Breaking News

ସମ୍ନାକୁ ଆସିଲା ପୋଲିସ ବାବୁଙ୍କ ଦାଦାଗିରି। ୫୦୦ ଦେ , ନହେଲେ ୫୦୦୦ କାଟିବି , ଦୃଶ୍ୟ ହେଲା ଭାଇରାଲ।

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଓ ଯାତାୟାତ ଉପରେ ରୋକ୍ ଲଗାଯାଇଛି। ପ୍ରାୟତଃ ସବୁ ସ୍ଥାନରେ ଜୋରଦାର ଭାବରେ ମାସ୍କ ଚେକିଂ ଚାଲିଛି। ଏହି କାର୍ଯ୍ଯ ପାଇଁ ସ୍ଥାନୀୟ ପୋଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି। ପୋଲିସ୍ ମାନେ ଅମାନିଆ ଲୋକଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି । ସେହିଭଳି ମାସ୍କ ଚେକିଂ ବେଳର ଏକ ଦୃଶ୍ୟ ଏବେ ସମ୍ନାକୁ ଆସିଛି ଯେଉଁଠି ପୋଲିସ ବାବୁ ଲାଞ୍ଚ ମାଗୁଥିବାର ଦେଖାଯାଉଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ।

ଆଉ ଲାଞ୍ଚ ମାଗିଥିବା ପୋଲିସ ବାବୁ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ କୁମାର ବେହେରା । ସୂଚନା ଅନୁଯାୟୀ, ଗୁରୁବାର ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡ଼ି କାଗଜ ପତ୍ର ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ ହାବିଲଦାର ବାବୁ ଜଣକ ଗାଡି ମାଲିକକୁ ଗାଡ଼ିର କାଗଜ ପତ୍ର ମାଗିଥିଲେ ।ହେଲେ ମାଲିକ ପାଖରେ ଗାଡ଼ିର କାଗଜ ପତ୍ର ନଥିବାରୁ ତାକୁ ଫାଇନ ଆକାରରେ ୫୦୦୦ ଟଙ୍କା ମାଗିଥିଲେ । ହେଲେ ଏଥିରେ ଡ଼୍ରାଇଭର ଜଣଙ୍କ କୁଣ୍ଠାବୋଧ ହେବାରୁ ବାବୁ ଜଣଙ୍କ ନିଜର ଅସଲ ଚେହେରା ଦେଖାଇଥିଲେ।

ଆଉ ମାଲିକକୁ ୫୦୦୦ ଟଙ୍କା ଫାଇନ ପରିବର୍ତ୍ତେ ୫୦୦ ଟଙ୍କା ନିଜର ହତାଖର୍ଚ୍ଚ ପାଇଁ ମାଗିଥିଲେ। ୫୦୦ ଟଙ୍କା ନଦେଲେ ୫୦୦୦ ଫାଇନ୍ କାଟି ଦେବି ବୋଲି କହି ସେ ଗାଡି ମାଲିକକୁ ଧମକ ମଧ୍ୟ ଦେଇଥିଲେ। ତେବେ କେହିଜଣେ ପ୍ରତ୍ୟକ୍ଷଦର୍ଶି ଏହି ସମୟର ଦୃଶ୍ୟକୁ ଲୁଚାଣିଆ ଭାବରେ ନିଜ ଫୋନ୍ ରେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଦେଇଛନ୍ତି। ଯାହା ଫଳରେ ପୋଲିସ ବାବୁଙ୍କ କଳାକାରନାମା ସାମ୍ନାକୁ ଆସିପାରିଛି।ଭାଇରାଲ ଭିଡିଓରେ ପୁଲିସ୍ କର୍ମଚାରୀ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ବାବୁ କ’ଣ କହିଲେ ବୋଲି ପଚାରୁଛନ୍ତି। ତା’ପରେ କହିଛନ୍ତି, ୫୦୦ ଟଙ୍କା ଖର୍ଚ୍ଚ ଦେଇ ଦେ। ନହେଲେ ୫୦୦୦ ଟଙ୍କା ଫାଇନ୍ ପଡ଼ିବ।

ଲକଡାଉନ ସମୟରେ ମାସ୍କ ଚେକିଂ ପାଇଁ ନିୟୋଜିତ ଥିବା ପୋଲିସ ବାବୁ ନିଜେ ମୁଁହରେ ମାସ୍କ ପିନ୍ଧିନଥିବା ମଧ୍ୟ ଭିଡିଓଟିରେ ନଜର ଆସୁଛି। ହେଲେ ପୋଲିସ ବାବୁ ମାନଙ୍କଠୁ ଫାଇନ କାଟିବ କିଏ? ତେବେ ଘଟଣାସ୍ଥଳରେ ହାବିଲଦାର ଜଣକ କୌଣସି ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥାହେଲା ପରେ ତମେ ଟ୍ରାକ୍ଟର ମାଲିକ ସଂଘର ନୁହଁ ତେଣୁ ଟଙ୍କା ଦେଇ ଚାଲିଯା ବୋଲି ଗାଡି ମାଲିକକୁ କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଥାନା ଅଧିକାରୀ ଏବଂ ତହସିଲ କର୍ମଚାରୀ ଆସି ଗାଡି ମାଲିକଙ୍କୁ ୧୨୫୦୦ଟଙ୍କା ଫାଇନ କରିଥିବା ସୂଚନା ମିଳିଛି । ତେବେ ଏଭଳି କାର୍ଯ୍ଯ ପାଇଁ ହାବିଲଦାରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ନୟାଗଡ ଅତିରିକ୍ତ ଏସପି କହିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *