Breaking News

ବିଚରାସ୍ତା ଉପରେ ପ୍ରେମିଯୁଗଳଙ୍କ ହଙ୍ଗମା , “ପ୍ରେମ କରୁଛୁ ମାନେ ମୋତେ ବାହା ହେ ” , ନହେଲେ …

କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଏବେ ଜାରି ରହିଛି ଲକ୍ ଡାଉନ୍। ରାସ୍ତା ଘାଟ ସବୁ ଆଡ ଏବେ ଜନଶୂନ୍ୟ। ବିନା କାରଣରେ ଲୋକେ ଘରୁ ବାହାରୁ ନାହାନ୍ତି। ଏପରି ସମୟରେ ରାଜଧାନୀର ରାଜରାସ୍ତା ଉପରେ ଗତକାଲି ଦେଖିବାକୁ ମିଳିଛି ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ପ୍ରତାରିତ ପ୍ରେମିକ ସହ ଯୁବତୀ ଜଣଙ୍କର ବିଚରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା କଥା କଟାକଟି । ଯାହାକୁ ଦେଖି ଘଟଣା ସ୍ଥଳରେ ଲୋକ ମାନଙ୍କ ଭିଡ଼ ଜମିଥିଲା। ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ହେଉଛନ୍ତି ରାଉରକେଲାର ରଂଜିତ ନାୟକ ଏବଂ ଯୁବତୀ ଜଣଙ୍କ ଭୁବନେଶ୍ୱର କଳିଙ୍ଗ ବିହାର ଅଂଚଳର ବାସିନ୍ଦା। ଦୁହେଁ ଗତ ବର୍ଷ ଅକ୍ଟୋବର ମାସରୁ ପରସ୍ପରକୁ ଭଲ ପାଉଛନ୍ତି।

ଏହି ସମୟ ମଧ୍ୟରେ ସେମାନେ ଅନେକ ଥର ଭୁବନେଶ୍ୱରର ଅନେକ ହୋଟେଲରେ ଲିଭ ଇନ ରିଲେସନସିପରେ ମଧ୍ୟ ରହୁଥିଲେ ବୋଲି ଯୁବତୀ ଜଣଙ୍କ ସର୍ବ ସମ୍ମୁଖରେ କହିଛନ୍ତି। ରଞ୍ଜିତ ଯୁବତୀ ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶା-ରୀ-ରି- କ ସମ୍ପର୍କ ରଖିଥିଲେ। ପରେ କିନ୍ତୁ ବିବାହ କରିବାକୁ ଧରା ଛୁଆଁ ଦେଉ ନଥିବା ପ୍ରେମିକା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି | ପ୍ରେମିକା ଏଥିପାଇଁ ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇଥିଲେ ମଧ୍ୟ ସେଠାରୁ ସବୁଥର ହତାଶ ହୋଇ ଫେରିଥିଲେ | ପରେ ପ୍ରେମିକ ଜଣକ ଆଉ ତାଙ୍କ ଫୋନ ନଉଠାଇବା ସହିତ ତାଙ୍କ ଘର ଲୋକ ଏହି ବିବାହ ପାଇଁ ରାଜି ହେଉନଥିବା କହିଥିଲେ।

ଯୁବତୀ ଅଭିଯୋଗ କରିଛନ୍ତି ଯେ, ଯୁବକ ଜଣକ ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରିବା ସହ ବୁଲେଟ୍ ଓ ଚେନ୍ ମଧ୍ୟ ଦାବି କରିଛନ୍ତି।। ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପୁଣିଥରେ ପ୍ରେମିକ ଘର ରାଉରକେଲାରେ ପହଞ୍ଚିଥିଲେ। ଗତକାଲି ଉଭୟ ମିଶି ଭୁବନେଶ୍ବର ମଧ୍ୟ ଆସିଥିଲେ, ହେଲେ ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ଜଣକ ପ୍ରେମିକ ଜଣଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ କିନ୍ତୁ ପ୍ରେମିକ ଜଣକ ବିବାହ ପାଇଁ ରାଜି ନଥିବାରୁ ସେଠାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ସାର୍ଟକୁ ଜାବୁଡି ଧରିଥିଲେ।

ଏହାପରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ସହ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା | ତେବେ ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣା ପଡ଼ିଛି। ଆଗ ସ୍ୱାମୀକୁ ଛାଡ଼ପତ୍ର ଦେବାପରେ ହିଁ ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ କରିବେ ବୋଲି କହିଛନ୍ତି। ଶେଷରେ କୌଣସି ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାଲା ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚରା କରୁଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *