Breaking News

ଶନିବାର ଦିନ ଏହି ୮ଟି ଜିନିଷ ଆଦୌ କିଣନ୍ତୁ ନାହିଁ, ମାଡି ଆସିବ ମହାଦଶା!

ପ୍ରତ୍ୟକ ମନୁଷ୍ୟ ଙ୍କ ଜୀବନରେ ଶନି ଦେବ ଙ୍କ ପ୍ରଭାବ ପଡିଥାଏ, ଗ୍ରହ ରାଶି ଅନୁଯାଇ କାହା ପାଇଁ ଶୁଭ ହେଇଥାଏ ତ କାହାପାଇଁ ଅଶୁଭ I ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ପାଳକର ବିଚାର କରା ଯାଏ। ରାଜା ହୁଅନ୍ତୁ ବା ଭିକାରୀ କେହି ବି ଶନିଦେବଙ୍କ ବିଚାରରୁ ବଞ୍ଚି ପାରନ୍ତି ନାହିଁ। ଶନିଦେବଙ୍କର ବକ୍ର ଦୃଷ୍ଟି ବିରାଟ ଧନୀ ଲୋକକୁ ମଧ୍ୟ ରାସ୍ତାକୁ ଆଣିପାରେ ଓ ଧୂଳି ଚଟାଇ ପାରେ। ଶନିଦେବଙ୍କର ବିଶେଷତ୍ଵ ଏହି ଯେ, ସେ ବହୁତ ଧୀରେ ଧୀରେ ଆସନ୍ତି ଏବଂ ବହୁତ ଧୀରେ ଧୀରେ ହିଁ ଯାଇ ଥାନ୍ତି। ଏହାର ଅର୍ଥ ଯେବେ ଶନିଦେବ ଆମ ଜୀବନରେ ଆସନ୍ତି, ବହୁତ ଦିନ ଧରି ରହି ଥାନ୍ତି। ଯଦି ଆମେ ମାନେ ଜୀବନରେ କିଛି ଭୁଲ କାମ କରି ଥାଉ, ତେବେ ଶନିଦେବ ନିର୍ଦ୍ଦୟତାର ସହିତ ଫଳ ଦେଇ ଥାନ୍ତି। ଆମ ଜାଣତରେ କିମ୍ବା ଅଜାଣତରେ ଆମ ଦ୍ୱାରା ଛୋଟିଆ ଛୋଟିଆ ଭୁଲ ହେଇଥାଏ ଯାହାଦ୍ୱାରା ଶନି ଦେବ କ୍ରୋଧିତ ହେଇ କୋପ କରିଥାନ୍ତି I ଚାଲନ୍ତୁ ଜାଣିବା ସେଇ ଛୋଟ ଛୋଟ ଭୁଲ କଣ ଯାହାଦ୍ୱାରା ଶନିଦେବ କୋପ କରିଥାନ୍ତି I ଶନିବାର ଦିନ ଆମେ କିଛି ନ କିଛି ବସ୍ତୁ ବା ଜିନିଷ କିଣିଥାଉ , ତେବେ ଭୂଲରେ ବି ୮ ଟି ବସ୍ତୁ କିଣନ୍ତୁ ନାହିଁ ଯାହାଦ୍ୱାରା ଶନି ଦେବ କ୍ରୋଧିତ ହେଇଥାନ୍ତି ଏବଂ ଶନିଦଶା ପଡିଥାଏ।

1)ଶନିବାର ଦିନ ଲୁହାରେ ତିଆରି କୌଣସି ବି ବସ୍ତୁ କିଣନ୍ତୁ ନାହିଁ ଏହାଦ୍ୱାରା ଶନିଙ୍କ ବକ୍ର ଦୃଷ୍ଟି ପଡିଥାଏ Iକୁହାଯାଏ ରାଜା ବିକ୍ରମାଦିତ୍ୟ ଲୁହାର ଚୌକି ରେ ଶନିଙ୍କୁ ବସାଇଥିଲେ ଫଳରେ ତାଙ୍କୁ ଶନିଦଶା ପଡିଥିଲା I
2) ଶନିବାର ଦିନ ଚମଡ଼ା ରେ ତିଆରି କୌଣସି ବି ଦ୍ରବ୍ୟ କିଣନ୍ତୁ ନାହିଁ ଯଥା ଚପଲ , ବେଲ୍ଟ , ପର୍ସ ..ଇତ୍ୟାଦି।

3) ଶନିବାର ଦିନ ଘରକୁ କୌଣସି ବି ତେଲ ଆଣନ୍ତୁ ନାହିଁ


4) ଶନିବାର ଦିନ ଘରକୁ କୌଣସି ଇନ୍ଧନ ବିଶେଷ କରି କୋଇଲା ଆଣନ୍ତୁ ନାହିଁ I ଏହା ଦ୍ୱାରା ଘରେ ଶନି ଙ୍କ ନକାରାତ୍ମକ ପ୍ରଭାବ ପଡିଥାଏ I


5) ଶନିବାର ଦିନ ଘରକୁ ଭୁଲ୍ ରେ ବି ଝାଡୁ କିଣିକି ଆଣନ୍ତୁ ନାହିଁ


6) ଶନିବାର ଦିନ ଘରକୁ କଳା ରାଶି ଆଣିବାର ଉଦ୍ୟମ କରନ୍ତୁ ନାହିଁ , ଯଦି ଶନିଦଶା ଚାଲୁଥାଏ ତେବେ କଳIରାଶି ଦାନ କରନ୍ତୁ ।

7) ଶନିବାର ଦିନ ଘରକୁ ଲୁଣ କିଣିକି ଆଣନ୍ତୁ ନାହିଁ I ଏହାଦ୍ୱାରା ଘରେ ରୋଗର ବାତାବରଣ ସୃଷ୍ଟି ହେଇଥାଏ I
8) ଶନିବାର ଦିନ କାଳି କିଣିବା ଠିକ୍ ନୁହେଁ। ଏହା କରିବା ଦ୍ଵାରା ଆପଣଙ୍କୁ ଅପଯଶ ଏବଂ କଳଙ୍କ ଲାଗିବାର ସମ୍ଭାବନା ଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସବୁଦିନ ଆଲମଣ୍ଡ ଖାଉଛନ୍ତି କି ? ଜାଣନ୍ତୁ କଣ ରହିଛି ସବୁଠୁ ବଡ଼ ଫାଇଦା !

ଆମେ ଦୈନଦିନ ଜୀବନରେ ଅନେକ ପ୍ରକାର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାଉ । ତା ଭିତରୁ ଆଲମଣ୍ଡ ତଥା ବାଦାମ …

Leave a Reply

Your email address will not be published. Required fields are marked *