Breaking News

ଟଳିଲା ବଡ଼ ବିପଦ ! ଶେଷରେ ଏଠାରେ ପଡ଼ିଲା ଚୀନ୍ ର ରକେଟ୍।

ସାରା ବିଶ୍ୱବାସୀ ଏବେ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ପୁଣି ଏକ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା। ଚୀନ ଛାଡ଼ିଥିବା ରକେଟ୍‌କୁ ନେଇ ଏହି ବିପଦ ସୃଷ୍ଟି ହୋଇଥିଲା। ଏହି ରକେଟ୍‌ କଣ୍ଟ୍ରୋଲ ବାହାରେ ଥିଲା। କୁହାଯାଉଥିଲା ଯେ, ଚୀନର ଏହି ରକେଟ୍‌ ପୃଥିବୀ ପୃଷ୍ଠରେ କେଉଁଠିବି ମାଡ ହୋଇପାରେ। ‌ହେଲେ ଏହି ବିପଦ ଏବେ ଟଳି ଯାଇଛି। ମହାକାଶରୁ ଖସିବା ପରେ ଚୀନର ଏହି ରକେଟ୍‌ ଭାରତ ମହାସାଗରରେ ପଡ଼ିଥିବା ସମ୍ବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ କୁହାଯାଇଛି। ରବିବାର ଦିନ ଚୀନର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନ ବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନ ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ।

 

ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟର ବହୁ ଉପକରଣ ପୋ- ଡ଼ି ନଷ୍ଟ ହୋଇଯାଇଥିଲା। ବେଜିଙ୍ଗ୍ ସମୟ ସକାଳ ୧୦.୨୪ରେ ‘ଲଙ୍ଗ୍‌ ମାର୍ଚ ଫାଇଭ୍‌-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ପୂର୍ବକୁ ୭୨.୪୭ ଡିଗ୍ରି ଦ୍ରାଘିମା ଓ ଉତ୍ତରକୁ ୨.୬୫ ଡିଗ୍ରି ଅକ୍ଷାଂଶ ମଧ୍ୟସ୍ଥ ସମୁଦ୍ର ଜଳରାଶିରେ ଖସିପଡ଼ିଛି ବୋଲି ‘ଚାଇନା ମ୍ୟାନଡ୍‌ ସ୍ପେସ୍‌ ଇଞ୍ଜିନିୟରିଙ୍ଗ୍‌ ଅଫିସ୍‌’ କହିଥିବା କଥା ଚୀନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ବିଶେଷଜ୍ଞ ଙ୍କ କହିବା ଅନୁସାରେ, ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ ନାମକ ଚୀନର ଏହି ରକେଟ୍‌ ପ୍ରତି ସେକେଣ୍ଡରେ ୪ ମାଇଲ୍‌ ବେଗରେ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଥିଲା।

 

ଏପରିକି ଏହା ଖାଲି ସ୍ଥାନରେ ମଧ୍ୟ ପଡ଼ିପାରେ ବୋଲି ମଧ୍ୟ କୁହାଯାଉଥିଲା। ବିଶେଷଜ୍ଞ ମାନେ ଲଗାତାର ଭାବେ ଏହା ଉପରେ ନଜର ରଖିଥିଲେ। ଏପ୍ରିଲ ୨୯ରେ ଚୀନ ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ ଲଞ୍ଚ୍‌ କରିଥିଲା। ଏହା ମାଧ୍ୟମରେ ଚୀନ ମହାକାଶରେ ତିଆନ୍ଗଙ୍ଗ ନାମକ ନୂଆ ସ୍ପେସ୍‌ ଷ୍ଟେସନ କରିବାକୁ ଚାହୁଁଥିଲା ଓ ୨୦୨୨ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା। ଏହାପରେ ଏହି ସ୍ପେସ୍‌ ଷ୍ଟେସନ ପୃଥିବୀ ଚାରିପଟେ ଘୂରି ମହାକାଶରୁ ପୃଥିବୀ ସମ୍ପର୍କରେ ସୂଚନା ଦେଇଥାନ୍ତା। ହେଲେ ଏହି ରକେଟ୍‌ ଏବେ କଣ୍ଟ୍ରୋଲ ବାହାରେ ହୋଇ ଶେଷରେ ଭାରତ ମହାସାଗରେ ପଡ଼ିଛି।

ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ। ଏହାଦ୍ୱାରା କ୍ଷୟକ୍ଷତିର ଆଶଙ୍କା ବହୁତ କମ୍‌ ବୋଲି ଚୀନ ପୂର୍ବରୁ କହିଥିଲା। ସମୁଦ୍ରର ଠିକ୍‌ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି ଏବଂ କେତେ ଅଞ୍ଚଳ ପର୍ଯ୍ୟନ୍ତ ରକେଟର ଭଗ୍ନାବଶେଷ ପଡ଼ିଛି ତାହା ପ୍ରକାଶ କରାଯିବ ନାହିଁ ବୋଲି ଏହି ରକେଟ୍‌କୁ ‘ଟ୍ରାକିଙ୍ଗ୍‌’ କରୁଥିବା ‘ୟୁ.ଏସ୍‌. ସ୍ପେସ୍‌ କମାଣ୍ଡ୍‌’ ତା’ର ୱେବ୍‌ସାଇଟ୍‌ରେ ଏକ ବିବୃତି ଦେଇ କହିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *