ତି ଯାହାବି ସେମାନଙ୍କ ମନରେ ସନ୍ଦେହ ଥିଲା ସବୁ ଏବେ ଦୂର ହେଇଯାଇଛି। କିନ୍ତୁ ଏହିସବୁ ଟୀକାକରଣ କୁ ନେଇ ଏମିତି ଏକ ଖବର ଆସି ପହଁଚିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

କିଛି ଲୋକଙ୍କର ଦାବି ରହିଛି କି ସରକାର ଟୀକାକରଣ ବାହାନାରେ ଲୋକଙ୍କ ଶରୀରରେ ମାଇକ୍ରୋଚିପ ଲଗାଉଛନ୍ତି। ଏହା ସହ ଏହି ଦାବି କୁ ସତ ପ୍ରମାଣିତ କରିବା ପାଇଁ ସେମାନେ କେତେକ ଭିଡିଓ ବି ଭାଇରାଲ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓଗୁଡିକରେ ଦାବି କରାଯାଉଛି କି ସରକାର କୋରୋନା ଟିକା ବାହାନାରେ ଲୋକଙ୍କ ଶରୀରରେ ମାଇକ୍ରୋଚିପ୍ ଲଗାଉଛନ୍ତି । ଯାହା ଦ୍ୱାରା ସେମାନେ ଆମ ମାନଙ୍କୁ ନିଜ ନିୟନ୍ତ୍ରଣ ରେ ରଖିପାରିବେ।
ଏହି ଭିଡିଓ ଲୋକଙ୍କର ବି ଏକ ଭୟ ଆସିଯାଇଛି ।

ତେଣୁ ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏପର୍ଯ୍ୟନ୍ତ ବି ଏହା କେତେ ଦୂର ସତ କି ମିଛ ତାର ସଠିକ ପ୍ରମାଣ ମିଳିନାହିଁ।ଏ ନେଇ ଯେତେବେଳ ଅନୁସନ୍ଧାନ କରାଯାଇଥିଲା। ଏସବୁ ଏକ ଗୁଜବ ବୋଲି ଧରା ପଡିଥିଲା। କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏମିତି ମିଥ୍ୟା ପ୍ରଚାର କରିଥିବା ଜଣା ପଡ଼ିଛି। ଏହା ପୂର୍ବରୁ ଟୀକାକରଣ କୁ ନେଇ ଏମିତି ଏକ ଗୁଜବ ପ୍ରଚାରୀତ ହେଇଥିଲା। ତେବେ ଗୁଜବ ଟି ହେଉଛି ବିଲ ଗେଟ୍ସ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିବା ପାଇଁ ଟିକାକରଣ କରୁଛନ୍ତି। ମାତ୍ର ଏହା ବି ପରେ ଏକ ମିଥ୍ୟା ପ୍ରଚାର ବୋଲି ପ୍ରମାଣିତ ହେଇଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *