Breaking News

ସରପଞ୍ଚଙ୍କ ଦରମା କେତେ ଓ ଯୋଗ୍ୟତା କଣ ଆବଶ୍ୟକ ?

ନମସ୍କାର ବନ୍ଧୁଗଣ ଆପଣ ଜାଣିଛନ୍ତି କି ସରପଞ୍ଚ ଦରମା କେତେ ଏହା ସମସ୍ତଙ୍କର ଜାଣିବା ନିହାତି ଦରକାର ଏବଂ ସରପଞ୍ଚଙ୍କ ଯୋଗ୍ୟତା କେତେ ଆପଣମାନଙ୍କୁ ଜାଣିବା ନିହାତି ଦରକାର। ବନ୍ଧୁଗଣ ଆସନ୍ତା ମାସ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତିକ ସରଗରମ ହୋଇ ଉଠିଛି ସବୁଆଡେ ପ୍ରସାରିତ ହୋଇସାରିଛି ସବୁ ରାନୈତିକ ଦଲ ପଞ୍ଚାୟତ ନିର୍ବାଚନରେ ଲାଗିପଡିଛନ୍ତି।

ତେବେ ଆପଣ କଣ ଜାଣିଛନ୍ତି କି ସରପଞ୍ଚ ହେବା ପାଇଁ ଯୋଗ୍ୟତା କେତେ ଦରକାର ପଞ୍ଚାୟତ ହାତେଇବା ପାଇଁ ସରପଞ୍ଚଙ୍କର ଯୋଗ୍ୟତା କଣ ଥିବା ଦରକାର ସରପଞ୍ଚଙ୍କର କାମ ସବୁ କଣ ରହିଛି ଏବଂ ସରପଞ୍ଚ କିଭଳି ନିର୍ବାଚିତ ହୁଅନ୍ତି ଏବଂ ସରପଞ୍ଚଙ୍କ ଦରମା କେତେ ଏବଂ ଗ୍ରାମପଞ୍ଚାୟତ କିପରି ଗଠିତ ହୁଏ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଏହା ବିଷୟରେ ସଂପୂର୍ଣ୍ଣ ଭାବରେ ଜାଣିବା।

୨୦୦୦ ରୁ ୬୦୦୦ ଜନସଂଖ୍ୟା ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ ଗ୍ରାମ ପଞ୍ଚାୟତରେ ମୁଖ୍ୟତଃ ତିନୋଟି ପଦବୀ ଥାଏ ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡମେମ୍ବର। ତେବେ ସରପଞ୍ଚ ହେବା ପାଇଁ ଜଣେ ବ୍ୟକ୍ତିକୁ ୨୧ ବର୍ଷ ହୋଇଥିବା ଦରକାର ଏବଂ ଭୋଟର ତାଲିକାରେ ତାଙ୍କ ନାମ ଥିବା ଦରକାର, କୁଷ୍ଠ ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇନଥିବା ଦରକାର ସେ ଦେବାଳିଆ ହୋଇନଥିବେ ସେ ପଞ୍ଚାୟତର ୱାର୍ଡମେମ୍ବର ହୋଇନଥିବେ ଏବଂ ଯେଉଁ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ଚୟନ ହୋଇଛନ୍ତି |

ସେ ସରକାରୀ କର୍ମଚାରୀ ହୋଇନଥିବେ, ନିର୍ବାଚନ ଆଇନ୍ ଦ୍ବାରା ଦଣ୍ଡିତ ହୋଇନଥିବେ। ତେବେ ସରପଞ୍ଚଙ୍କର ଦୁଇ ପ୍ରକାର କାର୍ଯ୍ୟ ଥାଏ ବାଧ୍ୟତାମୂଳକ ଏବଂ ଇଛାଧିନ, ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ ଏବଂ ତାର ରକ୍ଷଣାବେକ୍ଷଣ, ରାସ୍ତା ଆଲୋକ ବ୍ୟବସ୍ଥା , ସର୍ବସାଧାରଣ ପାଇଁ ଜଳ ଯୋଗାଣ, ଜନ୍ମ ମୃତ୍ୟୁ ଓ ବିବାହ ପଞ୍ଜିକରଣ , ହାଟ ପ୍ରତିଷ୍ଠା ଓ ଯାନିଯାତ୍ରା କରିବା ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ବାଧ୍ୟତାମୂଳକ କାର୍ଯ୍ୟ ଅଟେ।

ଗ୍ରାମର ଜଙ୍ଗଲ ସୁରକ୍ଷା, ପାଠାଗାର ପ୍ରତିଷ୍ଠା କରିବା, କୃଷି, ମେଳା ଆଦି ପରିଚାଳନା କରିବା, ଗାଧୁଆ ଘାଟ ନିର୍ମିଣ କରିବା, ନିଶା ନିବାରଣ କାର୍ଯ୍ୟ ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ଇଛାଧିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ | ତେବେ ସମ୍ବିଧାନିକ ନିୟମ ଅନୁସାରେ ଜଣେ ସରପଞ୍ଚ ମାସିକ ୨୫୦୦ ଟଙ୍କା ପାଇଥାନ୍ତି | ତେବେ ଦର୍ଶକ ବନ୍ଧୁ ଏହା ଉପରେ ଆପଣଙ୍କ ମତାମତ କଣ ରହିଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ଦିଅନ୍ତୁ।

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.