କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ, କରୋନା ବିରୋଧୀ ଯୁଦ୍ଧରେ ସବୁଠୁ ବ-ଡ଼ ଅ-ସ୍ତ୍ର ହେଉଛି ଟୀକା । ସେଥିପାଇଁ ପୂରା ବିଶ୍ୱରେ ଚାଲିଛି ଟୀକାଦାନ ଉପରେ ଗୁରୁତ୍ବ ଦିଆଯାଉଛି ।
ଆମ ଦେଶରେ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ଦେଶରେ ଅଧିକାଂଶ ଲୋକ କରୋନା ଟୀକା ନେଇସାରିଛନ୍ତି । ହେଲେ ଏଭଳି ସମୟରେ ଟୀକା କୁ ନେଇ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଟୀକା ନେବା ପୂର୍ବରୁ ଗୋଟେ ଲୋକ ଚିନ୍ତାରେ ପଡ଼ିଯିବ। ମିଳିଥିବା ଏକ ରିପୋର୍ଟ୍ ଅନୁଯାୟୀ, ଆଷ୍ଟ୍ରେଜେନିକା-ଅକ୍ସଫୋର୍ଡ ଦ୍ୱାରା ବିକଶିତ କରୋନାର କୋଭିଶିଲ୍ଡ ଭ୍ୟାକ୍ସିନ କିଛି ଲୋକ ମାନଙ୍କ ଉପରେ ବିପରୀତ ପ୍ରଭାବ ପକାଉଛି।
ଏହି ଟୀକା ନେଇଥିବା ଲୋକ ମାନଙ୍କ ମଧ୍ୟରୁ ପାଖାପାଖି ୧୧ ଜଣ ଲୋକ ଏକ ପ୍ରକାର ନ୍ୟୁରୋଲୋଜିକାଲ ଡିସ୍ଅର୍ଡରର ଶିକାର ହୋଇଥିବା ଜଣାପଡ଼ିଛି । ଏହା ମଧ୍ୟରୁ ସର୍ବାଧିକ ମାମଲା ଭାରତର କେରଳରୁ ଆସିଛି । କେରଳରେ କୋଭିଶିଲ୍ଡ ଟୀକା ନେଇଥିବା ଲୋକ ମାନଙ୍କ ମଧ୍ୟରେ ପ୍ରାୟ ୭ ଜଣ ଲୋକ ଏହି ଦୁର୍ଲଭ ରୋଗରେ ପୀଡିତ ହୋଇଛନ୍ତି। ସୁଚନା ଅନୁଯାୟୀ ଭାରତରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଏହି ଟୀକା ଦିଆଯାଇଛି। ତେବେ କୋଭିଶିଲ୍ଡ ଟୀକାର ପ୍ରଥମ ଡୋଜ୍ ନେବାର ୧୦ ରୁ ୨୨ ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳୁଥିବା ରେପୋର୍ଟ ରୁ ଜଣାପଡ଼ିଛି। ।
ଏହି ଦୁର୍ଲଭ ନ୍ୟୁରୋଲୋଜିକାଲ ଡିସ୍ଅର୍ଡର ରୋଗର ନାମ ହେଉଛି ଗୁଲିୟନ ବେରି। ଏହା ସଂକ୍ରମିତ ବ୍ୟକ୍ତିଙ୍କ ଇମ୍ୟୁନ୍ ସିଷ୍ଟମ ଓ ନର୍ଭ ସିଷ୍ଟମରେ ଥିବା ସୁସ୍ଥ ଟିସ୍ୟୁ ଉପରେ ପ୍ରଭାବ ପକାଇଥାଏ । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚେହେରାର ଟିସ୍ୟୁ ଦୁର୍ବଳ ହୋଇଯାଇଥାଏ। ତେବେ ଏକ ରିପୋର୍ଟ୍ ଅନୁଯାୟୀ, ଦେଶରେ ଏହି ଭ୍ୟାକ୍ସିନ ଲଗାଇଥିବା ୧୨ ଲକ୍ଷ ଲୋକ ମାନଙ୍କ ମଧ୍ୟରୁ କେରଳରେ ୭ ଜଣ ବ୍ୟକ୍ତିଙ୍କ ଠାରେ ଗୁଲିୟନ ବେରି ଦେଖାଦେଇଥିବା ବେଳେ ବ୍ରିଟେନ ର ନଟିଂହାମ ଠାରେ ୪ ଜଣ ଲୋକ ଏହାର ଶିକାର ହୋଇଛନ୍ତି । ଏହି ବ୍ୟକ୍ତି ମାନଙ୍କ ଠାରେ ଟୀକା ନେବାର ୧୦-୨୨ ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ