Breaking News

ସୁସ୍ଥ ରହିବାକୁ ଘରେ ବସି ଏହି ପ୍ରତିକାର କରନ୍ତୁ,ଅନେକ ରୋଗ ମାଗଣାରେ ଦୂର ହୋଇଯିବ।

ସୁସ୍ଥ ରହିବାକୁ ଘରେ ବସି ଏହି ପ୍ରତିକାର କରନ୍ତୁ,ଅନେକ ରୋଗ ମାଗଣାରେ ଦୂର ହୋଇଯିବ।

ପ୍ରତେକ ବ୍ୟକ୍ତି ସୁସ୍ଥ ରହିବାକୁ ଚାହାନ୍ତି। କିନ୍ତୁ ବ୍ୟସ୍ତ ଜୀବନ ଏବଂ ବ୍ୟସ୍ତବହୁଳ କାର୍ଯ ହେତୁ ଲୋକମାନେ ନିଜ ପାଇଁ ସମୟ
ଦେବାରେ ଅଶର୍ମଥ ଅଟନ୍ତି। ଏହି ପରିସ୍ଥିତିରେ ଲୋକମାନେ ଅନେକ ଛୋଟ ରୋଗର ଶିକାର ହୁଅନ୍ତି ଏବଂ ନିଜକୁ ଶାରୀରିକ
ଏବଂ ମାନସିକ ସ୍ତରରେ ରଖିବାକୁ ଅସମର୍ଥ ହୁଅନ୍ତି। ଏହି ପରିସ୍ଥତି ରେ ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ କହିବୁ। ଯେଉଁ କାରଣ ରୁ ବ୍ୟକ୍ତି ସୁସ୍ଥ ରହିବେ ଏବଂ ନିୟମିତ ଭାବେ ଏହି ପଦକ୍ଷେପ ଗ୍ରହଣ କଲେ ଅନେକ ରୋଗ ମଧ୍ୟ ଭଲ ହୋଇଯିବ।

୧। ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତିତ ଫାଷ୍ଟଫୁଡ ଖାଇବାରୁ ଦୂରେଇ ରୁହନ୍ତୁ।

ଆପଣ ଯଦି ସବୁବେଳେ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତ ଫାଷ୍ଟଫୁଡ ଖାଇବା ବନ୍ଦ କରିଦିଅନ୍ତୁ। କାରଣ ଫାଷ୍ଟଫୁଡ ହଜମ ହେବାକୁ ବହୁତ ସମୟ ନେଇଥାଏ। ଏହା ସହିତ ଜଙ୍କଫୁଡ ଓ ଅଧିକ ତେଲ ଥିବା ଖାଦ୍ୟ ଖାଇବାରୁ ବଞ୍ଚନ୍ତୁ।

ବ୍ୟକ୍ତିକୁ ଭୋଜନ ଠିକ ସମୟରେ କରିବା ଦରକାର। ବ୍ରେକଫାଷ୍ଟ ,ଲଞ୍ଚ ଏବଂ ଡିନର ଠିକ ସମୟରେ କରିବା ଦ୍ଵାରା ପାଚନ ତନ୍ତ୍ର ଠିକ ରହିଥାଏ ଓ ପେଟରେ କୌଣସି ରୋଗ ହୋଇନଥାଏ।ମିଶାମିଶି ଖାଦ୍ୟ ଖାଇବାଠୁ ବଞ୍ଚନ୍ତୁ, ବଜାରରେ ଅର୍ଗାନିକ ଫଳ ଓ ପନିପରିବା ମିଳେ। ଏହାର ସେବନ କରିବା ଉଚିତ।
ପାଚନ ତନ୍ତ୍ର ଖରାପ ହେବା କାରଣରୁ ଲୋକ ମୋଟା ଓ ପତଳାପଣ ଉଭୟର ଶିକାର ହୋଇଥାନ୍ତି। ଖାଦ୍ଯ ଶରୀରରେ ଠିକ ରେ ହଜମ ହୁଏ ନାହିଁ । ଯାହା ଫଳରେ ବ୍ୟକ୍ତିର ଓଜନ ଅଧିକ ବଢି କିମ୍ବା କମି ଯାଏ। ସେଥିପାଇଁ ଜରୁରୀ ଅଟେ କି ଠିକ ସମୟରେ ଭୋଜନ କରିବା ଓ ସୁଖାଦ୍ୟ ଖାଇବା ଯାହା ଫଳରେ ପାଚନ ଠିକରେ ହବ।

ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଉଚିତ ନୁହେଁ। ଖାଦ୍ୟ ଖାଇବାର ୧୫ କିମ୍ବା ୨୦ ମିନିଟ ପୂର୍ବରୁ ପାଣି ପିଇବା ଉଚିତ। ଏହା ଦ୍ଵାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

୨।ପ୍ରତିଦିନ ୨ରୁ ୩ ଲିଟର ପାଣି ପିଅନ୍ତୁ ।

ଆପଣମାନଙ୍କୁ ଜଣା ଥିବ ଯେ ଆମ ଶରୀରର ୨/୩ ଭାଗ ପାଣିରେ ଭରା । ସେଥିପାଇଁ ସ୍ଵସ୍ଥ ରହିବା ପାଇଁ ପାଣି ବହୁତ ଜରୁରୀ ହୋଇଥାଏ। ଶରୀରରେ ପାଣି କମ ହେବା କାରଣରୁ ବୋହୁତ ପ୍ରକାର ରୋଗ ହୋଇଥାଏ। ସେଥିପାଇଁ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ। ପାଣି ପିଇବା ଦ୍ଵାରା ଶରୀରରେ ଥିବା ହାନିକାରକ ପଦାର୍ଥ ବାହାରି ଯାଇଥାଏ। ଆପଣଙ୍କୁ ଜଣାଇବା କୁ ଚାହୁଁଛୁଯେ,ଯଦି ପ୍ରତେକ ଦିନ ସଠିକ ମାତ୍ରା ରେ ପାଣି ପିଆଯାଏ, ତେବେ ପାଣି ଦ୍ଵାରା ଶରୀରକୁ ଆବଶ୍ୟକ ମାତ୍ରାର ପୋଷକତତ୍ଵ ମଧ୍ୟ ମିଳିଯାଏ।


୩।ସୁସ୍ଥ ରହିବା ପାଇଁ ଔଷଧର ବ୍ୟବହାର କମ କରନ୍ତୁ।

ଆଜିକାଲି ବ୍ୟକ୍ତି ଟିକେ ଦେହ ଖରାପ ହେଲେ ଔଷଧର ସାହାଯ୍ୟ ନେଉଛନ୍ତି। କିନ୍ତୁ ଅତ୍ୟଧିକ ଔଷଧର ସେବନ, କିଡନୀ ଉପରେ ବିପରୀତ ପ୍ରଭାବ ପକାଇଥାଏ। ସେଥିପାଇଁ ଅତ୍ୟଧିକ ଔଷଧ ସେବନ କରିବାରୁ ଦୁରେଇ ରୁହନ୍ତୁ। ଏହା ସହିତ ରୋଗ ସମୟରେ ଇଂରେଜ ଔଷଧ ଖାଇବା ଅପେକ୍ଷା ଘରୋଇ ଉପଚାର କଲେ ବହୁତ ଭଲ ହେବ। କାହିଁକି ନା ଘରୋଇ ଉପଚାରରେ ବ୍ୟବହାର ହେଉଥିବା ଆଉର୍ବେଦ ଜିନିଷରୁ ଶରୀରକୁ କୌଣସି ପ୍ରକାରର କ୍ଷତି ହୋଇନଥାଏ ଓ ଶରୀରକୁ ବହୁତ ଲାଭ ହୋଇଥାଏ।
କିଛି ବ୍ୟକ୍ତି ଶରୀରର ପୋଷକତତ୍ଵ କମ ହୋଇଯାଇଥିବାରୁ ଭିଟାମିନ ଔଷଧର ସେବନ କରନ୍ତି। କିନ୍ତୁ ଶରୀରରେ ଯଦି କ୍ଯାଲ୍ସିୟମ ଆଉ ପ୍ରୋଟିନ ର ଆବଶ୍ୟକତା ଥାଏ, ତେବେ ପ୍ରାକୃତିକ ଘରୋଇ ଉପଚାର ରେ ତାହା ଭଲ କରାଯାଇ ପାରିବ।

୪। ଏସିଡିଟିରୁ ବଞ୍ଚନ୍ତୁ ଏବଂ ଶରୀରର ହୂମିନିଟି ପାୱାର ବଢାନ୍ତୁ।

ଅଧିକାଂଶ ଲୋକ ବେଡ ରୁ ଉଠିବା ମାତ୍ରେ ହି ଖାଲି ପେଟରେ ଚା ପିଆନ୍ତି। ଯାହାଦ୍ୱାରା ଏସିଡିଟିର ସମସ୍ୟା ହୁଏ। ଏହା ଅପେକ୍ଷା ଚା ବଦଳରେ ଯଦି ଆପଣ ପାଣି ପିଅନ୍ତି ତେବେ ଶରୀର ପାଇଁ ଭଲ ହୋଇଥାଏ। ସେହିପରି ଶୋଇବା ପୂର୍ବରୁ ଯଦି ତମ୍ଭା ପାତ୍ରରେ ପାଣି ରଖିଦିଅନ୍ତି ଏବଂ ଉଠିବାପରେ ଖାଲି ପେଟରେ ପିଅନ୍ତି ତେବେ ତାହା ଭଲ ହୋଇଥାଏ ଶରୀର ପାଇଁ। ଚା ପିଇବାର ଇଚ୍ଛା ଅଛି ଯଦି ଲେମନ ଟୀ,ଗ୍ରୀନ ଟୀ ଏବଂ ବ୍ଲାକ ଟୀ ପିଅନ୍ତୁ। ଏହା ପାଚନ କ୍ରିୟା କୁ ଭଲ ରଖିଥାଏ ଓ ଇମୁନିଟି ଶକ୍ତି ବଢାଇଥାଏ।


୫। ଯୋଗ ଏବଂ ଏକ୍ସାର୍ସାଇଜ କରନ୍ତୁ।

ସ୍ଵସ୍ଥ ଆଉ ସବୁବେଳେ ଫିଟ ରହିବାପାଇଁ ଏକ୍ସାର୍ସାଇଜ କୁ ଦୈନିକ ଆବଶ୍ୟକତା ମାନିନିଅନ୍ତୁ। ପ୍ରତିଦିନ ବାୟାମ କରନ୍ତୁ। କେତେଲୋକ ଭାବନ୍ତି ଡେଲିର ବୁଲାବୁଲି ଆଉ ଦୌଡଦଉଡି କରିବାଦ୍ଵାରା ତାଙ୍କ ଏକ୍ସାର୍ସାଇଜ ହୋଇଯାଉଛି। କିନ୍ତୁ ଏହା ଭାବିବା ଭୁଲ ଅଟେ। ଆପଣ ଦିନ ସାରା ଯେଉଁ କାମ କରନ୍ତି,ତାହା ଦିନଚଜ୍ୟ ର ଅଂଶ ଅଟେ। ସେଥିପାଇଁ ପ୍ରତିଦିନ ବାୟାମ ନିଶ୍ଚିତ କରନ୍ତୁ। କାରଣ ଆପଣ ଯେଉଁ କାମ କରନ୍ତି ତା ଦ୍ଵାରା ଶରୀରରେ ଥକାପଣ ହୋଇଥାଏ ଓ ବାୟାମ କଲେ ସେଥିରୁ ଶାନ୍ତି ମିଳିଥାଏ। ସେଥିପାଇଁ ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ବାୟାମ କରିବା ଉଚିତ,ଦୌଡିବା,ସାଇକ୍ଲିଙ୍ଗ କରିବା,ଦୌଡି ଡେଇଁବା ଓ ଯୋଗ ଆଉ ପ୍ରାଣାୟମ କରିବା ଉଚିତ। ଯଦି ଆପଣ ରୋଗରେ ପଡ଼ୁଛନ୍ତି ତେବେ ଡକ୍ଟର ପରାମର୍ଶ ରେ ଏକ୍ସାର୍ସାଇଯ କରିବା କଥା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପିରିଅଡର ଏତିକି ଦିନ ମଧ୍ୟରେ ସମ୍ପର୍କ ସ୍ଥାପନା କରିଲେ ନିଶ୍ଚୟ Pregnant ହୋଇ ପାରିବେ – Pregnancy Tips

ବନ୍ଧୁଗଣ ଆଜି ଆମେ ମହିଳା ଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର , ହଁ ବନ୍ଧୁ ଯଦି …

Leave a Reply

Your email address will not be published. Required fields are marked *