କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ତାଙ୍କ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କ ଘରକୁ ଆସିଛି ନୂଆ ଅତିଥି ।ହଁ ଆଜ୍ଞା ଠିକ ଶୁଣିଛନ୍ତି ଅନ୍ୟତମ ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲ ଏବେ ମା ହେବାର ସୌଭାଗ୍ୟ ପାଇଛନ୍ତି। ଶନିବାର ଅପରାହ୍ଣରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ସୋସିଆଲ ମିଡିଆ ଯୋଗେ ସେ ସମସ୍ତଙ୍କ ସହିତ ଏହି ଖବରଟିକୁ ଶେଆର କରିଛନ୍ତି।, ଶ୍ରେୟା ଘୋଷାଲ ପ୍ରାୟ 10 ବର୍ଷ ରିଲେସନସିପରେ ରହିବା ପରେ 2015 ରେ ଶିଲାଦିତ୍ୟଙ୍କୁ ବିବାହ କରିଥିଲେ । ବଙ୍ଗୀୟ ବିଧି-ବିଧାନରେ ଦୁହିଁ ଙ୍କର ବିବାହ ସମ୍ପନ୍ନ ହୋଇଥିଲା ।
ଆପଣ ମାନେ ଜାଣିଥିବେ ଶ୍ରେୟା 2002 ରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସୁପରଡୁପରହିଟ୍ ଫିଲ୍ମ ‘ଦେବଦାସ’ରେ ପ୍ଲେ ବ୍ୟାକ ସିଙ୍ଗର ରୂପେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଗତ ମାର୍ଚ୍ଚ ମାସରେ ଗର୍ଭବତୀ ଥିବା କଥା ସାର୍ବଜନୀନ କରିଥିଲେ ଶ୍ରେୟା। ଏହା ପରେ ପରେ ସେ ତାଙ୍କର ଅନେକ ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।ପୂର୍ବରୁ ନିଜର ସନ୍ତାନର ନାଁ ବି ସେୟାର କରିଥିଲେ ଶ୍ରେୟା। ପୋଷ୍ଟ କରି ଲେଖିଥିଲେ ଯେ ‘ବେବି ଶ୍ରେୟାଦିତ୍ୟ ଆସୁଛି। ଶିଳାଦିତ୍ୟ ଏବଂ ମୁଁ ଏହି ଖବର ଆପଣମାନଙ୍କ ସହ ସେୟାର କରି ବହୁତ ଖୁସି ହେଉଛୁ।
ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ସହ ଆପଣ ମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦର ଆବଶ୍ୟକତା ମଧ୍ୟ ରହିଛି।’ତେଣୁ ସମସ୍ତ ଦର୍ଶକବନ୍ଧୁ ଆମ ଦୁହିଁଙ୍କୁ ଆଶୀର୍ବାଦ କରି ଆମ ଆଗାମୀ ଜୀବନର ସୁଖ କାମନା କରନ୍ତୁ। ଏହିପରି ଅନେକ କଥା ଲେଖି ପୋଷ୍ଟ କରିଥିଲେ ଶ୍ରେୟା ଇନ୍ଷ୍ଟାଗ୍ରାମରେ ଏ ସଂପର୍କରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି ଯେ ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନଥିଲେ। ଏହା ସହିତ ଆଶୀର୍ବାଦ କରିଥିବାରୁ ସେ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ଓ ତାଙ୍କ ପରିବାର ବହୁତ ଖୁସି ଥିବା ସେ ଜଣାଇଛନ୍ତି। ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଶ୍ରେୟା ଏବଂ ତାଙ୍କ ସ୍ବାମୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବହୁ ବଡ଼ ବଡ଼ ସେଲିବ୍ରିଟି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ପ୍ରାୟତଃ ସବୁ ସେଲିବ୍ରେଟି ତାଙ୍କୁ ବଧାଇ ଜଣାଇଛନ୍ତି। ତା ସହ ତାଙ୍କ ଶିଶୁ ପୁତ୍ର ର ମଙ୍ଗଳ ମଧ୍ୟ କାମନା କରିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ