ଦର୍ଶକ ବନ୍ଧୁ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତି ଲୋକପ୍ରିୟ ଗାୟକ ଙ୍କୁ ତ ସମସ୍ତେ ଭଲ ଭାବେ ଜାଣିଥିବେ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ସେ ଜଣେ ବିଚାରକ ଭାବରେ କାର୍ଯ୍ୟ କରି ସାରିଛନ୍ତି ଆପଣ ମାନେ ଭାବୁଥିବେ ତପୁ ମିଶ୍ର ପ୍ରସଙ୍ଗ ଉଠାଇବାର ତ କିଛି କାରଣ ନିଶ୍ଚୟ ଥିବ ହଁ ଆଜ୍ଞା ଏବେ ସେହି କଳାକାର ଜଣଙ୍କ ରୋଗାକ୍ରାନ୍ତ ସେ ଫୁଣି ଆଉ କୋଉଥିରେ ନୁହେଁ ଏବେ ଯେଉଁ ମହାମାରୀ ସମଗ୍ର ବିଶ୍ୱରେ ହଲଚଲ ସୃଷ୍ଟି କରିଛି ସେହି କୋରନା ରେ ଆକ୍ରାନ୍ତ ହେଇଛନ୍ତି ତପୁ।
କୋରୋନା ମହାମାରୀ ସମୟରେ ଓଲିଉଡ ର ଅନେକ କଳାକାର ଙ୍କର ଦେହାନ୍ତ ହେଉଥିବା ବେଳେ ଫୁଣି ତପୁଙ୍କୁ ନେଇଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ଏମିତି ଅବସ୍ଥାରେ ତପୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅତ୍ୟଧିକ ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ସେ କିଛିଦିନ ତଳେ କରୋନା ପଜିଟିଭ ବାହାରିବା ପରେ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିଶେଷ ଭାବେ ଅଭିନେତା ଆକାଶ ଓ ଅନ୍ୟ କଳାକାରମାନେ ତାଙ୍କର ଉତ୍ତମ ଚିକିତ୍ସା ନେଇ ବ୍ୟବସ୍ଥା କରିଛନ୍ତି ।ତପୁଙ୍କର ସ୍ୱାସ୍ତ୍ୟ ଅବସ୍ତା ବିଷୟରେ ଟୁଇଟରେ ସୁଚନା ଦେଇଥିଲେ , ତାଙ୍କ ସମ୍ପର୍କୀୟ ମିଲନ ମହାପାତ୍ର । ସେ ତପୁଙ୍କର ଏକ ଫଟୋ ସହିତ ଲେଖିଛନ୍ତି କି କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଆଜି ତପୁଙ୍କୁ ICU ରେ କରା ଜାଇଛି ଭର୍ତ୍ତି । ତାହ୍କ ସ୍ୱାସ୍ତ୍ୟ ଅବସ୍ତା ସମ୍ପର୍କରେ ଅଧିକ ତଥ୍ୟ ଜଣା ନଥିଲେ ମଧ୍ୟ ଆଗକୁ ଏ ବିଷୟରେ ଆମେ ଅନେକ ସୁଚନା ଆପଣଙ୍କୁ ଦେବାକୁ ଚେଷ୍ଟା କରିବୁ ।
ନିକଟରେ ଗତ 10 ତାରିଖରେ କରୋନାରେ ତପୁଙ୍କର ପିତାହ୍କର ଦେହାନ୍ତ ହୋଇଥିଲା , ଆଉ ଆଜି ତପୁ ନିଜେ କରୋନା ଆକ୍ରାନ୍ତ ହୋଇ ମେଡିକାଲ ରେ ଆଡମିଟ ହୋଇଛନ୍ତି ।ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେଣୁ ସମସ୍ତେ ତପୁ ଙ୍କର ଆରୋଗ୍ୟ କାମନା ପାଇଁ ଭଗବାନ ଙ୍କ ପାଖରେ ପାର୍ଥନା କରନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ