ଦିନ ମଜୁରିଆର ସ୍ତ୍ରୀ ଜିତିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ପ୍ରଥମ କରି ବିଧାୟକ ସାଜି ଯିବେ ବିଧାନସଭା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ଦିନ ତଳେ ଫଳାଫଳ ଘୋଷଣା ହେଇଥିବାବେଳେ ଏହି ଖବର ଏବେ ଖୁବ୍ ଚର୍ଚ୍ଚା ରେ। ସୋଲତରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚନ୍ଦନା ବାଉରି ବିଜୟୀ ହୋଇଛନ୍ତି ।ତେବେ ସବୁଠୁ ବଡ଼ କଥା ହେଉଛି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟରେ ହରାଇଦେଇଛନ୍ତି ।ମଣ୍ଡଳ ତୃଣ ମୂଳ କଂଗ୍ରେସ ର ଜଣେ ବଡ଼ ନେତା ଥିଲେ ଓ ସେ ଆଗରୁ ଅନେକ ଥର ନିର୍ବାଚନ ଜିତି ଆସିଛନ୍ତି।ହେଲେ ଏ ଥର ବାଜି ଓଲଟି ଯାଇଛି ।
ତେବେ ଚନ୍ଦନା ବାଉରୀ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିଲେ । ଯାହାଙ୍କ ସ୍ୱାମୀ ହେଉଛନ୍ତି ଜଣେ ସଫେଇ କର୍ମଚାରୀ। ଚନ୍ଦକା ନିଜେ ମଧ୍ୟ ସଫେଇ କର୍ମଚାରୀ ର କାମ କରିଛନ୍ତି। । ଏହାପରେ ମଧ୍ୟ ବିଜେପି ଭଳି ଜାତୀୟ ଦଳ ତାଙ୍କୁ ପ୍ରାର୍ଥୀ କରିବା ସହିତ ବିଧାୟକ ପ୍ରାର୍ଥୀ ଭାବେ ଠିଆ କରିଥିଲା । ଆଉ ସେ ମଧ୍ୟ ନିଜକୁ ସଠିକ୍ ପ୍ରମାଣିତ କରି, ନିର୍ବାଚନ ବୈତରଣୀ ପାର୍ କରିଛନ୍ତି । ନିର୍ବାଚନ ଜିତିବା ପରେ ଚନ୍ଦନା କହିଛନ୍ତି, ଟିକେଟ୍ ପାଇବା ପୂର୍ବରୁ ସେ ପ୍ରାର୍ଥୀ ହେବେ ବୋଲି କଦାପି ଚିନ୍ତା କରିନଥିଲେ ।
ଏହାପରେ ସେ ଅନେକ ଲୋକଙ୍କ ସମର୍ଥନ ପାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏବେ ସେ ବିଜୟୀ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ, ଚନ୍ଦନା ନିର୍ବାଚନ ଜିତିବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯେ ଚନ୍ଦନା ଙ୍କ ମୋଟ ସମ୍ପତ୍ତି ର ମୂଲ୍ୟ ମାତ୍ର ୩୦ ହଜାର ଟଙ୍କା ରହିଛି।ଏହା ସହିତ ତାଙ୍କ ବ୍ୟାଙ୍କ୍ ଖାତା ରେ ମାତ୍ର ୬୦୦୦/- ଟଙ୍କା ରହିଥିବା ବେଳେ ତାଙ୍କ ସ୍ଵାମୀ ଙ୍କ ବ୍ୟାଙ୍କ୍ ଖାତା ରେ ମାତ୍ର ୧୫୬୧/- ଟଙ୍କା ରହିଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଏହି ଶ୍ରେଣୀ ର ଲୋକ ବିଧାୟକ ହୋଇ ବିଧାନସଭା କୁ ଯାଇଥାନ୍ତି। ସେତେବେଳେ ଭାରତର ଗଣତନ୍ତ୍ର ଯେ କେତେ ମୂଲ୍ୟବାନ ତାହା ଜଣାପଡିଥାଏ।ତେବେ ସାଧାରଣତଃ କହିବାକୁ ଗଲେ ଜଣେ ସଫେଇ କର୍ମଚାରୀ ବିଧାୟିକା ହୋଇ ବିଧାନସଭା ରେ ବସିବା ଭାରତୀୟ ଗଣତନ୍ତ୍ର ର ଏକ ସୁନ୍ଦର ଉଦାହରଣ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ