ବର୍ତମାନ ର ବଡ ଖବର ପାଣିପାଗ କୁ ନେ଼ଇ ବଡ ସୂଚନା। ଆସନ୍ତା ୪ ଦିନ ମୁଣ୍ଡ ଫଟା ଖରା | ୮ ଟି ଜିଲ୍ଲା କୁ ୟେଲୋ ୱାର୍ଣିଂ। ଆକାଶ ରୁ ଖସିବା ନିଆ ବର୍ଷା । ତେବେ ରାଜ୍ୟ ରେ ଆଜିଠୁ ୪ ଦିନ ଧରି ଲାଗିରହିିବା ଅସହ୍ୟ ଗ୍ରୀଷ୍ମ ପ୍ରଭାବ। ଏ ନେଇ ରାଜ୍ୟ ର ପାଣିପାଗ ବିଭାଗ ପକ୍ଷ ରୁ ରାଜ୍ୟ ର ୪ ଜିଲ୍ଲା ପାଣି ୟେଲୋ ୱର୍ଣିଂ ଜାରି କରାଯାଇଛି।
ସେହି ପରି ୩୧ ତାରିଖ ପର୍ଯ୍ୟନ୍ତ ମୟୁରର୍ଭଞ୍ଜ,ବରଗଡ଼, ସ୍ଵର୍ଣ୍ଣପୂର୍,ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲା ରେ ୟେଲୋ ୱର୍ଣୀଙ୍ଗ କରାଯାଇଛି ।ଅନ୍ୟ ପକ୍ଷ ରେ ରାଜ୍ୟ ର ୭ ସହର ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବାର ଜଣାଯାଇଛି।ଗତ କାଲି ଟିଟଲାଗଡ, ବଲାଙ୍ଗୀର, ସ୍ୱର୍ଣାପୂର୍,ବାରିପଦା,ବୌଦ୍ଧ, ଭବାନୀପାଟଣା ଓ ସମ୍ବଲପୁର ରେ ପରଦା ୪୦ ଡିଗ୍ରୀ ଉପରେ ରହିଥିଲା |
ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଜନ ଜୀବନ ବାଧା ପ୍ରାପ୍ତ ହଉଚି।ଦିନ ୧୦ ଟା ପରେ ଘରୁ ବାହାରକୁ ବାହାରିବାକୁ କଷ୍ଟ ହେଉଛି।ଅନ୍ୟ ପଟେ ଆଗକୁ ଆସୁଚି ଲଘୁଚାପ।ହୋଇପାରେ ପ୍ରବଳ ବର୍ଷା ତାତି ରୁ ମିଳିବ ନିସ୍ତାର ଏହାକୁ ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ କୁ ଆଖି ରେ ରଖି ବିନା କାରଣ ରେ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଛି ପାଣିପାଗ ବିଭାଗ।ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଘରୁ ବାହାରିବା ସମୟ ରେ ଛତା,ଜୋତା ଏବଂ ପାଣିବୋତଲ ସାଙ୍ଗରେ ନେଇ ଯିବାକୁ କୁହାଯାଇଛି। ତେବେ ଏ ଥିଲା ପାଣିପାଗ ର ବଡ ସୁଚନା।
Check Also
ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !
ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …