Breaking News

ଶତ୍ରୁ ଦେଶ କୁ ପରାସ୍ତ କରିବା ପାଇଁ ଭାରତର ନୂଆ ଅସ୍ତ୍ର . . .

ବର୍ତ୍ତମାନ ଚୀନର ସେନାକୁ ପାନେ ଦେବାକୁ ତଥା ପାଟ୍ରୋଲିଂ ପାଇଁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣାଯିବ । ଏହିସବୁ ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା ଗୁଡ଼ିକ ଲଦାଖର ପାଙ୍ଗଙ୍ଗ ହଦ୍ରରେ ମୁତୟନ କରିବ ଭାରତୀୟ ସେନା ।ଦୀର୍ଘ ଆଠ ମାସ ହେବ ପୂର୍ବ ଲଦାଖରେ ଚୀନ୍‌ ସହ ସାମରିକ ବିବାଦ ଚାଲିଥିବା ବେଳେ ‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ଅତ୍ୟାଧୁନିକ ଦ୍ରୁତଗାମୀ ବୋଟ୍‌ ଭାରତୀୟ ସେନାର ଶକ୍ତିକୁ ଦ୍ୱିଗୁଣିତ କରିବ ।

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ସେନାର ନୂଆ ପାଟ୍ରୋଲିଂ ବୋଟ୍ କିଣିବା ପାଇଁ ଗୋଆ ଶିପୟାର୍ଡ଼ ସହ ଚୁକ୍ତି କରିଛି ଭାରତୀୟ ସେନା |୧୨ଟି ନୂଆ ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା ପାଇଁ ‘ଗୋଆ ସିପ୍‌ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି । ବର୍ତ୍ତମାନ ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ୍‌’ ହ୍ରଦରେ ସେସବୁକୁ ମୁତୟନ କରାଯିବ ।

ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ବହିଆସୁଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍‌ ନିୟନ୍ତ୍ରଣରେ ରହିଛି । ପାଙ୍ଗଙ୍ଗ୍ ହ୍ରଦ ଉପରେ କବଜାକୁ ନେଇ ଉଭୟ ଦେଶ ମଧ୍ୟରେ ଅନକ ଦିନ ହେବ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ପୂର୍ବରୁ ପାଙ୍ଗଙ୍ଗ୍ ହ୍ରଦ ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ସାମିଲ ଥିଲା । କିନ୍ତୁ ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ବିଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ହିଂସାତ୍ମକ ଗତିବିଧି ବଢ଼ିବାରେ ଲାଗିଛି ।

ଉଚ୍ଚରେ ଥିବା ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ହ୍ରଦ ସମେତ ବଡ଼ ବଡ଼ ଜଳାଶୟ ଉପରେ ନଜର ରଖିବା ପାଇଁ ୧୨ ଉଚ୍ଚ କ୍ଷମତାସମ୍ପନ୍ନ ଡଙ୍ଗା କିଣାଯିବ । ମେ ୨୦୨୧ ପର୍ଯ୍ୟନ୍ତ ଏହି କ୍ଷମତାସମ୍ପନ୍ନ ଡଙ୍ଗା ଗୁଡ଼ିକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ । ଅର୍ଥାନ୍ ମାତ୍ର ୫ମାସ ମଧ୍ୟରେ ପାଙ୍ଗଙ୍ଗ୍ ହ୍ରଦ ସୁରକ୍ଷାର ପରିସର ବଦଳିଯିବ ।

ଭାରତୀୟ ସେନାର ଆବଶ୍ୟକ ମୁତାବକ ସ୍ୱତନ୍ତ୍ର ଉପକରଣ ଖଞ୍ଜାଯିବ ବୋଲି ଗୋଆ ସିପୟାର୍ଡ଼ ପକ୍ଷରୁ ଏକ ବୟାନ୍ ଜାରି କରିଛି । ଭାରତର ଗୋଆରେ ହିଁ ତିଆରି ହେବ ଏହି କ୍ଷମତାସମ୍ପନ୍ନ ଡଙ୍ଗା । ଏହି ଡଙ୍ଗାଗୁଡ଼ିକ ବିଶ୍ୱର ସ୍ୱତନ୍ତ୍ର ଅପରେସନ୍ ପାଇଁ ଉପଯୋଗ ହେଉଥିବା ଡଙ୍ଗାଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ଜଣାପଡ଼ିଛି ।

ପ୍ରବଳ ଥଣ୍ଡାରେ ପାଙ୍ଗଙ୍ଗ୍ ହ୍ରଦ ଏବେ ଏକ ବିରାଟ ବରଫ ଖଣ୍ଡରେ ପରିଣତ ହୋଇଯାଇଛି । ଥଣ୍ଡା ଦିନରେ ୩ରୁ ୪ ମାସ ଧରି ଏପରି ସ୍ଥିତି ଜାରି ରହେ । ତେବେ ଖରା ବେଳକୁ ହ୍ରଦର ବରଫ ତରଳିଲା ପରେ ଭାରତୀୟ ସେନା ଉଚ୍ଚ କ୍ଷମତାସମ୍ପନ୍ନ ଡଙ୍ଗା ଗୁଡ଼ିକ ମୁତୟନ କରିବ ।


ବର୍ତ୍ତମାନ ଭାରତୀୟ ସେନାର ପାଖରେ ଏପରି ଉଚ୍ଚ କ୍ଷମତାସମ୍ପନ୍ନ ବୋଟ୍ ୧୭ ରହିଛି । କିନ୍ତୁ ଚୀନ ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେନାକୁ ଏପରି ଅଧିକ ଡଙ୍ଗାର ଆବଶ୍ୟକତା ରହିଛି । ପୂର୍ବରୁ ସେନା ପକ୍ଷରୁ ୨୪ଟି ଡଙ୍ଗା ଯୋଗାଇ ଦେବାକୁ ଦାବି ହୋଇଥିଲା, ତେବେ ବର୍ତ୍ତମାନ ପାଇଁ ୧୨ଟି ଡଙ୍ଗାର ଅର୍ଡ଼ର ଦିଆଯାଇଛି ।

ସୂଚନାକ୍ରମେ, ପୂର୍ବ ଲଦାଖରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଯବାନ ମୁତୟନ ଅଛନ୍ତି । ଆଉ ବର୍ତ୍ତମାନ ସେଠାରେ ତାପାମାତ୍ରା ଶୂନରୁ ୨୦ ଡିଗ୍ରି ମଧ୍ୟରେ ରହୁଛି । ହାଡ଼ଥରା ଜାଡ଼ରେ ବି ଆମ ସୈନ୍ୟ ମାନେ ଯୁଦ୍ଧ କରିବାକୁ ସଦାସର୍ବଦା ପ୍ରସ୍ତୁତ ରହିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *