Breaking News

ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆହେଲା ବଡ ନିଷ୍ପତି , ବ୍ୟାନ କରାଗଲା DJ . . .

ପୁରୀ ସହର ପାଇଁ ନିଆଗଲା ଏକ ଗୁରୁତ୍ଵପୂର୍ଣ ନିଷ୍ପତି !!! ସହରରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଗଲା DJ । ତେବେ ଗୁରୁବାର ଦିନ ପୁରୀ ଏସପିଙ୍କ ତରଫରୁ ଏହି ସୂଚନା ଦିଆଯାଇଛି ।ପୂର୍ବରୁ ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ପକ୍ଷରୁ ବହୁ ସଂଖ୍ୟାରେ କୁମ୍ଭାରପଡା ଥାନାରେ ଡିଜେର ଅରୁଚିକର ଶବ୍ଦ ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ଏକ ବୈଠକ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସହରରେ ଡିଜେ ବଜାଇବା ଉପରେ ରୋକ ଲଗାଇଛି ପୁଲିସ ।


ଏହି ନିଷ୍ପତି ନିଆଯାଇଥିବା ବୈଠକରେ ପୁରୀ ସାଉଣ୍ଡ ଆଣ୍ଡ ଲାଇଟ୍ ଆସୋସିଏସନର ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଏହି ନିଷ୍ପତି ନେବା ପଛର କାରଣ ହେଉଛି ପୁରୀ ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ଅନୁସାରେ, ଡିଜେ ବଜାଇବା ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି । କେବଳ ସହର ମଧ୍ୟରେ ନୁହେଁ ସହର ବାହାରୁ ମଧ୍ୟ ଡିଜେ ଭିତରକୁ ଆସିପାରିବ ନାହିଁ ।


ତେବେ ଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା କୌଣସି ବାଦ୍ୟଯନ୍ତ୍ର ବାଜି ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ମାନିବାକୁ ସମସ୍ତେ ସହମତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଆଗକୁ ପିଲାଙ୍କ ପରୀକ୍ଷା ଯୋଗୁଁ ଏଭଳି ଏକ ନିଷ୍ପତି କୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *