Breaking News

ହେ ଭଗବାନ ! କାଳ ବୈଶାଖୀ ର ତାଣ୍ଡବ ରେ ଶ୍ରୀମନ୍ଦିର ରେ ଭାଙ୍ଗିଲା ବାଉଁଶ ,ବାନା ରେ ପଡିଗଲା ଗଣ୍ଠି ,ଆସୁଛି ମହା ବିପତ୍ତି …

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ନିଜର ତାଣ୍ଡବ ଦେଖାଇଛି। ଏହି ସମୟରେ ପୁରୀରେ ମଧ୍ୟ ବର୍ଷା ସାଙ୍ଗକୁ ଘଡଘଡି ହେବା ସହ ପ୍ରବଳ ବେଗରେ ପବନ ମଧ୍ୟ ବହିଛି ଫଳରେ ଦିପହରର ତାତିରୁ କିଛିଟା ମୁକ୍ତି ମିଳିଛି। ଦିନଟାରେ ଏତେ ଅନ୍ଧାର ହୋଇଯାଇଥିଲା ଯେ ଦିପ୍ରହର ସନ୍ଧ୍ୟା ଭଳି ନଜର ଆସିଛି। ଏହି ଭିତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ହଁ ଆଜ୍ଞା ପ୍ରବଳ ବେଗରେ ପବନ ଯୋଗୁଁ ମହାପ୍ରଭୁ ଜଗନ୍ନାଥ ଙ୍କର ବାନା ର ବାଉଁସଟି ଭାଙ୍ଗି ଯାଇଛି। ମାତ୍ର କୋରନା ର ଏପରି ପରିସ୍ଥିତିରେ ମହାପ୍ରଭୁ ଙ୍କର ଏପରି ବାନା ଭାଙ୍ଗିଯିବାକୁ ନେଇ ଅନେକ ଆଶଙ୍କା ମନରେ ଆସିଛି ଅନେକ ଜଣ ଅନେକ ପ୍ରକାର କଥା ବି ବାହାର କରିଛନ୍ତି।

ଅନେକ ଲୋକ ମଧ୍ୟ କହୁଛନ୍ତି ଏହା ପ୍ରଭୁ ଙ୍କ ଦ୍ଵାରା ଦେଖା ଯାଇଥିବା ଏକ ଅଶୁଭ ସଙ୍କେତ ଅଟେ।ତେଣୁ ଏହା ନିଶ୍ଚିନ୍ତ ରୂପେ ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ଖେଳାଇଚି।ଅବଶ୍ୟ ଏସବୁ ପରେ ମହାପ୍ରଭୁଙ୍କ ନୀତିରେ କିଛି ବାଧା ଆସିନି କିନ୍ତୁ ଏପରି ପରିସ୍ଥିତିରେ ଏହିସବୁ ଦେଖିବାପରେ ଲୋକଙ୍କ ମନରେ ଆଶଙ୍କା ଆସିବାଟା ସ୍ବଭାବିକ। ଏହିସବୁ କୁ ନେଇ ଜୋତିର୍ବିତ ଡକ୍ଟର ପ୍ରମୋଦ ପାତ୍ର କହିଛନ୍ତି ମନୁଷ୍ୟ ମାନେ ମାନବିକତା ଦୃଷ୍ଟିରୁ ପ୍ରତେକ ଜିନିଷକୁ ବିଚାର କରିଥାନ୍ତି। ତାଙ୍କ କହିବା ଅନୁଯାୟୀ ଏଭଳି ପବନରେ ହନୁମାନ ଯଦି ଦୀପ ଧରିକି ଯିବେ ତେବେ ତାହା ମଧ୍ୟ ଲିଭିଜିବ।

ଝଡ଼ ତୋଫାନରେ ବାନା ଉଡିଯିବା ବାଉଁଶ ଭାଙ୍ଗିଯିବା ଏସବୁ ପ୍ରତେକ୍ଷ କିମ୍ବା ପରୋକ୍ଷ ଭାବରେ ଜନସାଧାରଣ ଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତେଣୁ ତାଙ୍କ ମତରେ ଏହା ଆଦୌ ଏକ ଅଶୁଭ ସଙ୍କେତ ନୁହେଁ। ଦୁର୍ଭାଗ୍ୟକୁ ଆମେ ଵର୍ତମାନ କୋରନା ମହାମାରୀ ଦେଇ ଗତି କରୁଛେ ଫଳରେ ଆମର ସନ୍ଦେହ ଅଧିକ ବଢିଯାଇଛି। ସେ ସ୍ପଷ୍ଟ କରି କହିଛନ୍ତି ଯେ ବାନା ଭାଙ୍ଗିଗଲେ କି ବାଉଁଶ ବଙ୍କା ହୋଇଗଲେ ଏହା ଆପଣଙ୍କର କିଛି କ୍ଷତି ପହଂଚାଇବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ମହାପ୍ରଭୁ ଜଗତର ନାଥ ଜଗନାଥ ଯେ ପର୍ଯ୍ୟନ୍ତ ଆପଣ ମାନଙ୍କ ସହ ଅଛନ୍ତି ସେ ପର୍ଯ୍ୟନ୍ତ ମନରେ ବିଶ୍ୱାସ ରଖି ତାଙ୍କର ଭକ୍ତି କରନ୍ତୁ ଆପଣମାନଙ୍କର କିଛି କ୍ଷତି ହେବନାହିଁ।

ଆହୁରି ମଧ୍ୟ ଗ୍ରହ ମାନଙ୍କର ସ୍ଥିତି ଓ ଅବସ୍ଥିତି କୁ ଆକଳନ କରି ସେ କହିଛନ୍ତି ଏହି ସମୟରେ ପ୍ରତେକ୍ଷ କିମ୍ବା ପରୋକ୍ଷ ଭାବରେ ମନ୍ଦିର କିମ୍ବା ମନ୍ଦିର ପ୍ରଶାସନ ଓ ଭକ୍ତ କାହାରି ଉପରେ ଏହାର କୁ ପ୍ରଭାବ ପଡିବ ନାହିଁ।ମନୁଷ୍ୟ କେବେବି ପରିସ୍ଥିତି ସୃଷ୍ଟି କରିନଥାଏ ପରିସ୍ଥିତି ମନୁଷ୍ୟକୁ ସୃଷ୍ଟି କରିଥାଏ। ଯଦି ହଠାତ ପବନ ହୋଇନଥାନ୍ତା ତେବେ ଏପରି କଦାପି ହୋଇନଥାନ୍ତା। ତେଣୁ ଏହା କୌଣସି ବି ଅଶୁଭର ଲକ୍ଷଣ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *