Breaking News

ଶୁଣିଲେ ଆଶ୍ଚର୍ଯ୍ୟ ହେବେ,ଏମିତି ବି ଏକ ସ୍ଥାନ ଅଛି ଯେଉଁଠି କି ମାସ୍କ ପିନ୍ଧିଲେ ଦେବାକୁ ପଡୁଛି ଜୋରିମାନା !

ସାରା ଦେଶରେ ଏବେ ମହାମାରୀ କୋରନା ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଲୋକେ ବି ଏ ନେଇ ବହୁତ ଭୟବିତ ରହୁଛନ୍ତି। ସାଧାରଣତଃ ଏ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଟି ହେଉଛି ମାସ୍କ ପରିଧାନ କରିବା। ସରକାର ବି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପ୍ରତିଦିନ ସଚେତନ ର ବାର୍ତା ଦେଉଛନ୍ତି। ଏମିତି କି ରାସ୍ତା ଘାଟ ଛକ ମାନଙ୍କରେ ବି ପୋଲିସ ମାନେ ଅନବରତ ଜଗୁଛନ୍ତି ଏହି ମାସ୍କ ଚେକିଙ୍ଗ ପାଇଁ ଜିଏବି ମାସ୍କ ନ ପିନ୍ଧି ଯାଉଛି ତାଠାରୁ ଫାଇନ ଆଦାୟ କରିବା ସହ କଡା କଟକଣା ବି ଲଗାଯାଉଛି।ମାତ୍ର ଏହିସବୁ ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ୟ୍ଯ ହୋଇଯିବେ।

ଘଟଣାଟି ହେଉଛି ଆମେରିକାର ଏକ ସ୍ଥାନରେ ମାସ୍କ ପିନ୍ଧିଲେ ଦେବାକୁ ପଡୁଚି ଜୋରିମାନା।ହଁ ଆଜ୍ଞା ଘଟଣାଟି ପୂରା ସତ।  ତାହାଲେ ଆମେରିକାର ଏମିତି କେଉଁ ସ୍ଥାନରେ ଆଉ କଣ ପାଇଁ ଏପରି ଏକ ଅଦ୍ଭୁତ ନିୟମ ରଖାଯାଇଛି। ଖବର ମୁତାବକ ଆମେରିକାର ଏକ ରେଷ୍ଟୁଂରାଂଟ୍‌ରେ ଏମିତି ନିୟମ କରାଯାଇଥିବା ସୂଚନା ମିଳିଛି। ଆହୁରି ବି ସେହି ରେଷ୍ଟୁରାଣ୍ଟ ଭିତରକୁ ଖାଇବାକୁ ଯାଉଥିବା କୌଣସି ଗ୍ରାହକ ଯଦି ମୁହଁରେ ମାସ୍କ ଲଗାଇ ଯାଉଛି ତାହାଲେ ତା ଠାରୁ ୫ ଡ଼ଲାର ଫାଇନ ଆଦାୟ କରାଯାଉଛି।

କଥାଟି ଶୁଣିବା ପରେ ନିଶ୍ଚୟ ଆପଣ ଭାବୁଥିବେ କି ଆମେରିକା ରେ କୋରନା ର ସଂକ୍ରମଣ କମି ଯାଇଥିବାରୁ ଏମିତି ନିୟମ କରାଯାଇଛି କିନ୍ତୁ ଏମିତି କିଛି ନୁହେଁ ବରଂ ୟା ପଛରେ କିଛି ଅଲଗା ହିଁ କାରଣ ରହିଛି ଯେତେବେଳେ ଏ ବିଷୟରେ ସେ ରେଷ୍ଟୁରାଣ୍ଟ ମାଲିକ କୁ ପଚରା ଯାଇଥିଲା ସେତେବେଳେ ସେ ଉତ୍ତରରେ କହିଥିଲେ କି ଲକଡାଉନ୍‌ରେ ତାଙ୍କର ବ୍ୟବସାୟ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ତାହାର କ୍ଷତି ଭରଣା କରିବାକୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଟି ହେଲା, ଯେଉଁମାନେ ମାସ୍କ ପିନ୍ଧି ବା ଦ୍ଵାରା ଫାଇନ ଟଙ୍କା ଦେଉଛନ୍ତି ସେମାନଙ୍କ ଟଙ୍କା କୁ ନେଇ ସେ ଏକ ଚାରିଟି ଟ୍ରଷ୍ଟକୁ ଦେଉଥିବା କଥା ମଧ୍ୟ କହିଛନ୍ତି।

ଆଉ ଏହି ଟଙ୍କାରେ ଅନେକ ଅନାଥ ପିଲା ବି ଉପକୃତ ହେଉଥିବା ଜଣାପଡ଼ିଛି।ତେବେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କର କାମକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇ ଥିବା ବେଳେ ଅନେକ ପ୍ରଂସଶା ବି କରିଛନ୍ତି ଅବଶ୍ୟ ଏହା ଯେତେଦୂର ଠିକ ସେତେଦୂର ଭୁଲ ।ସେ ଯାହା ବି ହେଉ କିନ୍ତୁ ଆପଣ ମାନେ ମାସ୍କ ପିନ୍ଧିବା ଛାଡ଼ନ୍ତୁ ନାହିଁ। ମାସ୍କ ପିନ୍ଧି ନିଜେ ସୁରକ୍ଷିତ ରହିବା ସହ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ମିଡିଆ ସାମ୍ନାକୁ ଆସିଲେ ସୋନୁ (Sonu Sood), IT ରେଡ ଉପରେ ଯାହା କହିଲେ ସମସ୍ତଙ୍କ ହୃଦୟ ଜିତିନେଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଆମ ଦେଶ ର ନମ୍ବର ୱାନ ରିଅଲ ହିରୋ ଶୋନୁ ସୂଦ ଙ୍କ …

Leave a Reply

Your email address will not be published. Required fields are marked *