ଦର୍ଶକବନ୍ଧୁ ଆପଣ କୋରନା ସଂକ୍ରମିତ କି ନୁହେଁ କେମିତି ଜାଣିବେ। ଶରୀରରେ ଖୁବ ହାଲୁକା ଲକ୍ଷଣ ଦେଖିଲେବି ମନ ଭିତରେ ସୃଷ୍ଟି ହେଉଥିବା ଆଶଙ୍କା ଠାରୁ ଦୁରେଇବା ପାଇଁ ଆପଣ ଙ୍କୁ କିଛି ପରୀକ୍ଷଣ କରାଇବାକୁ ହେବ। ସେ ଆର୍ଟିଫେସିଆଲ ଟେଷ୍ଟ ହେଉ ବା ଆଣ୍ଟିଜେନ ଟେଷ୍ଟ ହେଉ ସେଥିଲାଗି ଆପଣଙ୍କୁ କିଛି ଦିନ ବା କିଛି ଘଣ୍ଟା ଅପେକ୍ଷା କରିବାକୁ ହେବ। ଫୁଣି ଯେତେବେଳେ ସଂକ୍ରମଣ ର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି ସେତେବେଳେ ଆପଣଙ୍କର ନମୁନା ପରୀକ୍ଷଣ ଆବଶକୀୟ କୀଟ ଏବଂ ଲାବରଟରି ମଧ୍ୟ ଉପଲବ୍ଧି ଥିବା ଦରକାର। ଏହା ବିକାଶଶୀଳ ଓ ଗରିବ ଦେଶ ମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା।ଏହି ସମସ୍ୟାରୁ ମୁକ୍ତି ପାଇଁ ନେଦରଲ୍ୟାଣ୍ଡ ର ୱାଗେନିକାନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ଏକ ନୂଆ ଟେକନୋଲୋଜି ଉଦ୍ଭାବନ କରିଛନ୍ତି।
ଏହି ଟେକନୋଲୋଜି ଦ୍ଵାରା ମହୁମାଛି ଙ୍କୁ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ କି ନା ଜାଣିବା ପାଇଁ ଉପଯୋଗ କରାଯିବ। ତେବେ ଆସନ୍ତୁ ଜାଣିବେ ଆମ ପେଜ୍ ମାଧ୍ୟମରେ କିପରି ମହୁମାଛି ମନେ କୋରନା ର ଟେଷ୍ଟିଙ୍ଗ କରିବେ। ମହୁମାଛି ମନେ କହିବେ ସନ୍ଦିଗ୍ଧ ରୋଗୀ କୋରନା ସଂକ୍ରମିତ କି ନା। ଏସବୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଆଜ୍ଞା ଏହା ସମ୍ପୂର୍ଣ୍ଣ ସତ।ଆପଣ ଭାବନ୍ତୁନି ଯେ କୋଭିଡ ସନ୍ଦିଗ୍ଧ ଙ୍କ ଉପ ରକୁ ମହୁମାଛି ଛଡ଼ାଯିବ ଅର୍ଥାତ ମହୁମାଛିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଛାଡି ସାମ୍ପୁଲ ସଂଗ୍ରହ କରାଯିବ ତାହା ନୁହେଁ।ବରଂ ଯେଉଁ ପ୍ରକାର ସାମ୍ପୁଲ ସଂଗ୍ରହ କରାଯାଉଛି ସେହି ପ୍ରକାର ସାମ୍ପୁଲ ସଂଗ୍ରହ କରାଯାଇ ତାହା ମହୁମାଛିଙ୍କି ଦିଆଯିବ।
ଏଗୁଡିକ କୌଣସି ସୋତନ୍ତ୍ର ପ୍ରଜାତିର ମହୁମାଛି ନୁହଁନ୍ତି ବରଂ ସାଧାରଣ ମହୁମାଛି।କିନ୍ତୁ କୋରନା ଟେଷ୍ଟପାଇଁ ଏହି ମହୁମାଛିଙ୍କୁ ସୋତନ୍ତ୍ର ତାଲିମ ଦେବା ଆବଶ୍ୟକ। ଏମିତି ତାଲିମ ଦେଇ ଖୁବ କମ ସମୟରେ ଭରସାଯୋଗ୍ୟ ଉତ୍ତର ପାଇଛନ୍ତି ନେଦରଲ୍ୟାଣ୍ଡର ଏହି ବୈଜ୍ଞାନିକମାନେ। ନିଜର ଗବେଷଣା ପାଇଁ ଏମାନେ ସାଧାରଣ ମହୁମାଛିଙ୍କି ଆଣି ତାଲିମ ଦେଇଛନ୍ତି।ଏହି ତାଲିମ ଖୁବ ସରଳ। ପ୍ରଥମେ କୋରନା ସଂକ୍ରମିତ ଙ୍କ ସ୍ୱାପ ନମୁନା ଓ ସାଧାରଣ ଲୋକଙ୍କ ସ୍ୱାପ ନମୁନା ଆଗରେ ମହୁମାଛି ଙ୍କୁ ସୋତନ୍ତ୍ର ଭାବରେ ରଖୁଛନ୍ତି।
କିନ୍ତୁ କୋରନା ଭାଇରସ ଥିବା ନମୁନା କୁ ଚାଖିବାପରେ ତାଙ୍କୁ ମିଠାସିରା ଚାଖିବାକୁ ଦିଆଯାଉଛି ହେଲେ ସାଧାରଣ ନମୁନାକୁ ଚାଖିଲେ କିଛି ଦିଆଯାଉନାହିଁ। ଏହାଦ୍ଵାରା ଯେତେବେଳେ କୋରନା ସଂକ୍ରମିତ ସାମ୍ପୁଲ ତାଙ୍କ ପାଖକୁ ଆସୁଚି ସେତେବେଳେ ସେମାନେ ଜିଭ ଦେଖାଇ ରହୁଛନ୍ତି।ଫଳରେ ତାହାଏକ ପଜେଟିଭ ସାମ୍ପୁଲ ବୋଲି ସ୍ପଷ୍ଟ ହେଉଛି।ବହୁତ କମ ସମୟରେ ଏହିଟେଷ୍ଟ ହେଉଥିବାରୁ ସନ୍ଦିଗ୍ଧ ରୋଗୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁନି।ଏଥିରେ କେମିକାଲ ର ବ୍ୟବହାର ବହୁତ କମଥିବାରୁ ଦାମ ମଧ୍ୟ ବହୁତ କମ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ