Breaking News

ପୃଥିବୀ ଆଡ଼କୁ ମାଡିଆସୁଛି ବିଶାଳ ଚୀନ୍ ରକେଟ୍।

ଆକାଶ ରୁ ନିୟନ୍ତ୍ରଣ ହରେଇ ପୃଥିବୀ ଆଡ଼କୁ ଖସୁଛି ବିରାଟକାୟ ରକେଟ୍।ଚୀନ୍ ଛାଡିଥିବା ଏହି ବିଶାଳକାୟ ରକେଟ୍ ଟି ପୃଥିବୀ ପୃଷ୍ଠରେ କେଉଁଠି ପଡ଼ିବ ଏହା ଜଣାପଡିନାହିଁ। ଏହାକୁ ନେଇ ଏବେ ଚିନ୍ତା ରେ ବିଶ୍ଵ ବାସୀ।ଏହି ରକେଟ୍ ଯଦି କୌଣସି ଜନବସତି ପୂର୍ଣ୍ଣ ସ୍ଥାନ ରେ ପଡେ ତେବେ ତାହା ବିପୁଳ ପରିମାଣର ଧନ ଜୀବନ ନଷ୍ଟ କରିବାର ଆଶଙ୍କା ରହିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ର ସୂଚନା ଅନୁଯାୟୀ ଆସନ୍ତା ୮ ତାରିଖ ରେ ଏହା ପୃଥିବୀ ର ବାୟୁ ମଣ୍ଡଳ ସ୍ପର୍ଶ କରିବ କିନ୍ତୁ ଏହା ନିର୍ଦ୍ଧିଷ୍ଟ କେଉଁ ସ୍ଥାନ ରେ ପଡ଼ିବ ଏହାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

କିନ୍ତୁ ଇଉରୋପ ସ୍ପେସ ଅଜେନ୍ସୀ ର ସୂଚନା ମୁତାବକ ଏହି ରକେଟ୍ ଆସନ୍ତା ୯ ତାରିଖ ଦିନ ପୃଥିବୀ ର ବାୟୁ ମଣ୍ଡଳ କୁ ପ୍ରବେଶ କରିବ ।ଏହାର ଘଣ୍ଟା ପ୍ରତି ବେଗ ୨୫,୪୯୦ କିଲୋମିଟର ରହିଛି ଅର୍ଥାତ ସେକେଣ୍ଡ ପ୍ରତି ଗତି ୭.୨୦ କିଲୋମିଟର ରହିଛି। ରକେଟ୍‌ର ମୁଖ୍ୟ ଅଂଶ ଅର୍ଥାତ କୋର୍‌ର ଉଚ୍ଚତା ୧୬ ଫୁଟ୍। ଏହି ରକେଟ୍ କୁ ଚୀନ୍ ଗତ ଗୁରୁବାର ଦିନ ମହାକାଶ କୁ ଛାଡିଥିଲା। ଲଙ୍ଗ ମାର୍ଚ୍ଚ ୫ବି ନାମକ ଏହି ରକେଟ୍ କୁ ଚୀନ୍ ତାର ତିଆହ୍ନେ ସ୍ପେସ ଷ୍ଟେସନ ନିମିତ୍ତ ପ୍ରଥମ ମୋଡୁଲ ଭାବେ ପ୍ରସ୍ତୁତ କରିଥିଲା।ତିଆହ୍ନେ ମୋଡୁଲ୍ କୁ ଧରି ୩୦ ମିଟର ଲଙ୍ଗ ମାର୍ଚ୍ଚ ୫ବି ରକେଟ୍ ଗତ ଏପ୍ରିଲ ୨୯ ତାରିଖ ଦିନ ଚୀନ୍ ର ୱେଞ୍ଚାଙ୍ଗ ସାଇଟ ରୁ ଯାତ୍ରା କରିଥିଲା।ଏହି ମାନବ ବିହୀନ ମୋଡୁଲ କୁ ପୃଥିବୀ ର ନିମ୍ନ ଗତିପଥ କୁ ନେଇଯିବା ପରେ ଲଙ୍ଗ ମାର୍ଚ୍ଚ ୫ବି ନିଜେ ଏକ ଅସ୍ଥାୟୀ କକ୍ଷାପଥ ରେ ପହଞ୍ଚିଥିଲା।ଏହା ପରେ ରକେଟ୍ ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ତେବେ ଚୀନ୍ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ୧୦୦ ଫୁଟ୍ ଲମ୍ବା ଓ ୬୪୩ ଟନ ର ଏହି ବିଶାଳକାୟ ରକେଟ୍ ଟି ର ଅଧିକାଂଶ ଅଂଶ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ଜୋଳିପୋଡି ଛାରଖାର ହୋଇଯିବ। ମାତ୍ର କିଛି ଅଂଶ ଜନସଂଖ୍ୟା ଇଲାକାରେ ପଡିଲେ ବଡ ଧରଣର କ୍ଷତି ଘଟିବାର ସମ୍ଭାବନା ରହିଛି। ତେବେ ଆଗରୁ ମଧ୍ୟ ମେଁ ୨୦୨୦ ରେ ଲଙ୍ଗ ମାର୍ଚ୍ଚ ୫ବି ମୁଖ୍ୟ ଅଂଶ ଅନିୟନ୍ତ୍ରିତ ହୋଇଯାଇଥିଲା।ଯାହାର ଭଗ୍ନାଂଶ ଆଣ୍ଟଲାଟିକ୍ ମହାସାଗର ରେ ପଡ଼ିଥିଲା। ମହାକାଶ ରେ ନିଜର ସ୍ଵତନ୍ତ୍ର ସ୍ପେସ ଷ୍ଟେସନ ପ୍ରସ୍ତୁତ କରିବାରେ ଲାଗିଥିବା ଚୀନ୍ ଗତ ଗୁରୁବାର ଦିନ ନିଜ ସ୍ପେସ ଷ୍ଟେସନ ର ପ୍ରଥମ ଅଂଶ କୁ ମହାକାଶ କୁ ପଠେଇଥିଲା।


ବର୍ତ୍ତମାନ ରକେଟ୍‌ର ଯାହା ଗତି ଏବଂ ମାର୍ଗ ରହିଛି, ତାକୁ ଦେଖିଲେ ଏହା ଉତ୍ତର ଗୋଲାର୍ଦ୍ଧରେ ସ୍ଥିତ ନ୍ୟୁୟର୍କ, ମାଦ୍ରିଦ ଓ ବେଜିଂର ଆଖପାଖ ଅଞ୍ଚଳରେ ଖସିପାରେ। କିମ୍ବା ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଦକ୍ଷିଣ ଚିଲି ଓ ନ୍ୟୁଜିଲାଣ୍ଡର ରାଜଧାନୀ ଓ୍ଵେଲିଂଟନ୍‌ର ଆଖପାଖ ଅଞ୍ଚଳରେ ଖସିପାରେ। ଅର୍ଥାତ ଚୀନର ଏହି ଅନିୟନ୍ତ୍ରିତ ରକେଟ୍ ଏହି ସବୁ ଦେଶ ପାଇଁ ଏବେ ବିପଦ ସାଜିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *