Breaking News

ପ୍ରେମ ର ବଡ ଉପହାର ସ୍ୱାମୀ ଦେଲା ସ୍ତ୍ରୀକୁ ନୂଆ ଜୀବନ !

ପ୍ରେମ ଦିବସ କୁ ପ୍ରୀତିଭରା କରିବାକୁ ଆଉ ବାଲେନଟାଇନ ଡେ କୁ ମନେ ରଖିବାକୁ କିଏ କେତେ କଣ କରୁଛି କିଏ ନିଜ ଜୀବନ ସାଥୀଙ୍କୁ ଦାମୀ ଉପହାର ଦେଉଛି ତ ଆଉ କିଏ ଅଜଣା ରାଇଜ କୁ ନିଜ ଜୀବନ ସାଥିଙ୍କୁ ବୁଲାଇ ନେଉଛନ୍ତି |ସବୁ ସମୟକୁ କିଭଳି ରୋମାନ୍ଟିକ ପଣ ରେ ଭାରି ଦେଇ ହେବ ଏହାର ଭରପୁର ପ୍ରୟାସ କରିଥାନ୍ତି ପ୍ରେମିଯୁଗଳ ମାନେ |

ହେଲେ ଜଣେ ବ୍ୟକ୍ତି ନିଜ ପତ୍ନୀ ଙ୍କୁ ଏହିଦିନ ଏକ ଏଭଳି ଗିଫ୍ଟ ଦେଇଛନ୍ତି ଯାହା ଆପଣ ଶୁଣିଲେ ବିଶ୍ବାସ କରିବେନି |ଗୁଜୁରାଟ ର ବିନୋଦ ପଟେଲ ନାମକ ଜଣେ ବ୍ୟକ୍ତି ଏଭଳି ଏକ କାମ କରି ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |


ବ୍ୟକ୍ତି ଜଣକ ଫେବ୍ରୁୟାରୀ ୧୪ ଭାଲେନଟାଇନ ଡେ ରେ ନିଜର ୨୩ତମ ବିବାହ ବାର୍ଷିକ ପାଳନ କରିଥିଲେ | ଆଉ ଏହି ଅବସର ରେ ସେ ନିଜ ପତ୍ନୀ ଙ୍କୁ କିଡନୀ ଦାନ କରିଥିଲେ | କିଡନୀ ଯନ୍ତ୍ରଣା ଯୋଗୁଁ ବିନୋଦ ଙ୍କ ପତ୍ନୀ ରୀତା ପଟେଲ ଅନେକ ସମୟରେ ଛଟପଟ ହେଉଥିଲେ | ୨୦୧୭ ରେ ବିନୋଦ ରୀତା ଙ୍କୁ ଡାକ୍ତର ଙ୍କ ପାଖକୁ ନେଇଯାଇଥିଲେ | ତେବେ ଚେକପ ରୁ ଯାନୀ ପାରିଥିଲେ ଯେ ତାଙ୍କ ପତ୍ନୀ ରୀତା ପଟେଲ ଙ୍କ ଦୁଇଟି ଯାକ କିଡନୀ ଫେଲ ହୋଇଯାଇଛି |


ଆଉ ଏହା ପରେ ଡାକ୍ତର ରୀତା ଙ୍କୁ କିଡନୀ ଟ୍ରାନ୍ସପ୍ଳାଣ୍ଟ ପାଇଁ ପରାମର୍ଶ ଦେଇଥିଲେ | କିଡନୀ ଦୋନୋର ଙ୍କୁ ଅପେକ୍ଷା କରି ବର୍ଷ ପରେ ବର୍ଷ ବୀତି ଚାଲିଥିଲା | ହେଲେ ରୀତା ଙ୍କୁ କିଡେନୀ ଦେବା ପାଇଁ କୌଣସି ଡ଼ୋନୋର ମିଳିନଥିଲେ | ପତ୍ନୀ ଙ୍କ ଦୁଖ ଦେଖି ବିନୋଦ ମଧ୍ୟ ଭାଙ୍ଗି ପଡିଥିଲେ |କିଡନୀ ଡ଼ୋନୋର ଙ୍କ କିଡନୀ ଦେବା କାଳେ ଡେରି ହୋଇଯିବ ସେଥିପାଇଁ ନିଜ କିଡନୀ କୁ ଦାନ କରି ନିଜ ପତ୍ନୀ ଙ୍କ ଜୀବନ ବଞ୍ଚାଇଥିଲେ ବିନୋଦ |


ଏନେଇ ବିନୋଦ କହିଛନ୍ତି ଦୁଖ ହେଉବା ସୁଖ ସବୁ ପରିସ୍ଥିତି ରେ ମୋର ପତ୍ନୀ ସବୁବେଳେ ମୋର ସାଥ ଦେଇଛନ୍ତି | ତେବେ ମୋର ପତ୍ନୀ କଷ୍ଟ ରେ ଜୀବନ ବିତାଉ ତାହା ମୁଁ କେବେ ହେଲେ ଦେଖିପରିବିନି |ସେଥିପାଇଁ ମୁ ତାଙ୍କୁ କିଡନୀ ଦେବାକୁ ନିଷ୍ପତି ଦେଲି | ସେ ପ୍ରଥମେ ରାଜି ହେଉନଥିଲା କିନ୍ତୁ ମୁଁ ଏବେ ତାକୁ ବିଝାଇସାରିଛି | ୧୯୯୮ ମସିହା ଫେବୃୟାରୀ ୧୩ ତାରିଖ ରେ ରୀତା ଙ୍କୁ ବିବାହ କରିଥିଲେ ବିନୋଦ | ବିବାହ ର ଅନେକ ବର୍ଷ ପରେ ସେମାନଙ୍କ ଜୀବନକୁ ମଡିଆସିଥିଲା ଏଭଳି ବିପଦ | ଏବଂ ତାଙ୍କ ସମ୍ପର୍କ କୁ ଯେପରି ଏକ କଳା ବାଦଲ ଘେରି ପକାଇ ଥିଲା | କିନ୍ତୁ ଏହି ୧୪ ଫେବୃୟାରୀ ରେ ସେ ତାଙ୍କ ଜୀବନ ସାଥି ଙ୍କୁ ଦେଲେ ଏଭଳି ଅମୂଲ୍ୟ ଉପହାର ଯାହାର ପ୍ରତି ବଦଳ ରେ ସେ ପାଇଲେ ନିଜ ଜୀବନ ସାଥି ଙ୍କ ଅମୂଲ୍ୟ ଜୀବନ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *