Breaking News

ପ୍ରେମିକ ପ୍ରେମିକା ଙ୍କୁ ପ୍ରପୋଜ କଲେ, ପ୍ରେମିକା ଖୁସି ରେ କିଛି ଏମିତି କରି ବସିଲେ, ସୁନିଲ୍ଲେ ଆଖିରୁ ଆସିଯିବ

ପ୍ରପୋସର ମୁହୂର୍ତ୍ତକୁ ସେ ନିଆରା ଓ ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍‌ ରୋମାଣ୍ଟିକ୍‌ କରିବାକୁ ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଖସିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲେ ଏବଂ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ତାହା ଆପଣ ଶୁଣିଲେ ଆପଣଙ୍କର ଲୋମ ମୂଳ ଟାଙ୍କୁରି ଉଠିବ।


ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ ପାଲଟିଗଲା। ପ୍ରେମିକଙ୍କର ପ୍ରପୋଜାଲ ଶୁଣିବା ପରେ ମହିଳା ଜଣକ ଯେମିତି ହଁ କରିଛନ୍ତି, ତା ପରେ ଅଚାନକ ଭାବରେ ତାଙ୍କର ଗୋଡ ଖସିଗଲା ୬୫୦ ଫୁଟ ଉଚ୍ଚରୁ |

ଏପରି ଏକ ଦୁର୍ଘଟଣା ଘଟିଛି ଅଷ୍ଟ୍ରିୟାର କାରିନ୍ଥିଆରେ । ମହିଳାଙ୍କର ବୟସ ପ୍ରାୟ ୩୨ ବର୍ଷ ହେବ। ଡିସେମ୍ବର ୨୭ ତାରିଖ ଦିନ ମହିଳା ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଫାଲକର୍ଟ ମାଉଣ୍ଟେନ ଉପରକୁ ଯାଇଥିଲେ। ସେଠାରେ ବୟଫ୍ରେଣ୍ଡ ତାଙ୍କୁ ପ୍ରପୋଜ କରିଥିଲେ। ସେ ଏହାକୁ ଗ୍ରହଣ କରି ‘ହଁ’ କହିଛନ୍ତି, ତାଙ୍କ ପାଦ ଖସିଗଲା। ମହିଳା ଜଣକ ତଳକୁ ଖସିପଡ଼ିଲେ। ଦୁର୍ଘଟଣାର ଦିନକ ପୂର୍ବରୁ ଏହି ପ୍ରେମୀଯୁଗଳ ଫାଲକର୍ଟ ମାଉଣ୍ଟେନକୁ ଟ୍ରେକିଂରେ ଯାଇଥିଲେ।

ଏହି ପ୍ରେମୀଯୁଗଳ ଦୁହିଙ୍କ ଭାଗ୍ୟ ବହୁତ ଭଲ ଥିଲା। ସେଥିପାଇଁ ଏତେ ଉଚ୍ଚରୁ ଖସି ମଧ୍ୟ ୩୨ ବର୍ଷୀୟ ମହିଳା ଜଣକ ବଞ୍ଚି ଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ପ୍ରେମିକା ତଳକୁ ଖସି ପଡ଼ୁଥିବା ଦେଖି ପ୍ରେମିକଜଣକ ତାଙ୍କୁ ଉଦ୍ଧାର କରିବା ଲାଗି ଡେଇଁ ପଡ଼ିଥିଲେ। ହେଲେ ସେ ପ୍ରେମିକାଙ୍କୁ ଉଦ୍ଧାର କରି ପାରି ନ ଥିଲେ। ମାତ୍ର ୫୦ ଫୁଟ ତଳେ ଥିବା ଏକ ସ୍ଥାନରେ ଫସି ରହି ଯାଇଥିଲେ।

C
୬୫୦ ଫୁଟ ତଳକୁ ଖସି ପଡିଥିଲେ ହେଁ ଏକ ତଳେ ଏକ ବରଫ ଚାଦର ଉପରେ ପଡ଼ିଥିଲେ। ସେଥିପାଇଁ ତାଙ୍କୁ ବିଶେଷ ଆଘାତ ହୋଇ ନ ଥିଲା। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ। ପ୍ରଶାସନ ପକ୍ଷରୁ ଆସିଥିବା ଉଦ୍ଧାରକାରୀ ଟିମ୍‌ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ମହିଳାଙ୍କ ଅବସ୍ଥା ଭଲ ଥିବା କହିଥିଲେ ଡାକ୍ତର। ଏପଟେ ଯୁବକଙ୍କୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଜୀବନ ପ୍ରତି ବିପଦ ନ ଥିବା କହିଛନ୍ତି ଡାକ୍ତର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *