ପୁଣି ମଇଦାନରେ ଦେଖା ଦେବେ ମାନ୍ୟବର।ପ୍ରବଚନ ଦେବା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି।ଏହି ପ୍ରବଚନ ହେଉଥିବା ସଭା ରେ ସର୍ବାଧିକ 200 ଲୋକ କୁ ନେଇ ପ୍ରବଚନ ହେଇପାରିବ ଏନେଇ କହିଛନ୍ତି ହାଇକୋର୍ଟ।ସାରିଥି ପ୍ରବଚନ ଦେବା ନେଇ ହାଇକୋର୍ଟ ରେ ଅପିଲ କରିଥିଲେ।ଏବେ ହାଇକୋର୍ଟ ଅନୁମତି ଦେଇଛନ୍ତି।ଏବେ ପୁଣି ଭକ୍ତ ଙ୍କର ସୁଅ ଛୁଟିବ।
ଆପଣ ମାନେ ଜାଣିଥିବେ ଜଣେ ଯୁବତୀ ଙ୍କ ସହ ଖରାପ ସମ୍ପର୍କ କୁ ନେଇ ଚର୍ଚ୍ଚା କୁ ଆସିଥିଲେ ମାନ୍ୟବର।ଏହି ଘଟଣାରେ 2015 ରେ ସେ ଜେଲ ଯାଇଥିଲେ ଓ ଦୀର୍ଘ ଚାରି ବର୍ଷ ଜେଲ ରେ ରହିବା ଗତବର୍ଷ ଜୁଲାଇ 25 ରେ ଜେଲ ରୁ ମୁକୁଳି ଥିଲେ।ସେ ଜେଲ ରୁ ମୁକୁଳିବା ବେଳେ କୋର୍ଟ ଚାରି ଟି ସର୍ତ ରଖିଥିଲେ ସେଗୁଡିକ ହେଲା 2 ଜଣ ଜାମିନ ଦାର ରହିବେ ଓ 2 ଲକ୍ଷ ଟଙ୍କା ବେଲ ବଣ୍ଡ ରହିବ।
ଆମେ ଏଠି ଆପଣ ମାନଙ୍କୁ କହି ରଖୁଛୁ କି ଚାରି ବର୍ଷ ତଳେ ଏକ ମହିଳାଙ୍କୁ ଅସାଦ ଆଚରଣ ସମେତ 3 ଟି ସଙ୍ଗିନ ମାମଲାରେ ସାରଥୀ ଙ୍କୁ ଗିରଫ କରିଥିଲା ପୋଲିସ।ଆପଣ ମାନେ ଜାଣିଥିବେ ମାନ୍ୟବର ଏତେ ଚର୍ଚ୍ଚା ରେ ଥିଲେ ଯେ ତାଙ୍କ ଉପରେ ଫିଲ୍ମି ଆଉ ଗୀତ ମଧ୍ୟ ହୋଇଛି ।ଆପଣ ମାନେ ତାଙ୍କ ଉପରେ ଆଧାରିତ ଫିଲ୍ମି ଦେଖିଥିବେ କେମିତି ସିମେଣ୍ଟ ଗାଈ ରୁ କ୍ଷୀର ବାହାରୁଥିଲା ଇତ୍ୟାଦି।
ତେବେ ସାରଥୀ କୋର୍ଟ ରେ ପ୍ରବଚନ ପାଇଁ ଆବେଦନ କଲାବେଳେ ଦର୍ଶାଇ ଛନ୍ତି କି ସେ ପ୍ରବଚନ ଦ୍ୱାରା ସେ ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। କୋର୍ଟ ରଖିଥିବା ୩ଟି ସର୍ତ୍ତକୁ କୋହଳ କରିବାକୁ ସାରଥି ତାଙ୍କ ଆବେଦନରେ ଦର୍ଶାଇଛନ୍ତି।ତେବେ ଏହି ଆବେଦନର ଶୁଣାଣି କରି କୋର୍ଟ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି।ତେବେ କୋର୍ଟ ର ଏହି ନିଷ୍ପତ୍ତି କୁ ନେଇ ସାରଥୀ ଙ୍କର ଭକ୍ତ ମାନଙ୍କ ମନରେ ଖୁସି ର ଲହରୀ ଖେଳିଯାଇଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ