Breaking News

ସାବଧାନ! ନିଜର ସ୍ମାର୍ଟଫୋନ କୁ ବିକ୍ରି କରୁଛନ୍ତି କି ? ଡେରି ନକରି ଆପଣାନ୍ତୁ ଏହିସବୁ ଉପାୟ , ନଚେତ ହୋଇଯିବ ଲିକ ହେଇପାରେ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ଡାଟା !

ଏବେକାର ସ୍ମାର୍ଟ ଯୁଗରେ କାହା ହାତରେ ସ୍ମାର୍ଟ ନାହିଁ ବୋଲି କହିହେବନାହିଁ।ଛୋଟ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଖେ ଗୋଟେ ଗୋଟେ ସ୍ମାର୍ଟଫୋନ। ପିଲାଙ୍କ ପାଠ ପଢା ଠୁ ଆରମ୍ଭ କରି ଅନ୍ୟ ସମସ୍ତ କାମ ଏବେ ଇଣ୍ଟରନେଟ ଜରିଆରେ ହିଁ କରାଯାଉଛି। ଆଉ ଇଣ୍ଟରନେଟ ଚାଳିବା ପାଇଁ ସ୍ମାର୍ଟଫୋନ ଟିଏ ତ ନିହାତି ଆବଶ୍ୟକ। ଅବଶ୍ୟ ଏହାର ଵ୍ୟଵହାର ଆମ ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ବି ସାବ୍ୟସ୍ତ ହେଉଛି।ଆହୁରି ବି ଗୋଟିଏ କଥା କିଛି କିଛି ଲୋକ ଅଳ୍ପ ଦିନ ଗୋଟେ ଫୋନ ଵ୍ୟଵହାର କରିସାରିବା ଆଉ ସେମାନଙ୍କୁ ଫୋନ ଟି ଭଲ ଲାଗିନଥାଏ ଏବଂ ନୂଆ କିଣିବା ପାଇଁ ଇଚ୍ଛା କରନ୍ତି।

ପୁରୁଣା ଫୋନ ଟିବା କଣ କରିବେ ବାହାରେ ଯେକୌଣସି ବ୍ୟକ୍ତି ଦେଖି ଅଧା ରେଟରେ ବିକ୍ରି କରିଦିଅନ୍ତି କିମ୍ବା ଅନଲାଇନ ପ୍ଲାଟଫର୍ମ ରେ ବିକ୍ରି କରିଥାନ୍ତି। କିନ୍ତୁ ଏବେ ଆମେ ଯେଉଁ କଥା କହିବାକୁ ଯାଉଛି ବିଶେଷ କରି ଏଇ ଫୋନ କୁ ବିକ୍ରି କରାଇ ଦେଉଥିବା ଲୋକଙ୍କ ପାଇଁ ବେସି ଗୁରୁତ୍ୱପୂର୍ଣ୍ଣ। କାରଣ ଏପରି କରିବା ବେଳେବେଳେ ବହୁତ ବିପଦକୁ ଡାକି ଆଣିଥାଏ ଏବଂ ଆପଣଙ୍କର ବହୁତ କ୍ଷତି ବି କରାଇଥାଏ। ତେଣୁ ଯଦି ଆପଣ ନିଜର ଫୋନ କୁ ବିକ୍ରି କରୁଛନ୍ତି ତାହାଲେ ଏବେ ଆମେ କହିବାକୁ ଯାଉଥିବା ଉପାୟ କୁ ଆପଣାନ୍ତୁ ନଚେତ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ବି ସମ୍ଭାବନା ରହିଛି।

ତାହାଲେ ଆସନ୍ତୁ ଜାଣିବେ ଆପଣଙ୍କୁ କଣ ସବୁ କରିବା ପାଇଁ ପଡିବ।ସାଧାରଣତଃ ଆପଣ ଫୋନ ବିକ୍ରି କଲାବେଳେ ସବୁ ଡାଟା କୁ ଅନ୍ୟ ଏକ ସ୍ଥାନକୁ ଟ୍ରାନ୍ସଫର କରୁଥିବେ ଏବଂ ତା ପରେ ସେ ସବୁ ଡାଟା କୁ ପୁରୁଣା ଫୋନ ରୁ ଡିଲିଟ କରୁଥିବେ।ଯେତେବେଳେ ଆପଣ କୌଣସି ସ୍ମାର୍ଟଫୋନରୁ ଫଟୋ, ଭିଡିଓ, ଡକ୍ୟୁମେଂଟ୍ସ, ମ୍ୟୁଜିକ୍ ଆଦି ଡିଲିଟ୍ କରିଥାନ୍ତି, ତାହା ପରମାନେଂଟ ଡିଲିଟ୍ ହୋଇନଥାଏ । ସେଗୁଡିକ କେବଳ ଫୋଲଡରରେ ଆପଣଙ୍କୁ ଦେଖାଯାଇନଥାଏ ।

ଏପରି ସ୍ଥଳେ କୌଣସି ବି ରିକଭର ସଫ୍ଟୱେୟାର ମାଧ୍ୟମରେ ଆପଣଙ୍କ ତଥ୍ୟ ପୁଣି ଥରେ ଡାଉନଲୋଡ କରାଯାଇ ପାରିଥାଏ ।ଯାହାର ଫାଇଦା ମଧ୍ୟ କିଛି ଲୋକ ଉଠାଇ ତାର ଅପ ବ୍ୟବାହାର କରିପାରନ୍ତି। କିନ୍ତୁ ଆପଣ ଓଭରରାଇଡ୍ ଫିଚର୍ସ ମାଧ୍ୟମରେ ଏଥିରୁ ବର୍ତିପାରିବେ । ଏଥିପାଇଁ ଆପଣଙ୍କୁ ପ୍ଲେଷ୍ଟୋରରୁ ସେରିଡ୍ ଆପ୍ ଡାଉନଲୋଡ୍ କରିବାକୁ ହେବ । ଏହି ଆପ୍ ମାଧ୍ୟମରେ ଆପଣ ଆପଣଙ୍କର ସବୁ ତଥ୍ୟକୁ ପରମାନେଂଟ ଭାବେ ଡିଲିଟ୍ କରିପାରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.