Breaking News

ରସିକିଆ ଟୋକାର କଳାକାରନାମା। ଯୁବତୀ ମାନଙ୍କୁ ବିବାହ କରି କରୁଥିଲା ଏମିତି କାମ , ଶୁଣିଲେ ଆପଣ ବି ଆଶ୍ଚର୍ଯ ହେବେ…

ପ୍ରତ୍ୟେକ ସମାଜରେ ବିବାହ ଏକ ଦାୟିତ୍ୱ ହୋଇଥାଏ, ଯାହାକୁ ଉଭୟ ବର ଓ କନ୍ୟା ପାଳନ କରିଥାନ୍ତି। ଦୁହେଁ ସାତ ଜନ୍ମର ସାଥି ହୋଇ ରହିବା ପାଇଁ ପରସ୍ପରକୁ କଥା ଦେଇଥନ୍ତି। ହେଲେ ଆଜିକାଲିର ଦୁନିଆରେ କିଛି ଲୋକ ମାନଙ୍କ ପାଇଁ ବିବାହ ଏକ ବ୍ୟବସାୟ ପାଲଟିଛି। ସେମାନେ ଜୀବନସାଥୀ ନ ଖୋଜି ଖୋଜନ୍ତି ଟଙ୍କା ପଇସା ଆଉ ସୁନା ଅଳଙ୍କାର। ଆଉ ସେ ସବୁ ପାଇସାରିବା ପରେ ସେ ପତ୍ନୀକୁ ଛାଡ଼ି ଆଉ କାହାକୁ ବିବାହ କରନ୍ତି। ସେଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ଵର ଠାରେ।

ଯାହା ଶୁଣିଲେ ଆପଣ ତାଯୁକ୍ ହୋଇ ରହିଯିବେ । ସାମ୍ନାକୁ ଆସିଛି ଜଣେ ବିଲଡରର କଳାକାରନାମା। ସିରିଜ୍ ମ୍ୟାରେଜ୍ କରି ଧନୀ ଶ୍ରେଣୀର ଯୁବତୀ ମାନଙ୍କ ଠାରୁ ଯୌତୁକ ଆକାରରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । କିଛି ଦିନ ସେମାନଙ୍କ ସହ ହସଖୁସିରେ ରହିବା ପରେ ଆରମ୍ଭ କରି ଦେଉଥିଲା ଅତ୍ୟାଚାର। ଅତ୍ୟାଚାର ସହି ନ ପାରି ପତ୍ନୀ ପଳାଉଥିବା ବେଳେ ଏହାପରେ ପୁଣି ଶିକାର ଖୋଜୁଥିଲା ବିଲଡର ଜଣକ। ଏନେଇ ବିଲଡରର ୨ ଜଣ ପତ୍ନୀ ଥାନାରେ ଅଭିଯୋଗ କରିଥିବା ବେଳେ ତାଲିକା କିନ୍ତୁ ଆହୁରି ଲମ୍ବା ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଉଛି, ଏଥିରେ ବିଲଡରଙ୍କ ମାତା ପିତା ସବୁ ଜାଣି ମଧ୍ୟ ଏସବୁକୁ ପ୍ରଶୟ ଦେଉଥିଲେ। ଆଉ ସମସ୍ତେ ମିଶି ନଷ୍ଟ କରି ଚାଲିଥିଲେ ଜଣକ ପରେ ଜଣେ ଯୁବତୀଙ୍କ ଜୀବନ। ତେବେ ଭୁବନେଶ୍ୱରର କ୍ୟାପିଟାଲ ଥାନା ଓ ମହିଳା ଥାନାରେ ପୃଥକ୍ ଭାବେ ଦୁଇଜଣ ଯୁବତୀ ଏତଲା ଦେବା ପରେ ଧରାପଡ଼ିଛି ଅଭିଯୁକ୍ତ ବିଲଡର। ବିଲଡର ଜଣକ ନାମ ପ୍ରିୟବ୍ରତ ମିଶ୍ର ବୋଲି ଜଣାପଡିଛି। ପ୍ରିୟବ୍ରତ କେବଳ ପଇସା ଓ ଖୁସି ପାଇଁ ଏକାଧିକ ବିବାହ କରି ପରେ ସେମାନଙ୍କୁ ଛାଡ଼ି ଦେଇଥିବା ଯୁବତୀ ଦ୍ବୟ ଅଭିଯୋଗ କରିଛନ୍ତି।

ସେମାନଙ୍କ ଜୀବନ ସହ ଖେଳିଥିବାରୁ ପ୍ରିୟବ୍ରତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ଏହାସହ ସେମାନଙ୍କର ସମସ୍ତ ଜିନିଷ ଓ ଟଙ୍କା ଫେରାଇଦେବାକୁ ମଧ୍ୟ ଦାବି କରିଛନ୍ତି । ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପ୍ରିୟବ୍ରତ ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ସେମାନଙ୍କୁ ବିବାହ କରୁଥିଲେ । ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ଓ ଅନ୍ୟାନ୍ୟ ଦାମୀ ଜିନିଷ ନେଉଥିଲେ । କିନ୍ତୁ ବାହାଘରର କିଛି ଦିନ ନପୁରୁଣୁ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲେ। ତେବେ ପୋଲିସ ଅଭିଯୁକ୍ତ ବିଲଡର ପ୍ରିୟବ୍ରତକୁ ଗିରଫ କରି ତଦନ୍ତ ଚଳାଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *