ସାରା ଦେଶରେ କରୋନାର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ଦିନ କୁ ଦିନ ସଂକ୍ରମିତ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।ରାଜ୍ୟରେ ମଧ୍ୟ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି।ତେବେ କରୋନା ର ଦ୍ବିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ ଭଳି ନିଷ୍ପତି ନେଇଛନ୍ତି।ଆମ ରାଜ୍ୟରେ ମଧ୍ୟ ମେ ୧୯ ପର୍ଯ୍ୟନ୍ତ ଲକ୍ ଡାଉନ୍ ନିଷ୍ପତ୍ତି ନିଆଯାଇଥିବା ବେଳେ କରୋନା ପରିସ୍ଥିତିରେ ସୁଧାର ଆସୁନଥିବାରୁ ଲକ୍ ଡାଉନକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ତେବେ ଏହା ସତ୍ତ୍ୱେ ମଧ୍ୟ ଅନେକ ଲୋକ ସଚେତନ ହେଉନାହାନ୍ତି ।ଅନେକ ସମୟରେ ଗାଇଡ ଲାଇନକୁ ଉଲ୍ଲଂଘନ କରି କାର୍ଯ୍ଯ କରୁଛନ୍ତି ଲୋକେ।
ଠିକ୍ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ସମୁଦ୍ର କୂଳ ଥାନା ଅଧୀନ ଅର୍ବାନ୍ ହାଟ ନିକଟ ନିୟୁ କ୍ରିଷ୍ଣା ପ୍ୟାଲେସ୍ରେ।କୋଭିଡ କଟକଣା ଉଲ୍ଲଂଘନ କରାଯାଇ ଗେଟ୍ ବନ୍ଦ କରି ହୋଟେଲ ଭିତରେ ଚାଲିଥିଲା ପାର୍ଟି ।ତେବେ ସୂଚନା ଅନୁଯାୟୀ, ରବିବାର ରାତି ୧୧ଟାରେ କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ଏହି ହୋଟେଲ୍ରେ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବାବେଳେ ପ୍ରଶାସନ ଚଢ଼ଉ କରିଛି । ସେଠାରେ ଉପସ୍ଥିତଥିବା ୪ ଯୁବତୀ ଓ ୫ ଯୁବକଙ୍କ ଠାରୁ ୬ ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ ହୋଇଛି । ସେହିପରି ହୋଟେଲ୍ ମାଲିକ ସୁରେଶ କୁମାର ଅଗ୍ରୱାଲ୍ଙ୍କ ଠାରୁ ବି ୪୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ।
ତେବେ ରବିବାର ଦିନ ରାତିରେ ଜଣେ ଯୁବତୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ୯ ଜଣ ଏହି ହୋଟେଲ୍କୁ ଆସିଥିଲେ ।ହୋଟେଲ ଗେଟ୍ ବନ୍ଦ ହୋଇ ଚାଲିଥିଲା ପାର୍ଟି।ହେଲେ ଠିକ୍ ସମୟରେ ସ୍ଥାନୀୟ ପୁଲିସ ଓ ତହସିଲ୍ଦାର୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜୋରିମାନା କାଟିବା ପରେ ଯୁବକ ଓ ଯୁବତୀଙ୍କ ସହ ହୋଟେଲ୍ ମାଲିକ କାର୍ଯ୍ୟକ୍ରମ ବନ୍ଦ କରିଥିଲେ । ସୁଚନାଥାଉକି, ସାରା ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଉପରେ ବ୍ରେକ୍ ଲଗାଇବା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏଭଳି ସମୟରେ ଶନିବାର ଓ ରବିବାରରେ ସଟ୍ ଡାଉନ୍ ମଧ୍ୟ ଜାରି କରିଛନ୍ତି।ଏହି ସମୟରେ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି।
କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅନେକ ଅମାନିଆ ସରକାରଙ୍କ ଗାଇଡ ଲାଇନକୁ ଉଲ୍ଲଂଘନ କରି ସେଭଳି କାର୍ଯ୍ଯ କରୁଛନ୍ତି।ପୋଲିସ ହାବୁଡ଼ରେ ପଡ଼ି ଜୋରିମାନା ଦେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି।ଏହାକୁ ଦେଖି ସରକାର ଲକ୍ ଡାଉନ୍ କୁ ଆହୁରି ମଧ୍ୟ କଡ଼ାକଡ଼ି କରିଛନ୍ତି ଓ ଗାଇଡ ଲାଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ