Breaking News

ସାବଧାନ ! ପୁଅକୁ ମୋବାଇଲ୍ ଫୋନ ଦେବା ମହଙ୍ଗା ପଡିଲା ବାପା କୁ , ଗେମ୍ ଖେଳୁ ଖେଳୁ ଖାଲି ହୋଇଗଲା ଆକାଉଣ୍ଟ୍

ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏବେ ସ୍ମାର୍ଟ ଫୋନ୍ ର ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ବିଶେଷ କରି ଛୋଟ ପିଲା ମାନେ ଏବେ ସ୍ମାର୍ଟ ଫୋନ୍ ଆଡ଼କୁ ବେଶୀ ଆକର୍ଷିତ ହେଉଛନ୍ତି। ଏହାର କାରଣ ହେଉଛି ମୋବାଇଲ୍ ଗେମ୍। ମୋବାଇଲ୍ ଗେମ୍ ଏବେ ଏଭଳି ଏକ ନିଶା ପାଲଟିଛି ଯାହା ବିଶ୍ଵର ଛୋଟ ଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସବୁ ଲୋକଙ୍କୁ ଘାରିଛି।ପିଲାମାନେ ଅଧିକାଂଶ ସମୟ ଫୋନ୍ ରେ ଗେମ୍ ଖେଳିବାରେ ବ୍ୟସ୍ତ ରହୁଛନ୍ତି।

ଏପରିକି ସେମାନେ ନିଜର ପଢା ଓ ଖାଇବା ପିଇବା ମଧ୍ୟ ଭୁଲି ଯାଉଛନ୍ତି। ତେବେ ପିଲାମାନଙ୍କୁ ମୋବାଇଲ୍ ଫୋନ ଦେବାର ପରିଣତି ଯେ କେତେ ଭୟଙ୍କର ହୋଇପାରେ ତାହା ଆପଣ ଏହି କାହାଣୀରେ ଜାଣିପାରିବେ। ଛୋଟ ପିଲା ମାନେ ମୋବାଇଲ୍ ରେ ଗେମ୍ ଖେଳିବା ଏକ ସାଧାରଣ କଥା। କିନ୍ତୁ ଯଦି ଗେମ୍ ଖେଳୁ ଖେଳୁ ଆପଣଙ୍କ ଆକାଉଣ୍ଟ୍ ରୁ ଟଙ୍କା କଟିଯିବ ତେବେ ଆପଣ ଏହାର କିଭଳି ପ୍ରତିକ୍ରିୟା ରଖିବେ? ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ୟୁନାଇଟେଡ କିଙ୍ଗଡମ ଠାରେ।

ଛୋଟ ପୁଅକୁ ମୋବାଇଲ୍ ଫୋନ ଦେବା ଜଣେ ବାପାଙ୍କୁ ମହଙ୍ଗା ପଡ଼ିଛି। ଆପଲ ଆଇ ଫୋନ ରେ ଥିବା ଏକ ଗେମ୍ ଖେଳୁ ଖେଳୁ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ କଟିଯାଇଛି ଲକ୍ଷାଧିକ ଟଙ୍କା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୭ ବର୍ଷୀୟ ଆଶାଜ୍ ମୁତାସା ‘ ଦ୍ରାଗନସ୍: ରାଇଜ ଅଫ୍ ବର୍କ ‘ଗେମ୍ ଖେଳି କିଛି ମହଙ୍ଗା ଟପ୍ ଆପ୍ସ କିଣି ନେଇଥିଲା। ଯେତେବେଳେ ଏହି ଖବର ଆଶାଜର ୪୧ ବର୍ଷୀୟ ପିତା ମହମ୍ମଦ ଜାଣିବାକୁ ପାଇଲେ, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

ତାଙ୍କ ପୁଅ ମୋବାଇଲ୍ ରେ ୧ ଘଣ୍ଟା ଧରି ଗେମ୍ ଖେଳିବା ଫଳରେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ପର୍ଯ୍ୟାୟ କ୍ରମେ ପ୍ରାୟ ୧ ଲକ୍ଷ ୩୦୦୦୦ ଟଙ୍କା କଟିଯାଇଥିଲା। ଯେତେବେଳେ ମହମ୍ମଦ ଗୋଟିଏ ପରେ ଗୋଟିଏ ୨୯ଟି ଇମେଲ୍ ପାଇଲେ, ସେତେବେଳେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ତେବେ ପ୍ରାରମ୍ଭରେ ସେ ଭାବିଥିଲେ ଯେ ସେ କିଛି ଅନଲାଇନ୍ ସ୍କାମର ଶିକାର ହୋଇଛନ୍ତି। କିନ୍ତୁ ପରେ ତାଙ୍କୁ ଆଇଟ୍ୟୁନ୍ସ ବିଲ୍ ପୈଠ କରିବାକୁ ପଡ଼ିଥିଲା। ଏତେ ଟଙ୍କାର ବିଲ୍ ପୈଠ କରିବା ପାଇଁ ସେ ବାଧ୍ୟ ହୋଇ ନିଜର ଫ୍ୟାମିଲୀର ଟୟୋଟା ଅଜ୍ଞୋ କାର୍ ବିକ୍ରୀ କରି ଏହି ବିଲ୍ ପୈଠ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶନି ଦେବଙ୍କ କୃପାରୁ 2023 ରେ ଏହି ୫ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି, ଏହି 5ଟି ରାଶିରେ ଖୁସିର ସମୟ Shani ଙ୍କ କୃପା ପାଇବେ !

ନମସ୍କାର ବନ୍ଧୁଗଣ ଆଜିର ଆମେ ଜାଣିବା ୨୦୨୩ ରେ କେଉଁ ତିନୋଟି ରାଶି ମଲାମାଲ୍ ହେବାକୁ ଯାଉଛନ୍ତି ଜ୍ୟୋତିଷ ମାନକ …

Leave a Reply

Your email address will not be published.