Breaking News

ରାଜ୍ୟରେ ପୁଣିଥରେ ହେବାକୁ ଯାଉଛି ଝଡ଼ ବାତ୍ୟା, ପାଣିପାଗ ଦେଲା ବିଶେଷ ସୂଚନା ଏହି ସମୟରେ…

ଦର୍ଶକବନ୍ଧୁ ବର୍ତ୍ତମାନର ବଡ ଖବର ପାଣିପାଗକୁ ନେଇ ବଡ ସୂଚନା ଆସନ୍ତା ୨ ଦିନ ରାଜ୍ୟରେ ଝଡ଼ ବାତ୍ୟାର ସମ୍ଭାବନା ୟେଲୋ ୱାର୍ନିଂ ଜାରି ତେବେ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା କେଉଁ କେଉଁ ଜିଲ୍ଲାରେ ବାତ୍ୟା ସମ୍ଭାବନା କେଉଁ କେଉଁ ଜିଲ୍ଲାରେ ଭୟଙ୍କର ବଜ୍ରପାତ ବର୍ଷା ପବନର ଆଶଙ୍କା ଏହି ସବୁ ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା ତେବେ ଆସନ୍ତା ଦୁଇଦିନ ରାଜ୍ୟରେ ଝଡ ବର୍ଷା ସମ୍ଭାବନା |

ତେବେ ଦର୍ଶକବନ୍ଧୁ ଆଜି ମଧ୍ୟରାତ୍ରୀରୁ ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ଵର ଯାଜପୁର ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଖୋର୍ଦ୍ଧା ପୁରୀ ନୟାଗଡ ଗଞ୍ଜାମ ଗଜପତି କନ୍ଧମାଳ ରାୟଗଡ଼ା ନୟାଗଡ଼ କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଘଡଘଡି ସହ ଝଡ ବାତ୍ୟା ହେବାର ସମ୍ଭାବନା ରହିଛି |

ସେହିପରି ଆସନ୍ତାକାଲି ମାଲକାନଗିରି କୋରାପୁଟ ନବରଙ୍ଗପୁର କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ଵର ଭଦ୍ରକ ଯାଜପୁର ରାୟଗଡ଼ା ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ବାତ୍ୟା ହେବାର ସମ୍ଭାବନା ରହିଛି ଏହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି |

ଝଡ଼ ବାତ୍ୟା ସତ୍ତ୍ବେ ରାଜ୍ୟରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଲାଗି ରହିବ ତେବେ ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦° ଉପରେ ରହିଥିଲା | ଉତ୍ତର ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ ଉତ୍ତରପ୍ରଦେଶ ବିହାର ମଧ୍ୟ ଦେଇ ଉତ୍ତର ବାଂଲାଦେଶ ଯାଏଁ ପୂର୍ବ ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯ କିଲୋମିଟର ଯାଏଁ ଲମ୍ବିଥିବା ନିମ୍ନ ଚାପରେଖା ତଥା ଝାରଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଛି ତେବେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବଜ୍ରପାତ ସମୟରେ ପଦାକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

About odisha news

Check Also

Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …

Leave a Reply

Your email address will not be published.