ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ କୋରନା କିପରି ସଙ୍କଟାପନ୍ନ ରୂପ ଧାରଣ କରିଛି।କୋରନା ର ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହର ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି।ମନୁଷ୍ୟ ସମାଜର ଆଧୁନିକ ଜୀବନ ଯାପନ ପ୍ରଣାଳି ହିଁ ବିଭୀର୍ଣ୍ଣ ପ୍ରକାର ରୋଗ ର ମୁଖ୍ୟ କାରଣ। ଆଗ କାଳରେ ଲୋକଙ୍କର ଖାଦ୍ୟପେୟ ଏବଂ ଜୀବନ ଯାପନ କରିବାର ଶୈଳୀ ଖୁବ ସରଳ ଥିଲା ଏବଂ ବହୁ ପରିମାଣରେ ବୃକ୍ଷ ଥିବା କାରଣରୁ ସେତେବେଳେ ଅମ୍ଳଜାନ ର ଅଭାବ ଦେଖାଦେଉନଥିଲା।
ଆପଣ ମାନେ ତ ନିଶ୍ଚିନ୍ତ ଜାଣିଥିବେ ଅକ୍ସିଜେନ ର ଅଭାବ କାରଣରୁ ହିଁ କୋରନା ରେ ମୃତ୍ୟୁ ହାର ଦିନକୁ ଦିନକୁ ବୃଦ୍ଧି ହେବାରେ ଲାଗିଛି। ଦିନ ଥିଲା ଆମ୍ଭେ ବୃକ୍ଷ,ଗଛ ,ଲତା ଆଦିଙ୍କ ଠାରୁ ପ୍ରକୃତିକ ଭାବେ ଅମ୍ଳଜାନ ପ୍ରାପ୍ତ କରୁଥିଲେ। ମାତ୍ର ଆଜି ଆମକୁ ସିଲିଣ୍ଡର ଧରି ଅମ୍ଳଜାନ କିଣିବା ପାଇଁ ପଡୁଛି।ଏଭଳି ଜଟିଳ ପରିସ୍ଥିତିରେ ଆମେ ଆପଣଙ୍କୁ ଆମ ପେଜ୍ ମାଧ୍ୟମରେ ଜଣାଇବୁ କେଉଁ 6 ଟି ଗଛ ରୋପଣ କରି ଆପଣ ଅଧିକ ରୁ ଅଧିକ ଅମ୍ଳଜାନ ପାଇପାରିବେ। ତନ୍ମଧ୍ୟରୁ —
(ନିମ ଗଛ)-ନିମ ଗଛ ଏକ ଔଷଧୀୟ ବୃକ୍ଷ ହେବା ସହ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାଏ।ଏହା ନ୍ୟାଚୁରାଲ ଏୟାର ପିଉରିଫାୟାର ଭାବେ କାମ କରେ ଏବାଂ ବାୟୁମଣ୍ଡଳ କୁ ଶୁଦ୍ଧ କରେ।ବିଶେସଂଜ୍ଞ ଙ୍କ କହିବା ଅନୁଯାୟୀ ନିମ ଗଛ ଲାଂସିବା ଦ୍ଵାରା ଆଖପାଖ ର ବ୍ୟାକ୍ଟେରିଆ ସବୁ ମରିଯାଅନ୍ତି
(ଜାମୁ ଗଛ)- ଜାମୁ ଗଛ ରେ ମଧ୍ୟ ଅନେକ ଔଷଧୀୟ ଗୁଣ ।ଏହା ସଲଫର ଓ ନୈଟ୍ରୋଜେନ ଭଳି ଗ୍ୟାସ କୁ ବିଶୁଦ୍ଧ କରିବା ସହ ପ୍ରଚୁର ଅକ୍ସିଜେନ ମଧ୍ୟ ସୃଷ୍ଟି କରେ।
(ବର ଗଛ) – ଏହି ଗଛ ର ଆକୃତି ବିଶାଳ ହୋଇଥିବା କାରଣରୁ ଏହା ପ୍ରଚୁର ଅମ୍ଳଜାନ ସୃଷ୍ଟିକରେ।
(ଅଶୋକ ଗଛ)-ଏହି ବୃକ୍ଷ ମଧ୍ୟ ପ୍ରଚୁର ଅମ୍ଳଜାନ ସୃଷ୍ଟି କରେ ଏବଂ ଦୂଷିତ ଗ୍ୟାସ କୁ ବିଶୁଦ୍ଧ କରିଥାଏ।
(ଅର୍ଜୁନ ଗଛ)- ଏହି ଗଛରେ ଦେବତା ବାସ କରନ୍ତି ବୋଲି କୁହାଯାଏ।ଏହା ମଧ୍ୟ ପ୍ରଚୁର ପରିମାଣରେ ଅକ୍ସିଜେନ ସୃଷ୍ଟି କରେ ଏବଂ ଅପରିଷ୍କାର ପବନ କୁ ଅବଜର୍ଭ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
(ଅଶ୍ଵତଥ ଗଛ)-ଅଶ୍ଵତଥ ବା ଓସ୍ତ ଗଛ ନିଜ ଜୀବନ କାଳ ଭିତରେ 60 ରୁ 80 ପୁଟ ଯାଏଁ ବୃଦ୍ଧି ପାଇଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ସୃଷ୍ଟି କରିଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ