Breaking News

ଟଙ୍କା ଖର୍ଚ୍ଚ କରି ସ୍ତ୍ରୀକୁ କାନାଡା ପଠାଇଲେ ସେଠି ପହଞ୍ଚିବା ପରେ ସ୍ଵାମୀ କୁ ଧୋକା ଦେଲା ସ୍ତ୍ରୀ

ଯେପରିକି ଆପଣ ମାନେ ଜାଣିଥିବେ ଯେ ସବୁ ବର ବଧୁ ମାନେ ବିବାହ ମଣ୍ଡପରେ ଦୁହେଁ ନିଜ ନିଜକୁ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ କଥାଦେଇଥାନ୍ତି | ହେଲେ କେତେ ଜଣ ଥାନ୍ତି ଯେଉଁ ମାନେ ଏହାକୁ ନିଭାଇଥାନ୍ତି | ଏବଂ ଆହୁରି ଅନେକ ଦମ୍ପତି ଥାନ୍ତି ଯେଉଁମାନେ ଏହାକୁ ଅଣଦେଖା କରିଦିଅନ୍ତି ଏବଂ ଭାବନ୍ତି ଏସବୁ ମୂଲ୍ୟହୀନ ଗପ |

ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ମୋଗା ଅଞ୍ଚଳରୁ , ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମଯାଏଁ ସାଥୀ ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ। ଏବଂ ବହୁ ଆଡମ୍ବରରେ ହୋଇଗଲା ବିବାହ । ହେଲେ ବିବାହର କିଛି ଦିନ ବିତିଗଲା ପରେ ଯବୁତୀ ଜଣକ କାନାଡ଼ା ଚାଲିଯାଇଥିଲେ। ଏବଂ ପହଁଞ୍ଚୁ ପହଁଞ୍ଚୁ ତାଙ୍କ ସ୍ବାମୀ ହୋଇଥିବା ଯୁବକ ଜଣକ ସହିତ କୌଣସି ସମ୍ପର୍କ ନଥିବା କହିଥିଲେ। ହେଲେ ସ୍ତ୍ରୀକୁ କାନାଡ଼ା ପଠାଇବା ପାଇଁ ସ୍ବାମୀ ପାଖାପାଖୀ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ଆସିଛି।


ସୂଚନାମୁତାବକ, ଯୁବତୀ ଜଣକ ବିବାହର ୩ ଦିନ ପରେ କାନାଡା ଚାଲି ଯାଇଥିଲେ କାନାଡାରେ ସେ ପହଁଞ୍ଚିବା ପରେ ତାଙ୍କ ହାବଭାବ ସମ୍ପୂର୍ଣ ବଦଳିଗଲା। ୧୦ ଦିନ ପରେ ମହିଳାଙ୍କ ସ୍ବାମୀ ଯେତେବେଳେ ତାଙ୍କ ପତ୍ନୀଙ୍କୁ କଲ କଲେ ସେ କହିଥିଲେ ଆଉ ଫୋନ୍‌ କରନାହିଁ। ମୁଁ ତମ ସ୍ତ୍ରୀ ନୁହେଁ। ଯଦି ଆଉ କଲ କରିବାକୁ ଚେଷ୍ଟା କରିବ ତେବେ କେସ୍‌ କରିଦେବି ବୋଲି ମହିଳା ଜଣକ କହିଥିଲେ।


ତେବେ ଏହି ଘଟଣାର ୧୧ ମାସ ପରେ ନିକଟସ୍ଥ ମୋଗା ଅଞ୍ଚଳର ବନ୍ଧନିକଲା ପୁଲିସ ଥାନାରେ ଦାଖଲ ହେଲା ଏକ ଏଫଆଇଆର |
୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏହି ପ୍ରସଙ୍ଗରେ ଯୁବକ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ୧୧ ମାସ ପରେ ପୁଲିସ୍‌ ପୀଡ଼ିତ ଯୁବକଙ୍କ ବାରମ୍ବାର ଅଭିଯୋଗ ପରେ ଏଫଆଇଆର ଦାଖଲ କରିଛନ୍ତି।


ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପି ଡ଼ୀତ ଯବୁକ ଜଣକ କହିଥିଲେ ଯେ, ବିବାହ ପୂର୍ବରୁ ମୋତେ ଜଣାଥିଲେ ଯେ ମୋ ସ୍ତ୍ରୀ ହରଜଶନପ୍ରୀତ କୌର IELTS ପରୀକ୍ଷାରେ ପାସ୍‌ କରିଛନ୍ତି। ସେ ବିଦେଶ ଯାଇ ପାଠ ପଢ଼ିବାକୁ ଚାହୁଁଛନ୍ତି। ଯଦି ତାଙ୍କୁ ବିବାହ କରିବି ତେବେ ସେ ବିଦେଶରେ ରହିବେ । ବାହାଘରଠୁ ଆରମ୍ଭ କରି ତାଙ୍କ ସ୍ତ୍ରୀଙ୍କ ବିଦେଶ ଗସ୍ତ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସେ କରିଥିବା କହିଛନ୍ତି। ଏଥିପାଇଁ ସେ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କଥା କହିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *