Breaking News

କରୋନା ଟୀକା ନେବା ପରେ ମହିଳା ଗୁ-ରୁ-ତ-ର ! ପ୍ରଥମ ଡୋଜ ନେବାପରେ ବନ୍ଦ ହେଉନି ମହିଳାଙ୍କ ଡାହାଣ ଆଖି ପତା

କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ, କରୋନା ବିରୋଧୀ ଯୁ-ଦ୍ଧ-ରେ ସବୁଠୁ ବଡ଼ ଅ-ସ୍ତ୍ର ହେ-ଉ-ଛି ଟୀକା । ସେଥିପାଇଁ ପୂରା ବିଶ୍ୱରେ ଚାଲିଛି ଟୀକାଦାନ ଉପରେ ଗୁରୁତ୍ବ ଦିଆଯାଉଛି ।

 

ଆମ ଦେଶରେ ମଧ୍ୟ ଯୁ-ଦ୍ଧ କା-ଳୀ-ନ ଭିତ୍ତିରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ଦେଶରେ ଅଧିକାଂଶ ଲୋକ କରୋନା ଟୀକା ନେଇସାରିଛନ୍ତି । ହେଲେ ଏଭଳି ସମୟରେ ଟୀକା କୁ ନେଇ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଟୀକା ନେବା ପୂର୍ବରୁ ଗୋଟେ ଲୋକ ଚିନ୍ତାରେ ପଡ଼ିଯିବ।କରୋନା ଟୀକା ର ପ୍ରଥମ ଦୋଜ୍ ନେବା ପରେ ଏକ ଭିନ୍ନ ଧରଣର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଛି ଗାୟତ୍ରୀ ମହାପାତ୍ର ନାମକ ଜଣେ ମହିଳାଙ୍କ ଠାରେ।

କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମର ଏହି ମହିଳା ଜଣକ ଗତ ୨୩ ତାରିଖ ଦିନ ଅପରାହ୍ନ ସମୟରେ ଟୀକା ନେବା ପରେ ୨୪ ତାରିଖ ଦିନ ତାଙ୍କର ହାତ ଦେହ ଘୋଳବିନ୍ଧା ହେବାରେ ଲାଗିଲା। ଏହା ସହିତ ତାଙ୍କ ଡାହାଣ ପାଶ୍ୱର୍ କାନ୍ଧ ହାଡରେ ଭୀ-ଷ-ଣ ଯ-ନ୍ତ୍ର-ଣା ହୋଇଥିଲା । ମୁହଁର ବାମ ପାର୍ଶ୍ୱର ଗା-ଲ ଫୁ-ଲି-ବା ସହିତ ବଙ୍କା ହୋଇଯାଇଥିଲା ।
ଆଉ ୨୫ ତାରିଖ ସକାଳୁ ତାଙ୍କର ଡାହାଣ ଆଖି ପତା ଠିକ୍ ଭାବେ ବନ୍ଦ ହେଲାନାହିଁ। ଏହାଦେଖି ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ଗାୟତ୍ରୀଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ରେଫର୍ କରିଥିଲେ।


ଜଣେ ସୁସ୍ଥ ମହିଳାଙ୍କ କ୍ଷେତ୍ରରେ କରୋନା ଟୀକା ନେବାପରେ ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁ-ରୁ-ତ-ର ସହ ନେଉନଥିବା ଅ-ଭି-ଯୋ-ଗ ହୋଇଛି।ଅନ୍ୟପକ୍ଷେ ଡଃ ପ୍ରସନ୍ନ ପଣ୍ଡାଙ୍କ କହିବାନୁଯାୟୀ, ସେ ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଅ-ସୁ-ସ୍ଥ ଗାୟତ୍ରୀଙ୍କ ସମସ୍ତ ଚିକିତ୍ସା ଦାୟିୱ ସରକାର ବହନ କରିବା ପାଇଁ ସ୍ଥିର ହୋଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ-

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *