Breaking News

ସକାଳୁ ମର୍ଣିଂ ୱାର୍କ ପାଇଁ ଯାଇଥିଲେ ,ହେଲେ ବାଟରେ ପୋଲିସ ହାବୁଡରେ ପଡିଗଲେ , ଦେଖନ୍ତୁ ତାପରେ କଣ ହେଲା

ଦର୍ଶକ ବନ୍ଧୁ ଘରେ ବନ୍ଦ ହୋଇ ରହିବା କାହାକୁ ବି ପସନ୍ଦ? ସମସ୍ତେ ଚାହିଁଥାନ୍ତି ଖୋଲା ଆକାଶ ତଳେ ବୁଲିବାକୁ। ହେଲେ ଲକ୍ ଡାଉନ୍ ହେତୁ ସମସ୍ତ ଙ୍କର ଏବେ ବିନା କାରଣରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି ।ହେଲେ ଏଭଳି ପରିସ୍ଥିତିରେ କିଛି ଲୋକ ବାହାରକୁ ଯିବା ପାଇଁ ବିଭିନ୍ନ ବାହାନା ଖୋଜୁଛନ୍ତି ଏବଂ ଯଦି ପୋଲିସ୍ ହାବୁଡ଼ରେ ପଡିଯାଉଛନ୍ତି ତେବେ ଅନେକ ପ୍ରକାରର କାରଣ ଦେଉଛନ୍ତି। ସେ ଲକ୍ ଡାଉନ୍ ହେଉ କିମ୍ୱା ସଟ୍ ଡାଉନ୍,ଲୋକଙ୍କୁ କିନ୍ତୁ ବିନା କାରଣରେ ଘରୁ ବାହାରିବା ନିହାତି ଦରକାର।ତେବେ ଏଭଳି ସମୟ ରେ ମର୍ଣିଂ ୱାର୍କ ନାଁ ରେ ବାହାରକୁ ବାହାରିବା କିଛି ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।


ତେବେ ଦର୍ଶକବନ୍ଧୁ ସମ୍ପୂର୍ଣ ଘଟଣାଟି ହେଉଛି ଗତ କାଲି ଲକ୍ ଡାଉନ୍ ସମୟରେ କିଛି ଲୋକ ରାସ୍ତାରେ ମର୍ଣିଂ ୱାର୍କ ନାଁ ରେ ବାହାରେ ବୁଲୁଥିଲେ ।ଏହି ସମୟରେ ହଠାତ୍ ପୋଲିସ୍ ର ନଜର ପଡ଼ିଥିଲା ସେମାନଙ୍କ ଉପରେ ।ତେବେ ସଭିଙ୍କୁ ଜଣ ଜଣ କରି ପଚାରିବାରୁ ସେମାନେ ମର୍ଣିଂ ୱାର୍କ ଆସିଥିବା କହିଥିଲେ।ଏହା ଶୁଣିବା ପରେ ପୋଲିସ ସମସ୍ତ ଲୋକ ଙ୍କୁ ଏକାଠି କରି ରାସ୍ତା ମଝିରେ ଠିଆ କରି ଏକ୍ସରସାଇଜ୍ କରାଇଥିଲା। ଦେହରୁ ଝାଳ ବାହାରିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଏଏକ୍ସରସାଇଜ୍ କରାଇବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଛି ।ଏହା ସହିତ ଚେତାବନୀ ମଧ୍ୟ ଦେଇଛି ପୋଲିସ। ଆଗାମୀ ଦିନରେ ଯଦି ଏଭଳି କିଛି ଭୁଲ୍ ହୁଏ ତେବେ ରସିଦ୍ କାଟିବ ବୋଲି ଚେତାବନୀ ଦେଇଛି ପୋଲିସ।

ତେବେ ଏଭଳି ଘଟଣା ଘଟିଛି ହରିୟାଣା ର ଆମ୍ବାଲା ଠାରେ।ଲକ୍ ଡାଉନ୍ ସତ୍ତ୍ୱେ କିଛି ଲୋକ ସରକାରୀ ନିୟମକୁ ଭାଙ୍ଗି ମର୍ଣିଂ ୱାର୍କ ନାଁ ରେ ବାହାରକୁ ବାହାରିଥିଲେ।ହେଲେ ଠିକ୍ ଏହି ସମୟରେ ପୋଲିସ ନଜରରେ ପଡିଯିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଥିଲା। ସାରା ଦେଶରେ କରୋନା ମହାମାରୀ ର ସ୍ଥିତି ଯେ ଏବେ କେତେ ଜଟିଳ ରହିଛି ତାହା ସମସ୍ତଙ୍କୁ ଜଣା ।ଦିନ କୁ ଦିନ ଏହି ମହାମାରୀ ଅତି କ୍ଷୀପ୍ର ବେଗରେ ରାଜ୍ୟ କୁ ରାଜ୍ୟ ବ୍ୟାପିବାରେ ଲାଗିଛି । ମହାମାରୀ ର ଭୟାବହତା କୁ ଦୃଷ୍ଟିରେ ରଖି ଏହାର ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ବଡ଼ ପଦକ୍ଷେପ ନେଇଛନ୍ତି।ଲୋକ ମାନେ ଏହି ମହାମାରୀ ଠାରୁ କିଭଳି ସୁରକ୍ଷିତ ରହିପାରିବେ ଏଥିପାଇଁ ସଚେତନ ମଧ୍ଯ କରାଉଛନ୍ତି।

ତେବେ ସରକାର ଏହି ଲକ୍ ଡାଉନ୍ ସମୟରେ କିଛି ଜରୁରୀକାଳୀନ ଓ ନିତ୍ୟାନ୍ତ ଆବଶ୍ୟକିୟ ସେବାକୁ ଅନୁମତି ଦେଇଛନ୍ତି ।ଏହାର ଫାଇଦା ଉଠାଉଛନ୍ତି କିଛି ଅମାନିଆ ଲୋକ।ବିଭିନ୍ନ ସମୟରେ ବିଭିନ୍ନ କାରଣ ଦର୍ଶାଇ ଏମାନେ ବାହାରକୁ ବାହାରୁଛନ୍ତି ।ତେବେ ଆମ୍ବାଲା ଠାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *