Breaking News

ଝରାଫୁଲ ରହସ୍ୟ ଖୋଲୁଛି ! ରାକେଶ ହୋଟେଲ ରୁମରେ ରଚିଥିଲା ଏମିତି କାଣ୍ଡ !

ବର୍ତ୍ତମାନ ର ସବୁଠୁ ଚର୍ଚିତ୍ତ ଖବର ରମାଦେବୀ ଛାତ୍ରୀ ତଥା ମୟୂରଭଞ୍ଜ ଝିଅ ଝରାଫୁଲ ର ତଦନ୍ତ ଏବେବି ଜାରି ରହିଛି । ଆଜି ସାଇନଟିଫିକ୍ ଟିମ ୨୬ ତାରିଖ ଦିନ ରାତିରେ ଝରାଫୁଲ ରହିଥିବା ଗେଷ୍ଟହାଉସରେ ପହଞ୍ଚି ତଦନ୍ତ କରିଛି । ଝରାଫୁଲ ରହିଥିବା ରୁମ୍ ନମ୍ବର ୨୦୧କୁ ପୋଲିସ ସିଲ୍ କରିଛି । ଫେରନ୍ସିକ୍ ଟିମ ପ୍ରାୟ ୨ ଘଣ୍ଟା ଧରି ଗେଷ୍ଟ ହାଉସର ଉକ୍ତ ରୁମରେ ଛାନଭିନ୍ କରିଛି । ଫିଙ୍ଗର ପ୍ରିଣ୍ଟ ଓ ନମୁନା ସଂଗ୍ରହ କରିଛି । ବ୍ୟବହୃତ ବେଡସିଟକୁ ମଧ୍ୟ ଜବତ କରିଛି । ଏହି ତଦନ୍ତ ସମୟରେ ସାଇଣ୍ଟିଫିକ୍ ଟିମ୍ ହାତରେ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ଯ ମିଳିଥିବା ଜଣାପଡିଛି ବୋଲି ଯାଜପୁର ଏସଡିପିଓ କହିଛନ୍ତି ।


ଆହୁରିମଧ୍ୟ ଦ୍ୱିତୀୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ୨୬ ତାରିଖ ଦିନ ଭୁବନେଶ୍ୱରର ଏକ ପାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ତାଙ୍କ ପୁରୁଷବନ୍ଧୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିରିଆନୀ ଖାଇବା ପରେ ଝରାଫୁଲ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପେଟ କାଟୁଥିବାରୁ ଝରାଫୁଲ କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଦୃଶ୍ୟରେ ଝରାଫୁଲ ସ୍କୁଟିରେ ଏକାକୀ ହେଲମେଟ୍ ପିନ୍ଧି ବସିଥିବା ବେଳେ, ହୋଟେଲ ଭିତରେ ରାକେଶ ଓ ସେ ଖାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାକେଶ ଓ ଝରାଫୁଲ ବୁଲାବୁଲି କରି ଦିନ ୧.୦୫ରେ ସ୍କୁଟିରେ ପଳାଇଥିଲେ ।


ତେବେ ଏହି ସିସିଟିଭି ଫୁଟେଜ ମିଳିବା ପରେ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ରାକେଶ ପୋଲିସକୁ ଜଣାଇଥିଲେ । ତେବେ ବି-ଷ-କ୍ରିୟା ହୋଇଥିଲା ନା ଆଉ କିଛି, ତାହା ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ ।
ତେବେ କିଭଳି ଝରାଫୁଲଙ୍କ ମୃ-ତ୍ୟୁ ହେଲା ? ମୃ-ତ୍ୟୁ ପଛରେ କାରଣ କଣ ? ରାତ୍ରିଯାପନ କରିଥିବା ଓୟୋ ଗେଷ୍ଟହାଉସରେ କଣ ଘଟିଥିଲା ? ଝରାଫୁଲଙ୍କୁ କିଛି ଡ୍ରଗ୍ସ ଦିଆଯାଇଥିଲା କି ? ନା ତାଙ୍କ ଅଜାଣତରେ ବୟଫ୍ରେଣ୍ଡ ରାକେଶ କିଛି ଆପତ୍ତିଜନକ ସାମଗ୍ରୀ ମିଶାଇ ଦେଇଥିଲେ । ନା କୌଣସି ନିଶା ସେବନ କରିଥିଲେ । ଏସମସ୍ତ ଘଟଣାର ରହସ୍ୟ ହଟାଇବାକୁ ପୋଲିସ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛି ।


ତେବେ ଗତ ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା। ଝରାଫୁଲ ନାୟକଙ୍କ  ସଂପୃକ୍ତି ଅଭିଯୋଗରେ ଝରାଫୁଲର ପ୍ରେମିକ ରାକେଶ ସ୍ବାଇଁକୁ ଭୁବନେଶ୍ବର ଏୟାରଫିଲଡ୍ ଥାନା ପୁଲିସ ଗିରଫ କରି କୁଆଖିଆ ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। କୁଆଖିଆ ଥାନା ପକ୍ଷରୁ କେସ ନମ୍ବର ୩୨/୨୦୨୧ରେ ୩୦୨ ଓ ୨୦୧ଦଫା ସହିତ ଏସ୍‌ସିଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ   ହୋଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *