Breaking News

ଶାସ୍ତ୍ର ଅନୁଯାୟୀ ଏଭଳି ଲକ୍ଷଣ ଥିବା କନ୍ୟାକୁ ବିବାହ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ସମୁଦ୍ର ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ନାରୀର ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟେକ ନାରୀର ଶରୀରର ଗଠନ,ହସ୍ତରେଖା,ଆଙ୍ଗୁଠି, ପାଦ ଆଦି ଦେଖିଲେ ନାରୀର ସ୍ବଭାବ,ଚରିତ୍ର,ଭାଗ୍ୟ ଏବଂ ଭବିଷ୍ୟତ ଆକଳନ କରିହୁଏ। କୁହାଯାଏ ସଫଳ ପୁରୁଷ ପଛରେ ନାରୀର ହାତ ଥାଏ।ଜଣେ ସୌଭାଗ୍ୟବତୀ ନାରୀ ପାଇଁ ପୁରୁଷ ଅନେକ କାର୍ଯ୍ୟରେ ସଫଳ ହୋଇଥାଏ।ତେବେ ଯଦି ଆପଣଙ୍କର ଆଗକୁ ବିବାହ ପାଇଁ ଝିଅ ଦେଖାହେଉଛି ତେବେ ଜାଣି ନିଅନ୍ତୁ କେଉଁ ଭଳି ଝିଅ ଆପଣଙ୍କୁ ଭାଗ୍ୟଶାଳୀ କରିପାରନ୍ତି।ତେବେ ଆଜି ଆମେ ସମୁଦ୍ର ଶାସ୍ତ୍ରରେ ବର୍ଣିତ ନାରୀର ଏଭଳି କିଛି ଲକ୍ଷଣ ବା ଚିହ୍ନ ବିଷୟରେ କହିବୁ ଯାହାକୁ ନଜରରେ ରଖି ବିବାହ କରିବା ଦ୍ଵାରା ଜୀବନରେ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଭାଗ୍ୟଶାଳୀ ହୋଇପାରିବେ।

ତେବେ ଆସନ୍ତୁ ଜାଣିବା କଣ ରହିଛି ସେହିସବୁ ଲକ୍ଷଣ । ଦର୍ଶକବନ୍ଧୁ ସମୁଦ୍ର ଶାସ୍ତ୍ରରେ ବର୍ଣିତ ହୋଇଛି ଯେଉଁ କନ୍ୟାର ପାଦ ସୁନ୍ଦର ଓ ତଳିପାଦ ଚିକ୍କଣ ଓ ସମତଳ ହୋଇଥାଏ ସେଭଳି କନ୍ୟା ସ୍ଵଂୟ ମା ଲକ୍ଷ୍ମୀଙ୍କ ସ୍ୱରୂପା ହୋଇଥାଆନ୍ତି।ଏଭଳି ଝିଅକୁ ବିବାହ କରିବା ଦ୍ୱାରା ବ୍ୟକ୍ତି ଅନେକ ସୌଭାଗ୍ୟଶାଳୀ ହୋଇଥାଆନ୍ତି। ଓ ସର୍ବଦା ଘର ଧନଧାନ୍ୟରେ ପୁରି ଉଠେ। ସମୁଦ୍ର ଶାସ୍ତ୍ର ଅନୁଯାୟୀ ନାରୀର ପାଦର ଗୋଇଠି ଫାଟି ରହିବା ଅଶୁଭ ବୋଲି ଧରାଯାଏ। ସେହିଭଳି ଯେଉଁ କନ୍ୟାର ମୁଣ୍ଡ ଆଗପଟକୁ ଉଚ୍ଚା ହୋଇ ରହିଥାଏ ସେଭଳି କନ୍ୟା ଅତ୍ୟନ୍ତ ସୈାଭାଗ୍ୟବତୀ ହୋଇଥାନ୍ତି। ସେଭଳି ନାରୀ ସର୍ବଦା ନିଜ ସ୍ବାମୀଙ୍କ ପ୍ରତି ସେ ଅନୁରକ୍ତ ଓ ବିଶ୍ବସ୍ତ ରହନ୍ତି। ସ୍ବାମୀଙ୍କ ରୋଜଗାରରେ ମଧ୍ୟ ଅନେକ ସାହାଯ୍ୟ ସହଯୋଗ କରିଥାନ୍ତି।


ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ କନ୍ୟା ମାନଙ୍କର ବେକ ଛୋଟ ହେଇଥାଏ ଏବଂ ଜିଭ ଲମ୍ବା ହୋଇଥାଏ ସେଭଳି କନ୍ୟା ସ୍ବାମୀଙ୍କର ଅନେକ ଯତ୍ନ ନେଇଥାନ୍ତି । ଏଭଳି କନ୍ୟାଙ୍କ ପାଇଁ ଘରେ ଅଜାଣତରେ ଧନବୃଦ୍ଧି ହୋଇଥାଏ।ସେହିଭଳି ଗଭୀର ନାଭି ଥିବା କନ୍ୟା ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଆନ୍ତି ।ବିଶେଷ କରି ଏଭଳି କନ୍ୟାଙ୍କୁ ବିବାହ କରିବା ଦ୍ୱାରା ଘରେ ଧନ ସଂପତ୍ତି ବୃଦ୍ଧି ହୋଇଥାଏ। ସାମୁଦ୍ରିକ ଶାସ୍ତ୍ରରେ ଅନୁଯାୟୀ ଯେଉଁ କନ୍ୟାର ନାକ ସିଧା ଓ ସୁନ୍ଦର ଥାଏ।ସେଭଳି କନ୍ୟା ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି।ସେହିଭଳି ଯେଉଁ କନ୍ୟାର ଓଠର ରଙ୍ଗ ଲାଲ୍ ହୋଇଥାଏ ସେଭଳି କନ୍ୟା ମଧ୍ୟ ଅତ୍ୟନ୍ତ ଶୁଭ ବିବେଚିତ ହୋଇଥାନ୍ତି । ଏମାନେ ନିଜ ସହିତ ସ୍ବାମୀଙ୍କୁ ମଧ୍ୟ ଭାଗ୍ୟଶାଳୀ କରିଥାନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *