Breaking News

ସନ୍ଧ୍ୟା ହେଲେ ଚିଲିକରୁ ଶୁଭୁଛି ବିକଟାଳ କାନ୍ଦ, Maa Kalijai ମନ୍ଦିରରେ ହେଉଛି ଏମିତି ସବୁ… କଣ ମା ଦେଉଛନ୍ତି ସଙ୍କେତ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଝିପି ଝିପି ବର୍ଷା ରାତି ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ ଘଡ଼ ଘଡ଼ି ସାଙ୍ଗକୁ ଘନ ଘନ ବିଜୁଳି ଆଲୁଅରେ ମୁହଁ ଝାପ୍ସା ଝାପ୍ସା ଦିଶୁଥାଏ ବର୍ଷା ରାତିର ସେହି ଶୀତଳ ପବନ ଦେହର ଶ୍ରୀହରଣ ସୃଷ୍ଟି କରୁଥାଏ ପୁନେଇ ଜହ୍ନକୁ ଆକାଶର ସେହି କଳା ବାଦଲ ଢାଙ୍କି ଦେଇଥାଏ ଚାରିଆଡ଼େ କିଟିମିଟି ଅନ୍ଧାର ରାତି ବଢିବା ସାଙ୍ଗକୁ ବର୍ଷାର ବେଗ ମଧ୍ୟ ବଢ଼ିବାରେ ଲାଗୁଥାଏ ଚିଲିକାର ଘନ ନୀଳ ପାଣିରେ ଢେଉ ସୃଷ୍ଟି ହୋଇ ଆଗକୁ ଆଗକୁ ବଢି ଚାଲିଥାଏ ଶାନ୍ତ ଚିଲିକାରେ ବର୍ଷା ପାଣି ପଡି ଅଶାନ୍ତ ଚିଲିକା ପରି ମନେ ହେଉଥାଏ |

ସବୁ କିଛି ଠିକ ଥାଇ ବି କେଉଁ ଗୋଟେ ଅଜଣା ଭୟ ମନକୁ ବିଚଳିତ କରୁଥାଏ ବିଜୁଳିର ଚକମକ ଆଲୁଅରେ ପାହାଡର ଚିତ୍ର ମନରେ ଆସୁଥାଏ ଦୂର ଦୁରାନ୍ତ ପର୍ଯ୍ୟନ୍ତ କେହି ଗୋଟେ ବି ଲୋକ ନୌକା ନେଇ ଯିବାର ଦୃଶ୍ୟ ଦେଖାଯାଇନଥାଏ ଲଂଠନର ସେଇ ମିଞ୍ଜି ମିଞ୍ଜି ଆଲୁଅରେ ଚିଲିକାର ସେଇ କଳାଘୁମର ପାଇଁ ମନରେ ଆଶଙ୍କା ସୃଷ୍ଟି କରୁଥାଏ ସେଦିନ ମା କାଳିଜାଇଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ଯାଇଥାଆନ୍ତି ଦର୍ଶନ ସାରି ଫେରିବା ପରେ ସଞ୍ଜ ହୋଇଯାଇଥାଏ ମୁହଁ ଅନ୍ଧାର ବର୍ଷା ସାଙ୍ଗକୁ ଝିପି ଝିପି ବର୍ଷା ମୁହଁରେ ପଡୁଥାଏ |

ଡଙ୍ଗାଟି କିଛି ସମୟ ପରେ ଆଗକୁ ବଢିବା ପରେ ତୁହାକୁ ତୁହା ବର୍ଷା ଲାଗିରହିଲା ଚିଲିକାର ସେହି କଳା ମଜନ ପାଣି ଛାତିକୁ ପୁରା ଥରାଇଦେଲା ପବନର ବେଗ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲା ପବନରେ ଡଙ୍ଗାଟି ଟଳ ମଳ ହୋଉଥାଏ କେଉଁ ମୁହୂର୍ତରେ ବି ଡଙ୍ଗା ବୁଡ଼ିବାର ସମ୍ଭାବନା ରହିଛି ଶ୍ରଦ୍ଧାଳୁ ମାନେ ସେତେବେଳେ ଭୟରେ ଡରି ଯାଇଥିଲେ ଆଉ ଜୀବନ ବଞ୍ଚାଇବା ପାଇଁ ଡହଳ ବିକଳ ହୋଇ ଚିତ୍କାର ମଧ୍ୟ କରୁଥାଆନ୍ତି ଠିକ ସେତିକି ବେଳେ ମଝି ଚିଲିକାରେ ଡଙ୍ଗା ଯାଇ ପହଁଞ୍ଚିଥାଏ ଶ୍ରଦ୍ଧାଳୁ ମାନେ କିଛି ବାଟ ନପାଇ କାଳିଜାଇଙ୍କୁ ହାତ ଟେକିଦେଲେ |

ଆଖି ଖୋଲି ଦେଖିଦେଲା ବେଳକୁ ପରିବେଶ ପୁରା ଶାନ୍ତ ହୋଇଯାଇଥାଏ ବର୍ଷା ,ପବନ ,ଘଡ ଘଡି ବିଜୁଳି ସବୁ କିଛି ବନ୍ଦ ହୋଇଯାଇଛି ଏସବୁ ଦେଖି ଶ୍ରଦ୍ଧାଳୁମାନେ ଟିକେ ଆଶ୍ବସ୍ତି ହେଲେ ମା କାଳି ଜାଇଙ୍କୁ ଜପି ଜପି ହ୍ରଦ ପାହାର ହେଲେ ଠିକ ଏତିକି ବେଳେ ମା କାଳି ଜାଇଙ୍କ ପାଖରୁ ଗୋଟେ ଚିତ୍କାର ଶୁଭିଲା ମତେ ମତେ କେହି ବଞ୍ଚାଅ ମତେ କେହି ବଞ୍ଚାଅ ମୁଁ ପାଣିରେ ବୁଡ଼ି ଯାଉଛି ବାପା ବୋଉ କେଉଁଠି ଅଛ ତୁମେ ଏଠୁ ମତେ ନେଇଯାଅ ମତେ ଏଠି ଭାରି ଡର ମାଡୁଚି ତା ପରେ କେହି ଜଣେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ଏକଥା ଶୁଣି ଶ୍ରଦ୍ଧାଳୁମାନେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ଏପରି କିଏ ଚିତ୍କାର କରୁଥିବାର ନାବିକକୁ ପଚାରିବାରୁ ସେ ତାର ପ୍ରକୃତ ସତ୍ୟ କହିଥିଲା |

କାଳି ହିନ୍ଦୁ ଧର୍ମର ଦେବୀ ହେଇଥିବା ବେଳେ ଜାଇ ହେଉଛନ୍ତି ମାଲପୁର ଅଞ୍ଚଳର ଜଣେ ଝିଅ ଯେ କି ବିବାହ କରି ବାରିପଦାରେ ବାପାଙ୍କ ସାଙ୍ଗରେ ଯାଉଥିବା ବେଳେ ହଟାତ ଆକାଶରେ ଘଟି ଆସିଥିଲା ଘନ ଅନ୍ଧାର ଭୟଙ୍କର ଝଡ଼ ସେ ଝଡ଼ ଆସି ତାଣ୍ଡବ ରଚିଥିଲା ଝାଡଟି ଏତେ ତୀବ୍ର ଥିଲା ଯେ ଜାଇ ବସିଥିବା ଡଙ୍ଗାଟି ଚିଲିକାର ସେହି କାଲାମଜର ପାଣିରେ ବୁଡ଼ିବାକୁ ବସିଥିଲା | ନାଉରିଆ ଓ ଜାଇର ବାପା ଉଦ୍ଧାର ପାଇଯାଇଥିଲେ କିନ୍ତୁ ଜାଇକୁ ସବୁଦିନ ପାଇଁ ହରାଇଦେଇଥିଲେ ଶେଷରେ ଜାଇ କୁ ନପାଇ ଜାଇର ବାପା ଖାଲି ହାତରେ ଘରକୁ ଫେରିଥିଲେ ସେହିଦିନ ଠାରୁ କୁହାଯାଏ ଚିଲିକାର ସେହି ଗଭୀର ହ୍ରଦ ଦେଇ ଗଲାବେଳେ ଜାଇର ସେହି ଗଭୀର ଚିତ୍କାର ଶୁଣିଥାଆନ୍ତି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.