ଆମେ ଦୈନଦିନ ଜୀବନରେ ଅନେକ ପ୍ରକାର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାଉ । ତା ଭିତରୁ ଆଲମଣ୍ଡ ତଥା ବାଦାମ ବିଷୟରେ ଆପଣ ସମସ୍ତେ ଜାଣିଥିବେ। ଏହାକୁ ଘରେ ଘରେ ମଧ୍ୟ ଲୋକେ ପ୍ରାୟତଃ ଫ୍ୟାଟ ଲସ ପାଇଁ ବ୍ରେକଫାଷ୍ଟ ରେ ବ୍ୟବହାର କରିଥାନ୍ତି।ମାତ୍ର କେବଳ ଫ୍ୟାଟ ଲସ ନୁହେଁ ଏଥିରେ ଅନେକ ପ୍ରକାର ପ୍ରୋଟିନ ମଧ୍ୟ ରହିଥାଏ। ଯାହା ଆମ ଶରୀରକୁ ଅନେକ ଫାଇଦା ବି ଯୋଗାଇ ଦେଇଥାଏ।ଏହା ଏକ ସ୍ଵାସ୍ତ୍ୟକର ସ୍ନାକ୍ସ ଭାବରେ ମଧ୍ୟ ଘରେ ଘରେ ପରିଚିତ । ବହୁ ପୁରାତନ କାଳରୁ ଲୋକେ ଖାଦ୍ୟ ରେ ଏ ବାଦାମ ର ବ୍ୟବହାର କରିଆସୁଛନ୍ତି।ଏଥିରେ ବିଭିନ୍ନ ପ୍ରକାର ଲବଣ ଓ ଖଣିଜ ଲବଣ ବି ରହିଥାଏ।କିନ୍ତୁ ଏହାର ଏମିତି ବି କିଛି ବଡ଼ ବଡ଼ ଫାଇଦା ରହିଛି ଯାହା ବିଷୟରେ ଅନେକ ଲୋକ ଙ୍କୁ ଜଣାନାହିଁ। ତାହାଲେ ଆସନ୍ତୁ ଜାଣିବେ ଆଲମଣ୍ଡ ରୁ ମିଳୁଥିବା ବଡ଼ ବଡ଼ ଫାଇଦା ବିଷୟରେ।
୨.ପ୍ରଥମରେ ଆଲମଣ୍ଡ କୁ ପ୍ରାୟତଃ ଲୋକେ ଓଜନ ହ୍ରାସ କରିବା ପାଇଁ ଵ୍ୟଵହାର କରନ୍ତି। ତା ଛଡା ଏଥିରେ ରହିଥାଏ ପ୍ରଚୁର ମାତ୍ରାରେ କ୍ୟାଲୋରୀ, ଫାଇବରଓ ପ୍ରୋଟିନ ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କାରୀ ହୋଇଥାଏ।
୨.ଦ୍ୱିତୀୟରେ ଆଲମଣ୍ଡ ରେ ଭିଟାମିନ ଡି ରହୁଥାଏ ଯାହାକି ଆମ ମେଟାବୋଲିଜିମ କୁ ସଠିକ ରଖିଥାଏ।ତେଣୁ ପ୍ରତିଦିନ ସକାଳୁ ଏହାକୁ ଖାଇବା ଦ୍ଵାରା ଆମ ମସ୍ତିଷ୍କ ବହୁ ତୀବ୍ର କାମ କରିଥାଏ ଏବଂ ଆମର ସବୁ ଜିନିଷ ବହୁତ ଶୀଘ୍ର ମନେ ବି ରହୁଥାଏ।
୩. ତୃତୀୟରେ ଆଲମଣ୍ଡ ରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ ଯାହା ଫଳରେ ଏହା ଆମର ହାଡ଼କୁ ଶକ୍ତ ରଖିବା ସହ ଆମ ଦାନ୍ତ କୁ ବି ଶକ୍ତ ରଖିଥାଏ।
୪. ଏଥିରେ ବହୁ ପରିମାଣରେ ଫସଫରସ ରହିଥାଏ ଯାହାଦ୍ଵାରା ଆମ ଦୃଷ୍ଟି ଶକ୍ତି ବହୁତ ଦିନ ଯାଏଁ ସ୍ଥାୟୀ ରହିଥାଏ ଏବଂ ଚକ୍ଷୁ ଜନିତ କିଛି ରୋଗ ଆମକୁ ଛୁଇଁ ପାରିନଥାଏ।
୫. କେତେଗୁଡିଏ ରିସର୍ଚ୍ଚ ରୁ ଏହା ମଧ୍ୟ ଜଣାପଡିଛି କି ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ଵାରା ଆମର ମାନସିକ ଚାପ ଦୂର ହେବା ସହ ଅନିଦ୍ରା ବି ଦୁରେଇ ଯାଇଥାଏ।
୬.ଆହୁରି ମଧ୍ୟ ଆଲମଣ୍ଡ ରେ ଭିଟାମିନ E ରହିଥିବା କାରଣରୁ ଏହା ଆମ ଚେହେରା କୁ ସର୍ଵଦା ସୁନ୍ଦର ଏବଂ ଆକର୍ଷିତ ରଖିଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ