Breaking News

ସରକାରଙ୍କ ବଡ ପଦକ୍ଷେପ ସ୍କୁଲ ସଫା ନେହେଲ ଏବେ ଶିକ୍ଷକ ଦରମା ବନ୍ଦ ହେବ

ଆପଣ ମାନେ ଜାଣିଥିବେ କୋରୋନା ମହାମାରୀ ପାଇଁ ଦୀର୍ଘ 9 ମାସ ଧରି ସ୍କୁଲ ଆଉ କଲେଜ ବନ୍ଦ ଥିଲା ।ଏବେ ଧୀରେ ଧୀରେ କଟକଣା କୋହଳ କରାଯାଉଛି ଓ ସ୍କୁଲ କଲେଜ ଧୀରେ ଧୀରେ ଖୋଲିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାରେ 410 ଉଚ୍ଚ ବିଦ୍ୟାଳୟ ରେ ପାଠ ପଢା ଆରମ୍ଭ ହୋଇଛି।

ଏହି 410 ସ୍କୁଲ ମଧ୍ୟରୁ 5 ଟି ବିଦ୍ୟାଳୟ କୋରୋନା କଟକଣା ଉଲଙ୍ଘନ କରିଥିବାରୁ ଶିକ୍ଷକ ଓ କର୍ମଚାରୀ ଙ୍କ ଜାନୁଆରୀ ମାସ ର ଦରମା ବନ୍ଦ କରାଯାଇଛି। ସ୍କୁଲଗୁଡ଼ିକ ହେଲେ ଝାଡବେଲଦା ସ୍ଥିତ ଏସ୍‌ଏମ୍‌ଆର ହାଇସ୍କୁଲ, ଯମୁନାପଶିସ୍ଥିତ ବିଶେଇପାଟ ହାଇସ୍କୁଲ, ଖିରେଇଟାଙ୍ଗିରିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବଲାଣିପଶି ସ୍ଥିତ ପିଏମ୍‌ବି ବିଦ୍ୟାପୀଠ ଏବଂ ଡେଣୁଆସ୍ଥିତ ଝାଲମଣୀ ସରକାରୀ ଉଚ୍ଚ ବିଦ୍ୟାଳୟ।

ଆପଣ ମାନେ ଜାଣିଥିବେ ବହୁତ କଟକଣା ଭିତରେ ସ୍କୁଲ ଆଉ କଲେଜ ଖୋଲିଛି ।ଯେମିତିକି ମାସ୍କ ଆଉ ସନିଟାଇଜର କୁ ବାଧ୍ୟତାମୂଳକ କରାଯାଇଛି ଓ ଛାତ୍ର ଛାତ୍ରୀ ମାନେ ସାମାଜିକ ଦୂରତା ବଜାଇ ରଖିବେ ।ସ୍କୁଲ ଗୃହ ଗୁଡିକ ପ୍ରତିଦିନ ସାନି ଟାଇଜ କରାଯିବ ଏମିତି ବହୁତ ଗୁଡିଏ ନିୟମ କୁ ନେଇ ସ୍କୁଲ ଆଉ କଲେଜ ଖୋଲିଛି।ବିଦ୍ୟାଳୟ ଶୌଚାଳୟ ଗୁଡିକ ସଫା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ସ୍କୁଲ ଗୁଡିକ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି ସରକାର ଓ ଏଇ ଗାଇଡ଼ ଲାଇନ କୁ ନେଇ ସ୍କୁଲ ଖୋଲିବାକୁ କୁହାଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ ବିଭିନ୍ନ ସ୍କୁଲ କୁ ଯାଇ ପରିଦର୍ଶନ କରିଛନ୍ତି କେନ୍ଦୁଝର ର 5 ଟି ସ୍କୁଲ ରେ ଗାଇଡ଼ ଲାଇନ ଉଲଙ୍ଘନ ହେବାର ଦେଖିଥିଲେ

ଏହିସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମାକୁ ଜାନୁଆରି ମାସ ପାଇଁ ବନ୍ଦ କରାଯାଇଛି। ଏହି ପରିଦର୍ଶନ କରିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଙ୍କ ସମେତ ଡିସିପି ପୂର୍ଣ୍ଣଚନ୍ଦ୍ର ସେଠି ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *