ସ୍ୱାସ୍ଥ୍ୟ ହିଁ ସଂପଦ । ଏହାକୁ ଦୃଷ୍ଟିରେ ରଖି ଅନେକ ଦିବସ ପାଳନ କରାଯାଏ । ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ଦିଆଯାଏ । ସେହିପରି ଭାବେ ବିଶ୍ୱ ଡେଙ୍ଗୁ ଦିବସ ବି ପାଳନ କରାଯାଏ । ଡେଙ୍ଗୁ ଯାହାକି ମଶା ମାନଙ୍କ ଦ୍ୱାରା ହୋଇଥାଏ । ଏହି ମଶା ମାନଙ୍କ ପାଇଁ ଡେଙ୍ଗୁ ଓ ମ୍ୟାଲେରିଆ ଆଦି ଅନେକ ରୋଗ ଦେଖାଯାଇଥାଏ। ଯାହାଦ୍ୱାରା ବ୍ୟକ୍ତି ମୃତ୍ୟୁ ବରଣ ମଧ୍ୟ କରିଥାଏ । ଏଥିପାଇଁ ଲୋକଙ୍କୁ ଜାଗ୍ରତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ମଇ ୧୬ ତାରିଖକୁ ଜାତୀୟ ଡେଙ୍ଗୁ ଦିବସ ରୁପେ ପାଳନ କରାଯାଏ। ମାତ୍ର ଏହି କରୋନା ସମୟରେ ଏଥିପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ । ମହାମାରୀ ସମୟରେ ଏଭଳି କିଛି ଲକ୍ଷଣ ଦେଖାଯାଉଥିଲେ ବିଲକୁଲ ବି ନଜରଅନ୍ଦାଜ କରନ୍ତୁ ନାହିଁ ।
ଆସନ୍ତୁ ଜାଣିବେ ଏହାର ସମସ୍ତ ଲକ୍ଷଣ-:ଡେଙ୍ଗୁର ଲକ୍ଷଣ ବିଶେଷ କରି ୪-୫ଦିନ ମଧ୍ୟରେ ଦେଖାଯାଏ । 1. ଲକ୍ଷଣରେ ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀରେ ଦର୍ଜ, ବାନ୍ତି, ମନ ଅଶାନ୍ତ ରହିବା, ଆଖି ପୋଡିବା, ତ୍ୱଚାରେ ରଙ୍ଗ ପରିବର୍ତ୍ତନ ହେବା , ତଣ୍ଟି ଦର୍ଜ ହେବା ଭଳି ଆଦି ଲକ୍ଷଣ ଦେଖାଯାଏ ।
2.ଏହା ଗମ୍ଭୀର ହେଲେ ପେଟରେ ଯ-ନ୍ତ୍ରଣା , ଲଗାତାର ଭାବେ ବାନ୍ତି ହେବା, ନାକ ଓ ମାଢ଼ିରୁ ର-କ୍ତ -ସ୍ରାବ ହେବା, ମଳ, ମୂତ୍ର ଆଦିରେ ରକ୍ତ ପଡିବା, ନିଶ୍ୱାସ ନେବାରେ କଷ୍ଟ ହେବା, ହାଲିଆ ଲାଗିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ ।
ତେବେ ଏଭଳି ସମସ୍ୟା ଦେଖାଦେଲେ ପ୍ରାଥମିକ ଚିକିତ୍ସା କରିବାକୁ ଭୁଲନ୍ତୁ ନାହିଁ ।ପ୍ରଥମେ କମ୍ପ୍ଲିମେଣ୍ଟ ବ୍ଲଡ କାଉଣ୍ଟ ଟେଷ୍ଟ କରାନ୍ତୁ । ଏହାଦ୍ୱାରା ଶରୀରରେ ପ୍ଲେଟଲେଟସ୍ ର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିପାରିବେ ।ଏହାପରେ ପିସିଆର ଟେଷ୍ଟ କରାନ୍ତୁ । ଆହୁରି ମଧ୍ୟ ଡେଙ୍ଗୁ ଏନଏସ୧ ଏଜି ପାଇଁ ଏଲିସା ଟେଷ୍ଟ କରନ୍ତୁ । ଏହାଦ୍ୱାରା ରକ୍ତରେ ଡେଙ୍ଗୁ ଭାଇରସର ଆଣ୍ଟିଜେନ ସଂପର୍କରେ ସୂଚନା ପାଇ ପାରିବେ। ଏହି ସମସ୍ତ ଚିକିତ୍ସା ସହ ଅନେକ ପ୍ରକାର ସଚେତନତା ମଧ୍ୟ ଅବଲମ୍ବନ କରିବାକୁ ପଡିଥାଏ। ଯେମିତିକି ଏକ ସମୟରେ ପ୍ରଚୁର ପାଣି ପିିଇବା ସହ କାଢ଼ା, ପଇଡ ପାଣି, ଡାଳିମ୍ବ ଭଳି ଫଳ ଆଦିର ଯୁସ କରି ମଧ୍ୟ ସେବନ କରିପାରିବେ । ଆହୁରି ମଧ୍ୟ ଖାଦ୍ୟରେ ପ୍ରାୟତଃ ଖେଚୁଡି ଖାଇଲେ ଏହି ରୋଗ ଠାରୁ ଲଢ଼ିବାର ଶକ୍ତି ମିଳିଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ