ଆପଣମାନେ ଅନେକ ସମୟରେ ଠକାମୀ ର ବିଭିନ୍ନ ମାଧ୍ୟମ ବିଷୟରେ ଶୁଣିଥିବେ।ହେଲେ ଏବେ ଭୁବନେଶ୍ୱର ରେ ଏଭଳି ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଯାହା ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଠକ ଗ୍ୟାଙ୍ଗ ରେ ସାମିଲ୍ ଅଛନ୍ତି ପୋଲିସ କର୍ମଚାରୀ।ତାହା ପୁଣି ୧ ଲକ୍ଷ କି ୨ ଲକ୍ଷ ନୁହେଁ ବରଂ ୧ କୋଟି ଟଙ୍କା ର ଠକେଇ। ଗତ କାଲି କମିଶନରେଟ୍ ପୋଲିସ୍ ଏୟାରପୋର୍ଟ ଥାନା ଅଞ୍ଚଳ ରେ ଥିବା ଏକ ଓୟୋ ରୁମ୍ ରୁ ୧ କୋଟି ଟଙ୍କା ଜବତ କରିଛି ।ଏତେ ଟଙ୍କା ର ପଛରେ ରହିଛି ବଡ଼ ଧରଣ ର ଠକେଇ କାହାଣୀ।
ଖବର ମୁତାବକ, ଅଙ୍ଗାଡ଼ିଆ ନାମରେ ଚାଲିଥିବା ଏକ ଠକେଇ ସ୍କିମ ରେ, ଜଣେ ବ୍ୟକ୍ତି ଙ୍କ କୋଟିଏ ଟଙ୍କା କୁ ଦେଢ଼ କୋଟି କରିଦେବାର ଲୋଭ ଦେଖାଇ ରାଜଧାନୀ ରେ ଚାଲିଥିଲା କାରବାର।ଏହି ଠକେଇ ର ମାଷ୍ଟର ମାଇଣ୍ଡ ପୁରୀ ଜିଲ୍ଲା ର ପ୍ରଶାନ୍ତ ପଣ୍ଡା ବୋଲି ଜଣାପଡିଛି।ସେ ଏଭଳି ଠକେଇ ଆଗରୁ ମଧ୍ୟ କରିଥିବାର ଅନୁମାନ କରାଯାଉଛି।ରାଜ୍ୟ ବାହାର କିଛି ଲୋକ ଙ୍କ ର ଏଥିରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ସମ୍ପୂର୍ଣ ଘଟଣା ଟି ହେଉଛି, କରଞ୍ଜିଆ ର କମଲ ସାହା ନାମକ ଜଣେ ବ୍ୟବସାୟୀ ଙ୍କୁ ଅଙ୍ଗାଡ଼ିଆ ସ୍କିମ ର ଲୋଭ ଦେଖାଇ ତାଙ୍କର ଭୁବନେଶ୍ୱର ସ୍ଥିତ ବ୍ୟବସାୟୀ ବନ୍ଧୁ ମହେଶ୍ୱର ସାହୁ ଏକ କୋଟି ଟଙ୍କା ପରିବର୍ତ୍ତେ ଦେଢ଼ କୋଟି ଟଙ୍କା ପାଇବାର ବିଶ୍ୱାସ ଦେଇ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ କୁ ଡ଼କାଇଥିଲେ।
ତେବେ ସେଠାରୁ ଅଭିଯୁକ୍ତ ମାନେ ଟଙ୍କା ନେଇ ଫେରାର ହେବାର ଷଡ଼ଯନ୍ତ୍ର ରଚିଥିଲେ। ହେଲେ ଠିକ୍ ସମୟରେ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା।ସେଠାରୁ ୮ ଜଣ ଙ୍କୁ ଗିରଫ କରିବା ସହିତ ନଗଦ ୯୦ ଲକ୍ଷ ୫୦୦୦୦ ଟଙ୍କା ଏବଂ ଏକ ଇନୋଭା କାର ଜବତ କରିଥିଲା ।ସବୁଠୁ ବଡ଼ କଥା ହେଉଛି ଏହି ଠକ ଗ୍ୟାଙ୍ଗ ସହ ସାମିଲ ଥିଲେ ଦିଲ୍ଲୀପ ମଲ୍ଲିକ, ସନ୍ଦୀପ ପୃଷ୍ଟି ଓ ପ୍ରକାଶ ଭୂୟାଁ ନାମକ ୩ ଜଣ ପୋଲିସ କର୍ମଚାରୀ ।
ରେଡ୍ ସମୟରେ ସେମାନେ ୯ ଟି ଟଙ୍କା ପ୍ୟାକେଟ ନେଇ ଫେରାର ହୋଇଯାଇଥିଲେ।ହେଲେ ପରେ କମିଶନରେଟ୍ ପୋଲିସ୍ ସେହି ୨ ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଙ୍କୁ ଗିରଫ କରିଛି ଏବଂ ଟଙ୍କା ପ୍ୟାକେଟ କୁ ଜବତ କରିଛି। ରାତା ରାତି ବଡ଼ଲୋକ ହେବାର ସ୍ବପ୍ନ ତାଙ୍କୁ ଫସେଇ ଦେଇଥିଲା।ତେବେ ଆଗକୁ ତଦନ୍ତ ପରେ ଏହି ସ୍କାମ୍ ରେ ସମ୍ପୃକ୍ତ ଥିବା ଆଉ କିଛି ଲୋକ ଙ୍କ ନାଁ ସାମ୍ନା କୁ ଆସିବ ବୋଲି ପୋଲିସ୍ ଅନୁମାନ କରିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ