ଦେଶ ଦୁନିଆରୁ ଏମିତି ଅନେକ ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଥାଏ, ଯାହା ବିଷୟରେ ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ।ଠିକ୍ ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ଏକ ବିମାନ ନାଗପୁର ଠି ଟେକ୍ ଅଫ୍ କରୁଥିବା ସମୟରେ ବିମାନର ଏକ ଚକ ଖସିପଡ଼ିଲା।ଯେଉଁ କାରଣ ରୁ ଏହି ବିମାନକୁ ଜରୁରୀକାଳୀନ ଲାଣ୍ଡିଂ କରାଯାଇଥିଲା।ବିମାନକୁ ରାତି ୯ ଟାରେ ମୁମ୍ବାଇ ଥରେ ଲାଣ୍ଡିଂ କରାଯାଇଥିଲା। ତେବେ ମୁମ୍ବାଇ ରେ ବିମାନର ଏଭଳି ଜରୁରୀକାଳୀନ ଲାଣ୍ଡିଂ କେବେ ପୂର୍ବରୁ ଆପଣ ଦେଖିନଥିବେ।
ତେବେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏହି ବିମାନଟି ଏକ ଏୟାର ଆମ୍ବୁଲାନ୍ସ।ମୁମ୍ବାଇ ଇଣ୍ଟରନେସନାଲ ଏୟାରପୋର୍ଟ ଅଧିକାରୀ ଙ୍କ କହିବା ଅନୁଯାୟୀ VTJIL ନାମକ ଏହି ଏୟାର ଆମ୍ବୁଲାନ୍ସ ବିମାନ ଟି ଜଣେ ରୋଗୀ ଓ ଦୁଇଜଣ ଚାଳକଙ୍କ ସହିତ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଙ୍କୁ ନେଇ ଉଡାଣ ଭରିଥିଲା ହେଲେ ନାଗପୁର ରୁ ଟେକ୍ ଅଫ ହେବା ସମୟରେ ବିମାନର ଚକଟି ତଳେ ଖସିପଡ଼ିଥିଲା।ସୂଚନାରୁ ଜଣାପଡିଛି ପାଇଲଟ୍ ମାନେ ଲାଣ୍ଡିଂ ଗିଅର ବ୍ୟବହାର ନ କରି ଲାଣ୍ଡିଂ କରିବାର ପ୍ରୟାସ କରିଥିଲେ।ପୂର୍ବ ରୁ ଏୟାରଫିଲ୍ଡରେ ଫୋମ ବିଛାଯାଇଥିଲା।
ତେଣୁ କୌଣସି ଅସୁବିଧା ହେଲାନାହିଁ କିମ୍ବା ନିଆଁ ଲାଗିବାର ଭୟ ବି ରହିଲା ନାହିଁ ।ସମୟ ଭିତରେ ବିମାନଟି କୁ ଲାଣ୍ଡିଂ କରାଯିବାରୁ କୌଣସି କ୍ଷତି ବି ଘଟିନଥିବା ସୂତ୍ରରୁ ଜଣାପଡିଛି। ତେବେ ପୁଣି ଥରେ ରୋଗୀ ଙ୍କୁ ତତ୍କାଳ ହସପିଟାଲକୁ ପଠାଇ ଦିଆଯାଇଥିଲା।ଏଭଳି ଲାଣ୍ଡିଂ ଇତିହାସରେ ପୂର୍ବରୁ କେବେ ବି କରାଯାଇନଥିଲା।ମୁମ୍ବାଇ ଏୟାରପୋର୍ଟ ରେ ଯେଉଁଭଳି ଭାବେ ଏହି ଲାଣ୍ଡିଂ କରାଗଲା ତାହା ବାସ୍ତବରେ ସ୍ବାଗତଯୋଗ୍ୟ ଅଟେ।ତେବେ ପାଇଲଟ୍ ଙ୍କ ର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି।ପାଇଲଟ୍ ଙ୍କ ଏହି ବୁଦ୍ଧିମାନ ର କାର୍ଯ୍ୟ ପାଇଁ ଦୁଇ ପାଇଲଟ୍ ଙ୍କୁ ଦେଶ ବ୍ୟାପି ସାବାସି ଦିଆଯାଉଛି।
ଘଟଣା ସମୟରେ ବିମାନରେ ଥିବା ଜଣେ ରୋଗୀ ଙ୍କ ସହିତ ୫ ଜଣ ସୁରକ୍ଷିତ ଥିବା କୁହାଯାଉଛି। ନାଗପୁର ରୁ ହାଇଦ୍ରାବାଦ ପାଇଁ ଉଡାଣ ଭରୁଥିଲା ଏହି ବିମାନଟି।ଲ୍ୟାଣ୍ଡିଙ୍ଗ ପୂର୍ବରୁ ଏୟାରଫିଲ୍ଡ ରେ ଫୋମ୍ ପକାଯାଇଥିଲା କାରଣ ବିମାନ ଟି ରେ ନିଆଁ ଲାଗିଯିବାର ଯଥେଷ୍ଟ ସମ୍ଭାବନା ଥିଲା । ପାଇଲଟ୍ ବି ଠିକ୍ ସମୟରେ ଲ୍ୟାଣ୍ଡିଙ୍ଗ କରେଇଦେବା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ