Breaking News

ଶୁଣିଲେ ଆଶ୍ଚର୍ଯ ହେବେ ମାସ୍କ ର ଦାମ୍ ୩ କୋଟି !!

ଉର୍ବଶୀ ରୌତେଲା ବଲିଉଡ୍ ର ଜଣେ ଖୁବ୍ ପରିଚିତ କଳାକାର। ଖାଲି ଦେଶ ନୁହେଁ ବରଂ ଦେଶ ବାହାରେ ମଧ୍ୟ ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଜଣେ ଅଭନେତ୍ରୀ ସହିତ ଜଣେ ସଫଳ ମଡେଲ ମଧ୍ୟ।ସେ ଏକ ମାତ୍ର ମହିଳା ଯିଏ କି ୨ ଥର ମିସ୍ ଇଣ୍ଡିଆ ୟୁନିଭର୍ଷ ଜିତିଛନ୍ତି।ଦର୍ଶକ ବନ୍ଧୁ ଉର୍ବଶୀ ରୌତେଲା ଏଭଳି ଜଣେ ବ୍ୟକ୍ତିତ୍ଵ ଯିଏ କି ଖୁବ୍ କମ୍ ସମୟରେ ଖୁବ୍ ସୁନାମ ଅର୍ଜନ କରିପାରିଛନ୍ତି।ଛୋଟ ବେଳୁ ସେ ନିଜର ମଡେଲିଂ ଆରମ୍ଭ କରିଥିଲେ।ସଫଳ ମଡେ଼ଲ ହେବା ପରେ ସେ ବଲିଉଡ୍ ରେ କଳାକାର ଜୀବନ ଆରମ୍ଭ କରିଥିଲେ।

 

ତେବେ ଉର୍ବଶୀ ନିଜର ଫ୍ୟାସନ୍ ଲୁକ୍ କୁ ନେଇ ସବୁ ବେଳେ ଚର୍ଚ୍ଚା ରେ ଥାଆନ୍ତି।ଅନେକ ସମୟରେ ନିଜର ଦାମୀ ପୋଷାକ ଓ ଅନ୍ୟାନ୍ୟ ଜିନିଷ ଦ୍ଵାରା ଚର୍ଚ୍ଚା କୁ ଆସିଥାନ୍ତି।ତେବେ ଏବେ କରୋନା ସମୟ ଚାଲିଥିବାରୁ ବିଭିନ୍ନ ସେଲିବ୍ରୀଟି ନିଜର ଦାମୀ ମାସ୍କ କୁ ନେଇ ଚର୍ଚ୍ଚା କୁ ଆସୁଛନ୍ତି।ତେବେ ଉର୍ବଶୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି।ଏହି କିଛି ଦିନ ପୂର୍ବ ରୁ ଉର୍ବଶୀ ନିଜର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ।ଯେଉଁଥିରେ କି ସେ ଏକ ମାସ୍କ ପିନ୍ଧିଥିବା ର ଦେଖାଯାଇଛି।

 

ତେବେ ସେ ମାସ୍କ୍ ଟି ର ଦାମ୍ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।୧୦୦୦ କିମ୍ବା ୨୦୦୦ ନୁହଁ ବରଂ ଉର୍ବଶୀ ପରିଧାନ କରିଥିଲେ ୩ କୋଟି ଟଙ୍କାର ମାସ୍କ୍। ଯାହା କି ସମ୍ପୂର୍ଣ୍ଣ ଭାବେ ହୀରା ରେ ନିର୍ମିତ। ଏହା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ର କଥା। ଏହି ପୋଷ୍ଟ ହେବା ପରେ ଏହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତାଙ୍କ ପ୍ରଶଂସକ ମାନଙ୍କୁ ତାଙ୍କର ଏହି ରୂପ ବେଶ୍ ପସନ୍ଦ ଆସିଛି।ଏକ ଇଣ୍ଟରନେସନାଲ ବ୍ରାଣ୍ଡ ର ସୁଟିଂ ବେଳେ ସେ ଏହି ମାସ୍କ୍ ଟି କୁ ପିନ୍ଧିଥିଲେ।

 

ଉର୍ବଶୀ ଏହି ମାସ୍କ୍ ପିନ୍ଧିଥିବା ବେଳର ଏକ ଭିଡିଓ କୁ ନିଜର ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ ଯେ ତାଙ୍କର ଏହି ମାସ୍କ୍ ବେଶ୍ ଓଜନ ଥିଲା। ସୁଟିଂ ବେଳେ ସେ ଖୁବ୍ ଉପଭୋଗ କରିଥିଲେ ଏବଂ ଏତେ ସାରା ହୀରା କୁ ସେ ଏକ ସାଙ୍ଗରେ ଆଗରୁ ପିନ୍ଧିନଥିବା ମଧ୍ୟ କହିଛନ୍ତି। ତେବେ ନିଜର ଫ୍ୟାସନ୍ ଲୁକ୍ ପାଇଁ ସର୍ବଦା ଚର୍ଚ୍ଚା ରେ ରହୁଥିବା ଉର୍ବଶୀ ନିଜ ଉପରେ ନୂଆ ନୂଆ ଲୁକ୍ କୁ ପରୀକ୍ଷା କରିବା ପାଇଁ ବେଶ୍ ଭଲ ପାଇଥାନ୍ତି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.