ପୁଲିସ ଭୁଲିଗଲା ମାନବିକତା ହେଲମେଟ ଚେକିଙ୍ଗ ଆଳରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ସମବେଦନା ଜଣାଇବା ଭୁଲିଗଲା ପୁଲିସ | ଫଳରେ ତିନି କିଲୋମିଟର ଚାଲିଚାଲି ଗଲେ ଜଣେ ଆଠ ମାସର ଗର୍ଭବତୀ ମହିଳା | ଏଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ରିନା ବଚଲା ଙ୍କୁ ନିଲମ୍ବନ କରିଛନ୍ତି ଏସ.ପି | ଅଭିଯୋଗ ଅନୁସାରେ ଗତ କାଲି ବିନା ହେଲମେଟରେ ଶରତ ଥାନା ଅଞ୍ଚଳର ବିକ୍ରମ ବିରୁଲି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ମେଡିକାଲ ଚେକଅପ ପାଇଁ ବାଇକ ରେ ନେଇଯାଉଥିଲେ |
ପୁଲିସ ଚାଳଣ କଟିବାରୁ ପାଖରେ ନଗଦ ଟଙ୍କା ନଥିବାରୁ ଅନଲାଇନ ପେମେନ୍ଟ କରିବାକୁ କହିଲେ ବିକ୍ରମ | ତେବେ ଓ.ଆଇ.ସି ଏଥିରେ ରାଜି ହୋଇନଥିଲେ | ଏବଂ ସେ ଲେଡିସ ଙ୍କୁ ଛାଡି ବିକ୍ରମ ଙ୍କୁ ଥାନା କୁ ନେଇଥିଲେ | ଫଳରେ ବିକ୍ରମ ଙ୍କ ସ୍ତ୍ରୀ ଜଣକ କୌଣସି ବାଟ ନପାଇ ଚାଲି ଚାଲି ୩ କିଲୋମିଟର ପୁଲିସ ଷ୍ଟେସନ ଯାଇଥିଲେ |
ତେବେ ଏହି ଘଟଣା କୁ ନେଇ ଉଭୟ ସ୍ଵାମୀ ସ୍ତ୍ରୀ ଦୁଇଜଣ ଏସ.ଡି.ପି.ଓ ଙ୍କ ନିକଟରେ ଅଭିଯୋଗ କରିଥିଲେ | ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ.ପି | ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ