Breaking News

ଶନି ଙ୍କ କୋପ ଦୃଷ୍ଟି ରୁ ବଞ୍ଚିବା ପାଇଁ ଏବଂ ଗ୍ରହ ଶାନ୍ତି କରିବା ପାଇଁ କରନ୍ତୁ ଏହି ଉପାୟ ।

ଦର୍ଶକ ବନ୍ଧୁ ଅନେକ ସମୟରେ ଆପଣ ମାନେ ଶୁଣିଥିବେ ଯେବେ କିଛି ଖରାପ ହୋଇଥାଏ ତେବେ ଲୋକ ମାନେ କହିଥାନ୍ତି ବୋଧହୁଏ ଶନି ଦଶା ଚାଲିଛି। ଏବଂ ଗ୍ରହ ଶାନ୍ତି କରିବା ପାଇଁ ଅନେକ ଉପଦେଶ ମଧ୍ୟ ଦେଇଥାନ୍ତି। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଏହି ସମ୍ବନ୍ଧ ରେ ଅଧିକ ଆଲୋଚନା କରିବା।କଣ କରିବା ଦ୍ଵାରା ଶନି ଙ୍କ ର କୋପ କମିଥାଏ ଆସନ୍ତୁ ଜାଣିବା ଆମର ଏହି ପୋଷ୍ଟ ମାଧ୍ୟମରେ।ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରଭୁ ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବତା।ଏହା ହିନ୍ଦୁ ଶାସ୍ତ୍ର ମାନଙ୍କରେ ଉଲ୍ଲେଖ ରହିଅଛି।

କଥା ରେ ଅଛି ଶନି ଦେବ ଖୁସି ହେଲେ ଜଣେ ବ୍ୟକ୍ତି ଭିକାରୀ ରୁ ରାଜା ପାଲଟି ଯାଇଥାଏ ତ କେଉଁଠି ଶନିଦେବ ଙ୍କ କୋପ ରେ ରାଜା ଟିଏ ଭିକାରୀ ପାଲଟି ଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭଲ କାମ କରୁଥିବା ବ୍ୟକ୍ତି ଙ୍କୁ ଶନିଦେବ ସର୍ବଦା ଭଲ ଫଳ ଦେଇଥାନ୍ତି ଓ ଖରାପ କାମ କରୁଥିବା ବ୍ୟକ୍ତି କୁ ଦଣ୍ଡ ଦେଇଥାନ୍ତି। ସୂର୍ଯ୍ୟ ଦେବ ଙ୍କ ପୁତ୍ର ହେଉଛନ୍ତି ସନିଦେବ। ଶନିବାର ଦିନ ଶନି ଙ୍କ ର ପୂଜା କଲେ ସୁଫଳ ମିଳିଥାଏ
। ପ୍ରତ୍ୟେକ ଦିନ ଶନି ଦେବ ଙ୍କୁ ରାଶି ତେଲ ଅର୍ପଣ କରାଯାଏ ।

ଏହା ଦ୍ଵାରା ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶନି ଦେବ ହେଉଛନ୍ତି କର୍ମ ର ଦେବତା।ପୁରାଣ ବର୍ଣ୍ଣନା ଅନୁଯାୟୀ ଶନିଦେବ ଙ୍କ ଭାଇ ହେଉଛନ୍ତି ଯମରାଜ ଏବଂ ଭଉଣୀ ହେଉଛନ୍ତି ଯମୁନା। କଠିନ ପରିଶ୍ରମ କରୁଥିବା ଲୋକ ମାନଙ୍କ ଉପରେ ଶନି ଦେବ ସର୍ବଦା ନିଜର କୃପା ଦୃଷ୍ଟି ରଖିଥାନ୍ତି। ଶନି ଦେବ ଙ୍କୁ ମକର ଓ କୁମ୍ଭ ରାଶି ର ସ୍ବାମୀ ବୋଲି କୁହାଯାଏ।ଏବେ ଶନି ଶାଢେଶାତି ଚାଲିଛି।ତେବେ ଏହା ଫଳରେ କିଛି ରାଶି ଉପରେ ଏହାର କୁପ୍ରଭାବ ପଡିବା ବେଳେ ଅନ୍ୟ କିଛି ରାଶି ଉପରେ ଏହାର ସୁପ୍ରଭାବ ପଡୁଛି।

ଶନି ମହାଦଶା ଭୋଗୁଥିବା ବ୍ୟକ୍ତି ଶନିବାର ଦିନ ଶନିଦେବ ଙ୍କ ର ଇଷ୍ଟଦେବୀ ଦକ୍ଷିଣକାଳୀ ଙ୍କୁ ଆରାଧନା କଲେ ଅଖଣ୍ଡ ସୌଭାଗ୍ୟ ଲାଭ କରିଥାଏ। ସେହି ଭଳି ଶନିଗଛ ମୂଳ ରେ ରାଶି ତେଲ ର ଦୀପ ପ୍ରଜ୍ଜ୍ୱଳନ କରିବା ସହ ବୃକ୍ଷ କୁ ୭ ଥର ପ୍ରଦକ୍ଷଣ କଲେ ସର୍ବରିଷ୍ଟ ଖଣ୍ଡନ ହୋଇଥାଏ। ଶନି ହେଉଛନ୍ତି ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ବଡ଼। କୁହାଯାଏ ଶନିବାର ଦିନ ଶନି ଦେବ ଙ୍କୁ ପୂଜା କଲେ ଘରେ ସୁଖଶାନ୍ତି ଦେଖାଦେଇଥାଏ ଓ ଅକାଳ ମୃତ୍ୟୁ ର ଭୟ ଦେଖାଦେଇ ନଥାଏ। ଶନିଦେବ ସନ୍ତୁଷ୍ଟ ହେଲେ ଅନ୍ୟ ସବୁ ଗ୍ରହ ମଧ୍ୟ ସନ୍ତୁଷ୍ଟ ରୁହନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସମୁଦ୍ର ଭିତରେ Video ରେକର୍ଡ କରୁଥିଲେ ଏହି ବ୍ୟକ୍ତି, ପଡିଗଲେ ସାର୍କ ହାବୁଡରେ ତାପରେ ଘଟିଲା ଏମିତି ଘଟଣା !

ଦର୍ଶକବନ୍ଧୁ ସମୁଦ୍ର ଭିତରେ ମୋବାଇଲିରେ ରେକଡ଼ିଂ କରୁଥିଲେ ପଡିଗଲେ ତିମି ହାବୁଡ଼ରେ ଆଜ୍ଞା ହଁ ଆଜି କାଲି ସୋସିଆଲ ମିଡିଆରେ …

Leave a Reply

Your email address will not be published.