ଦର୍ଶକବନ୍ଧୁ ଅନେକ ସମୟରେ ଆପଣ ଭୂତ ପ୍ରେତ ର କାହାଣୀ ନିଶ୍ଚିନ୍ତ ଶୁଣିଥିବେ।କେହି କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କାହାକୁ ଏ ସବୁ ମନ ଗଢା କାହାଣୀ ଭଳି ଲାଗେ।ହେଲେ ଆଜି ଆମେ ଆପଣଙ୍କୁ ଏକ ଏଭଳି ସତ କାହାଣୀ କହିବୁ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ଏହା ହେଉଛି ଦିଲ୍ଲୀର କଣ୍ଟେନମେଣ୍ଟ ରୋଡର ୪ ସାଙ୍ଗଙ୍କ କାହାଣୀ।ଆପଣ ମାନେ ହୁଏ ତ ଜାଣିଥିବେ ,ଦିଲ୍ଲୀ ର କଣ୍ଟେନମେଣ୍ଟ ରୋଡ ହେଉଛି ଏଭଳି ଏକ ସ୍ଥାନ ଯେଉଁଠି ଭୂତ ପ୍ରେତ ସହ ଜଡ଼ିତ ଅନେକ ଘଟଣା ସାମ୍ନା କୁ ଆସିଛି।
ଏ ସବୁର ସତ୍ୟତା ଜାଣିବା ପାଇଁ ଦିଲ୍ଲୀର ୪ ଜଣ ସାଙ୍ଗ କେଶବ, ଦାନିଶ, କବୀର୍ ଏବଂ ସବିର୍ ସେହି ରାସ୍ତା କୁ ଯିବାକୁ ସ୍ଥିର କଲେ।ରାତି ଠିକ୍ ୧୧.୧୫ ରେ କାର ଧରି ବାହାରି ପଡ଼ିଲେ ୪ ଜଣ ସେହି ରାସ୍ତାକୁ।ହେଲେ ଯିବା ସମୟରେ ଦାନିଶ୍ କୁ ଟିକେ ଡର ଲାଗିବାରୁ ସେ ସେଠାରୁ ଫେରିଯିବାକୁ ସାଙ୍ଗ ମାନକୁ କହିଲା।ହେଲେ ସମସ୍ତେ ତାକୁ ବୁଝେଇ ଗାଡ଼ି କୁ ଆଗକୁ ବଢାଇ ଚାଲିଲେ।।ହେଲେ ସେଠାରେ ପହଞ୍ଚିବା ପରେ ସେମାନେ କିଛି ବି ଦେଖିବାକୁ ପାଇଲେନି।ତେଣୁ ସେମାନେ କାର ଟିକୁ ରୋଡ୍ ରେ ରଖି ଜଙ୍ଗଲ ଭିତରକୁ ଯିବା ପାଇଁ ବାହାରିଲେ।
ହେଲେ ଦାନିଶ୍ ତାଙ୍କ ସହ ଯିବାକୁ ମନା କରି କାର ଭିତରେ ରହିଲା।ବାକି ୩ ଜଣ କିଛି ବାଟ ଜଙ୍ଗଲ ଭିତରକୁ ଯିବା ପରେ ତାଙ୍କୁ ହଠାତ୍ ଲାଗିଲା ଯେମିତି କେହି ଜଣେ ତାଙ୍କୁ ପିଛା କରୁଛି।ସେଥିରେ ୩ ଜଣ ଟିକେ ଭୟ ପାଇ ପୁଣି କାର ପାଖକୁ ଯିବାକୁ ଲାଗିଲେ ହେଲେ ଏହି ସମୟରେ ଶୁଭିଲା ଏକ ବିକଟାଳ ହସ।୩ ଜଣ ଖୁବ୍ ଡରିଯାଇ ଦୌଡ଼ି କାର ଭିତରକୁ ପଳେଇଆସିଲେ ହେଲେ ସେଠି ଦାନିଶ୍ କୁ ପାଇଲେ ନାହିଁ। ଶେଷ ରେ ଖୁବ୍ ଡାକିବା ପରେ ଦାନିଶ୍ ସାମ୍ନାରୁ ଚାଲିକି ଆସିବାର ଦିଶିଲା। ଦାନିଶ୍ କୁ କାର୍ ରେ ବସେଇ ୩ଜଣ ଫେରିଲେ। ହେଲେ ଦାନିଶ୍ ର ବ୍ୟବହାର ଟିକେ ଅଜବ ଲାଗୁଥିଲା ।
ସେମାନେ ତାକୁ ତା ଘରେ ଛାଡ଼ି ସମସ୍ତେ ନିଜ ଘରକୁ ଫେରିଗଲେ ହେଲେ କିଛି ଘଣ୍ଟା ପରେ କବୀର୍ କୁ ଏକ ଅଜଣା ନମ୍ବରରୁ କଲ ଆସିଲା।ସେ ଥିଲା ଦାନିଶ୍ ର ଭଉଣୀ।ସେ କବୀର୍ କୁ କହିଲା ଭାଇ ଘର କୁ ଆସିବା ପର ଠୁ ଅଜବ ବ୍ୟବହାର କରୁଛନ୍ତି ।ଏମାନେ ସମସ୍ତେ ଯାଇ ଦେଖନ୍ତୁ ତ ଦାନିଶ୍ ନିଜ କୁ ଏକ ଝିଅ ଭଳି ସଜେଇଥିଲ। ଓ ନିଜ ରୁମ୍ କାନ୍ଥ ରେ ଏକ ଛବି ଅଙ୍କିଥିଲ, ସେହି ରୋଡ ଉପରେ ଥିବା ତାଙ୍କ କାର। ଏବଂ କାର ପଛ ରେ ଆସୁଥିବା ଏକ ଝିଅର ଆତ୍ମା।ଏହା ପରେ ସେମାନେ ସବୁ କିଛି ଘଟଣା ବୁଝିପାରିଥିଲେ।୭ ମାସ ଲାଗିଗଲା ଦାନିଶ୍ କୁ ଠିକ୍ ହେବାକୁ ।ଏହି ଘଟଣା ପରେ ସେ ଥରଟେ ବି ସେହି ରୋଡ କୁ ଯାଇନାହାନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ