ଏବେ ସରକାର ଙ୍କ ନୂଆ ନିୟମ ଭାରତୀୟ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷର ନୂତନ ଶ୍ରମିକ ଆଇନ୍(Labour Law) ଲାଗୁ ହେବାକୁ ଯାଉଛି । ଏହି କାମ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ତେବେ ଯଦି ଏହି ନୂଆ ନିୟମ ଲାଗୁ ହେବ ତେବେ ଦେଶର ଶ୍ରମିକ ତଥା କର୍ମଚାରୀଙ୍କର ଅନେକ ସମସ୍ୟା ବହୁତ ମାତ୍ରାରେ ଦୂର ହୋଇଯିବ ।
ତେବେ ମିଳିଥିବା ରିପୋର୍ଟ ମୁତାବକ , ସରକାର ଏହି ନୂତନ ଆଇନ୍ରେ ଓଭର ଟାଇମ୍ କରିବା ପାଇଁ ବର୍ତ୍ତମାନର ସମୟ ସୀମାକୁ ପରିବର୍ତ୍ତନ କରିପାରନ୍ତି | ବର୍ତ୍ତମାନ ସ୍ଥିର ଥିବା ସମୟରୁ ୧୫ ମିନିଟ୍ ଅଧିକ କାମ କଲେ ବି ତାହାକୁ ଓଭରଟାଇମ୍ ଭାବେ ହିସାବ କରାଯିବ। ଏଥିପାଇଁ କମ୍ପାନୀ ନିଜ କର୍ମଚାରୀକୁ ପେମେଣ୍ଟ କରିବାକୁ ବାଧ୍ୟତାମୂଳକ ଅଟେ।
ତେବେ ଯଦି ଆପଣମାନେ ନିଜ କାମ ଟାଇମ୍ ରେ କରିସାରି ଯଦି ପରେ ଅଧିକ ୧୫ ମିନିଟ୍ ବି କାମ କରୁଛନ୍ତି ତେବେ ତାହାକୁ ଓଭରଟାଇମ୍ ରୂପେ ହିସାବ କରାଯିବ। କିନ୍ତୁ ପୁରୁଣା ନିୟମରେ ନିର୍ଦ୍ଦିଷ୍ଟ ସମୟରୁ ୩୦ ମିନିଟ୍ ଅଧିକ କାମ କରିବାକୁ ଓଭରଟାଇମ୍ ବୋଲି ଧରାଯାଉଥିଲା।
ନୂତନ ଲେବର ଆଇନ୍ ଅନୁଯାଇ କମ୍ପାନୀକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସମସ୍ତ କର୍ମଚାରୀଙ୍କୁ ପିଏଫ୍ ଓ ଇଏସ୍ଆଇ ଭଳି ସୁବିଧା ମିଳୁଛି। ନୂଆ ନିୟମ ଅନୁଯାଇ, କୌଣସି କମ୍ପାନୀ ଏହା କହି ବର୍ତ୍ତିପାରିବ ନାହିଁ ଯେ ଉକ୍ତ କର୍ମଚାରୀ କଣ୍ଟ୍ରାକ୍ଟଚୁଆଲ କାମ କରୁଛନ୍ତି କିମ୍ବା ଥାର୍ଡ ପାର୍ଟି ଜରିଆରେ ଆସିଛନ୍ତି। ଏହା ସହ କଣ୍ଟ୍ରାକ୍ଟ କିମ୍ବା ଥାର୍ଡ ପାର୍ଟି ଅନୁସାରେ କାମ କରୁଥିବା ବ୍ୟକ୍ତିଙ୍କୁ ଯେପରି ପୂରା ଦରମା ମିଳିବ ବୋଲି ତାହା ସ୍ପଷ୍ଟ କରିବା କମ୍ପାନୀର ଦାୟିତ୍ୱ ହେବ ବୋଲି ନୂଆ ଆଇନ୍ ରହିବ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ