Breaking News

ଟୀକା ନେବା ପାଇଁ ଡରୁଛନ୍ତି ଲୋକେ ! ଭ -ୟରେ ଗାଁ ରେ ପଡିଲା ତାଲା ଦେଖନ୍ତୁ ଭିଡିଓ

ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଠୁ ରକ୍ଷା ପାଇବା ପାଇଁ ଟୀକା ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ସବୁ ରାଷ୍ଟ୍ରରେ ଟୀକାକରଣ କୁ ଗୁରୁତ୍ବ ଦିଆଯାଉଛି। ସେହିଭଳି ଭାରତରେ ମଧ୍ୟ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଜାରି ରହିଛି। ଦେଶର ଯେପରି ସମସ୍ତ ଜନସାଧାରଣ ଟୀକା ନେଇପାରିବେ ସେଥିପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ କରାଯାଇଛି। ହେଲେ ଟୀକା କୁ ନେଇ ଏବେ ଅନେକପ୍ରକାର ଗୁଜବ ମାନ ମୁଣ୍ଡ ଟେକିଛି। ଟୀକା ନେଲେ ଲୋକେ ଅନେକ ବିଭିନ୍ନ ପ୍ରକାରର ପାର୍ଶ୍ଵ ପତିକ୍ରୀୟା ଭୋଗୁଥିବା ଚର୍ଚ୍ଚା ଜୋର ଧରିଛି।

ଏହି ଡର ଅଧିକାଂଶ ଗ୍ରାମାଞ୍ଚଳର ଲୋକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ସଚେତନତା ଅଭାବରୁ ଏବେ ଗାଁ ଗଣ୍ଡାରେ ଟୀକା ନା ଶୁଣିଲେ ଲୋକେ ଭୟରେ କବାଟ ପକାଉଥିବା ବେଳେ କେତେକ ସ୍ଥାନରେ ଲୋକେ ମେଡିକାଲ ଟିମ୍ ଦେଖିଲେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅର୍ନ୍ତଗତ ଚମ୍ପାକଣା ଓ ଏହାର ଆଖପାଖ କିଛି ଗାଁରେ। କରୋନା ଟିକା ନେବା ଲୋକର ସ୍ୱାସ୍ଥ୍ୟ ଖରାପ ହେଉଥିବା ଓ ସେ ବ୍ୟକ୍ତି ମରିଯାଉଥିବା ଗୁଜବ ପ୍ରଚାରିତ ହେବା ଦ୍ୱାରା ଏହି ଆଦିବାସୀ ଅଞ୍ଚଳରେ ଲୋକେ ଟିକା ନେବାକୁ ଡରୁଛନ୍ତି।

ଏହି ଗାଆଁରେ ଅଧିକାଂଶ ଘରେ ଲୋକେ ନଥିବା ବେଳେ ଅନେକ ଘରେ ତାଲା ପଡ଼ିଛି। ଟୀକା ନେବା କଥା ଶୁଣିବା ମାତ୍ରେ ଲୋକେ ଘରଦ୍ୱାର ଛାଡି ଗାଁରୁ ଚାଲିଯାଉଛନ୍ତି। ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଗାଁରେ ଅପେକ୍ଷା କରିବା ପରେ ଟୀକା ଦେଇନପାରି ଖାଲି ହାତରେ ଫେରି ଯାଉଛନ୍ତି। ଆଗାମୀ ଦିନରେ ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ରୋକିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଲୋକ ମାନଙ୍କ ମନରେ ଟୀକାକୁ ନେଇ ରହିଥିବା ଭ -ୟ ଏବେ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।

 

ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଁ ଗହଳିରେ କରୋନା ଟୀକା ଦେବା ପାଇଁ ସଚେତନ କରାଯାଉଥିବା କୁହାଯାଉଛି, ହେଲେ ଗାଁ ଗହଳିରେ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖାଦେଉଛି।ବାରମ୍ବାର ଆଦିବାସୀ ଅଞ୍ଚଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ତେବେ ଗ୍ରାମାଞ୍ଚଳ ଗୁଡିକରେ ପୁଣି ବ୍ୟାପକ ସଚେତନତା ଆରମ୍ଭ କରାଯିବ ଏବଂ ଲୋକଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *