ସ୍ୱାସ୍ଥ୍ୟର ଯାଞ୍ଚ୍ ପାଇଁ ଆମେରିକା ଯିବେ ସାଉଥ ସୁପରଷ୍ଟାର ଥଲାଇଭା ରଜନୀକାନ୍ତ । ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ଆମେରିକା ଯାତ୍ରା କରିବେ। ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ଵିତୀୟ ଲହର କାରଣରୁ ସେ ଆମେରିକା ଯିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ସରକାର ମଧ୍ୟ ତାଙ୍କୁ ଯିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ତେବେ କୁହାଯାଉଛି ଯେ ରଜନୀକାନ୍ତ ଯାତ୍ରା କରିବାକୁ ଥିବା ସ୍ବତନ୍ତ୍ର ବିମାନରେ ୧୪ ଜଣ ଯାତ୍ରୀ ଯିବାର କ୍ଷମତା ରହିଛି। ତେଣୁ ଏଥିରେ ରଜନୀକାନ୍ତ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ଚାହୁଁଛନ୍ତି।
ତେବେ ସୂଚନା ଥାଉ କି, ଗତ କିଛି ମାସ ତଳେ ହାଇଦ୍ରାବାଦ ଠାରେ ରଜନୀକାନ୍ତ ତାଙ୍କର ଆଗାମୀ ତାମିଲ ଫିଲ୍ମ ‘ଆନ୍ନାଥେ ‘ର ସୁଟିଂ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ତୁରନ୍ତ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ । ତେବେ ତିନି ଦିନ ଡାକ୍ତରଙ୍କ ଦେଖାରେଖାରେ ରହିବା ପରେ ତାଙ୍କ ରକ୍ତ ଚାପ ସ୍ଥିର ହେବା ହେତୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା।
ଏହି ସମୟରେ ହସ୍ପିଟାଲ ବାହାରେ ତାଙ୍କ ଫ୍ୟାନ ମାନଙ୍କ ଭିଡ ଜମିଥିଲା । ରଜନୀକାନ୍ତ ସୁସ୍ଥ ହେବା ଜାଣି ତାଙ୍କ ଫ୍ୟାନ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା।ସମସ୍ତେ ନିଜ ଫେଭେରେଟ ଷ୍ଟାରଙ୍କୁ ସ୍ୱାଗତ କରିଥିଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ମଧ୍ୟ କିନ୍ତୁ ତାଙ୍କୁ କିଛି ଦିନ ପାଇଁ ବେଡ୍ ରେଷ୍ଟ କରିବା ସହ କିଛି ସମୟ ବ୍ୟବଧାନରେ ଡାକ୍ତର ଯାଞ୍ଚ୍ କରିବାକୁ ପରାମର୍ଶ ଦେଇଥିଲେ । ତେବେ ୬ ମାସର ବ୍ୟବଧାନ ପରେ ଏବେ ରଜନୀକାନ୍ତ ସ୍ୱାସ୍ଥ୍ୟର ଯାଞ୍ଚ୍ ପାଇଁ ଆମେରିକା ଯିବେ। ରଜନୀକାନ୍ତଙ୍କ ଜ୍ବାଇଁ ତଥା ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତା ଧନୁଷ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଗତ କିଛି ଦିନ ଧରି ଆମେରିକାରେ ଅଛନ୍ତି।
ସେଠାରେ ସେ ତାଙ୍କର ହଲିଉଡ ଫିଲ୍ମର ଶୁଟିଂ କରୁଛନ୍ତି। ତେବେ ରଜନୀକାନ୍ତଙ୍କ ମେଡିକାଲ ଯାଞ୍ଚ ସମୟରେ ସେ ତାଙ୍କ ଶ୍ୱଶୁରଙ୍କ ସହ ରହିବେ ବୋଲି କୁହାଯାଉଛି। ତେବେ ସୂଚନା ଥାଉ କି, ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ‘ଆନ୍ନାଥେ’ରେ ଗ୍ରାମ ସଭାପତି ଭୂମିକାରେ ଅଭିନୟ କରିଛନ୍ତି, ଯାହାର ଶୁଟିଂ ନିକଟରେ ଶେଷ ହୋଇଛି। ହେଲେ ଏହାର ରିଲିଜ୍ ତାରିଖ ଏ ଯାଏଁ ସ୍ପଷ୍ଟ ହୋଇନାହିଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ